ଏଇ ଭାରତରେ

କୁକୁର କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବେ ସେଭଳି ଏକ ଭିନ୍ନ ଚିନ୍ତା କରିଛନ୍ତି ରାଜସ୍ଥାନ ଜୟପୁରର ଗଜରାଜ ସିଂ। ଗଜରାଜ କୁକୁରଙ୍କ ପାଇଁ ସ୍ବତନ୍ତ୍ର ପୁଷ୍ଟିକର ଖାଦ୍ୟ ପ୍ୟାକେଟ କରି ତାହାକୁ ମାତ୍ର ୫ଟଙ୍କାରେ ଯୋଗାଇ ଦେଉଛନ୍ତି। ସେ ରୁଟି ସହିତ ଅଣ୍ଡା, ପନିର, ସୋୟା ଆଦି ମିଶାଇ ୪୦୦ ଗ୍ରାମର ଛୋଟ ପ୍ୟାକେଟ କରୁଛନ୍ତି। ଏହି ପ୍ୟାକେଟ ପ୍ରସ୍ତୁତ କରିବା ପାଇଁ ସେ ‘କିଚେନ ଫର୍‌ ଡଗ୍‌’ ନାମକ ଏକ ଷ୍ଟଲ୍‌ ଜୟପୁରରେ ଖୋଲିଛନ୍ତି। ଏହା ଦ୍ୱାରା ଏବେ ପ୍ରତିଦିନ ୩୦୦୦ କୁକୁରଙ୍କୁ ପୁଷ୍ଟିକର ଖାଦ୍ୟ ମିଳିପାରୁଛି। ଯେଉଁମାନେ ପ୍ରତିଦିନ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ସେମାନେ ଏହି ଷ୍ଟଲ୍‌ରୁ ୫ଟଙ୍କାରେ ଖାଦ୍ୟ ପ୍ୟାକେଟ କିଣୁଛନ୍ତି। କିଛି ବର୍ଷ ପୂର୍ବେ ଗଜରାଜ ଏକ ଦୋକାନ ନିକଟରେ ଠିଆ ହୋଇଥିବା ସମୟରେ ଜଣେ ବ୍ୟକ୍ତି ବିସ୍କୁଟ ପ୍ୟାକେଟ କିଣି କୁକୁରକୁ ଖାଇବାକୁ ଦେବା ଦେଖିଲେ। ପରେ ସେହି ବିସ୍କୁଟ ମଇଦା ଓ ଚିନିରେ ହେଉଥିବାରୁ ତାହା କୁକୁରଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସେହି ବ୍ୟକ୍ତିଙ୍କୁ କହିଥିଲେ। ବ୍ୟକ୍ତି ଜଣକ କମ୍‌ ଟଙ୍କାରେ କୁକୁରଙ୍କ ପାଇଁ ଖାଦ୍ୟ ମିଳୁନାହିଁ ବୋଲି କହିବାରୁ ଗଜରାଜ ଏଭଳି ପ୍ୟାକେଟ ପ୍ରସ୍ତୁତ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସେହି ନିଷ୍ପତ୍ତି ଏବେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ ସେ ଖୁସି ବୋଲି କହନ୍ତି ଗଜରାଜ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri