ରାମଙ୍କ ବିନା ରହିଛି ମାଆ ସୀତାଙ୍କ ପ୍ରତିମା, ଅଯୋଧ୍ୟା ପୂର୍ବରୁ ତିଆରି ହୋଇଥିଲା ଏହି ମନ୍ଦିର

ମୁମ୍ବାଇ,୧୧।୧୧: ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ। ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଯେଉଁଠି ରାମଲାଲାଙ୍କ ସହ ମାଆ ସୀତା, ଭାଇ ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମା ସ୍ଥାପନ କରାଯିବ। କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ମନ୍ଦିର କହିବାକୁ ଯାଉଛୁ ଯେଉଁଠି ରାମଙ୍କ ବିନା ମାଆ ସୀତାଙ୍କ ପ୍ରତିମା ରହିଛି।
ମହାରାଷ୍ଟ୍ରର ୟାବତମଲ ଜିଲାରେ ଏପରି ଏକ ସୀତା ମନ୍ଦିର ରହିଛି। ଯାହା ବହୁଦିନ ଧରି ବନ୍ଦ ରହିଥିଲା। ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ବନ୍ଦ ଦରଜାକୁ ଖୋଲି ଦିଆଯାଇଛି। ଏହି ମନ୍ଦିରକୁ ମାଆ ସୀତାଙ୍କ ବନବାସ ଗମନ ସମୟର ଘଟଣାକୁ ଦର୍ଶାଇଛି। ସୀତାଙ୍କ ସହ ଲବକୁଶଙ୍କ ପ୍ରତିମା ମଧ୍ୟ ରହିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ମାଆ ସୀତାଙ୍କୁ ପnୂଜା କରିବାକୁ ଆସିଥାନ୍ତି। ଲୋକେ ଏହି ମନ୍ଦିରକୁ ମମତାର ନିଦର୍ଶନ ବୋଲି ଦର୍ଶାଇଥାନ୍ତି।
ନିକଟରେ ଏହି ମନ୍ଦିରକୁ ଖୋଲାଯାଇ ମାଆ ସୀତାଙ୍କ ନୂଆ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରାଣ ପ୍ରତିଷ୍ଠା କରାଯାଇଛି। ସ୍ଥାନୀୟ ଲୋକ ଏହି ମନ୍ଦିରକୁ ସାହାସର ପ୍ରତୀକ ଭାବେ ପରିଚୟ ଦେଉଛନ୍ତି। ଏହି ମନ୍ଦିର ସିଙ୍ଗଲ ମଦରଙ୍କ ପାଇଁ ଏକ ପ୍ରେରଣା ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ତେବେ ଦେଶରେ ମାଆ ସୀତାଙ୍କ ବହୁ ବନ୍ଦିର ରହିଛି। କିନ୍ତୁ ମହାରାଷ୍ଟ୍ରରେ ଥିବା ଏହି ମନ୍ଦିରେ ମାଆ ସୀତା ଲବକୁଶଙ୍କ ସହ ଅବସ୍ଥାପିତ ହୋଇଛନ୍ତି। ଅଯୋଧ୍ୟାରେ ମଧ୍ୟ ଏକ ସୀତାମନ୍ଦିର ରହିଛି ଯାହାକୁ ଭବ୍ୟ ରୂପ ଦିଆଯାଉଛି। ସେହିପରି ବାରଣାସୀର ଅସ୍ତିଘାଟରେ ଏକ ସୀତାମନ୍ଦିର ଅଛି। ବର୍ଷାଦିନରେ ଏହି ମନ୍ଦିର ପାଣି ଘେରରେ ରହିଥାଏ। କୁହାଯାଏ କି ମାଆ ସୀତା ଏହିଠାରେ ହିଁ ଧରିତ୍ରୀ ଗର୍ଭରେ ଲୀନ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri