ବେଙ୍ଗାଲୁରୁ,୧୨ା୧୧: ବିଶ୍ୱକପ୍ ୨୦୨୩ର ଅନ୍ତିମ ଲିଗ୍ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ସ୍କୋର୍ କରିଛି। ଅର୍ଦ୍ଧଶତକ ହାସଲ କରିବା ପରେ କ୍ୟାପ୍ଟେନ୍ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଆଉଟ ହୋଇଥିଲେ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ଟିମ୍ ଇଣ୍ଡିଆ କ୍ରମାଗତ ୯ମ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ନେଦରଲାଣ୍ଡ୍ସ ସେମିଫାଇନାଲକୁ ଯାଇଛି।
ତେବେ ନେଦରଲାଣ୍ଡ୍ସ ବିପକ୍ଷରେ ୫୧ ରନ୍ ସ୍କୋର କରିବା ପରେ ବିରାଟ କୋହଲି ଆଉଟ ହୋଇଯାଇଛନ୍ତି। ସେ ୫୬ଟି ବଲର ସମ୍ମୁଖୀନ ହୋଇଥିଲେ। ୫ ଚୌକା ଏବଂ ଗୋଟିଏ ଛକା ମାରି ବିରାଟଙ୍କୁ ପାଭିଲିୟନ ଫେରିବାକୁ ପଡ଼ିଛି।


