ବେଦାନ୍ତ ଝାରସୁଗୁଡ଼ାକୁ ସର୍ବଶ୍ରେଷ୍ଠ ରପ୍ତାନି ପୁରସ୍କାର

ଭୁବନେଶ୍ୱର,୯ା୧୧(ଅନିଲ ଦାସ): ରାଜ୍ୟ ରପ୍ତାନି ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ରାଜ୍ୟ ରପ୍ତାନୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ଉକ୍ତ ପୁରସ୍କାର ରାଜ୍ୟର ୪୨ ପ୍ରମୁଖ ସଂସ୍ଥାକୁ ପ୍ରଦାନ କରାଯାଇଛିା ଏହି ପରିପ୍ରକ୍ଷୀରେ ବେଦାନ୍ତ ଝାରସୁଗୁଡ଼ାକୁ ୨୦୨୦-୨୧ ବର୍ଷ ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ଦିଆଯାଇଛି। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର ସମ୍ମାନ ସମାରୋହରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ରପ୍ତାନିକାରୀମାନଙ୍କୁ ପୁରସ୍କୃତ କରିଛନ୍ତି । ସେହିଭଳି ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍‌. ବି. ଅଗ୍ରଓ୍ବାଲ ଆଣ୍ଡ କମ୍ପାନୀକୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ପ୍ରଦାନ କରାଯାଇଛି। ଟ୍ରଫି ସହ ମେରିଟ୍‌ ସାର୍ଟିଫିକେଟ୍‌ ବର୍ଗରେ ଭୁବନେଶ୍ୱରର ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍ଚର, ବାଲେଶ୍ୱରର ଇମାମି ପେପର ମିଲ୍ସ, ବଲାଙ୍ଗୀରର ବି. ଏଲ୍‌. ଗୋୟଲ୍‌, ଭୁବନେଶ୍ୱରର ବି. ଓ୍ବାନ୍‌ ବିଜ୍‌ନେସ୍‌ ହାଉସ୍‌, ଇଣ୍ଡିଆନ୍‌ ମେଟାଲ୍‌ ଆଣ୍ଡ ଫେରୋ ଆଲ୍‌ଏଜ ଏବଂ ଭୁବନେଶ୍ୱରର ଇନ୍‌ଫୋସିସ୍‌ ପୁରସ୍କାର ପାଇଛନ୍ତି । ସେହିପରି ସାର୍ଟିଫିକେଟ ଅଫ୍‌ ଏକ୍ସଲେନ୍ସି ବର୍ଗରେ ସୁନ୍ଦରଗଡ଼ର ଆଇଏଫ୍‌ଜିଏଲ୍‌ ରିଫ୍ରାକ୍ଟୋରିଜ୍‌, ପାରାଦୀପସ୍ଥିତ ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଜେ. ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡ୍‌ସ, ଭୁବନେଶ୍ୱରସ୍ଥ ନାଲ୍‌କୋ, ସମ୍ବଲପୁରର ହିଣ୍ଡାଲ୍‌କୋ, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱର, ଭୁବନେଶ୍ୱରସ୍ଥ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି ବୈଷୟିକ ସମ୍ବର୍ଦ୍ଧିତ ହୋଇଛନ୍ତି ା ସ୍ପେଶାଲ୍‌ ସାର୍ଟିଫିକେଟ୍‌ ବର୍ଗରେ ବାଲେଶ୍ୱରର ଅର୍ଚ୍ଚିଡ୍‌ ମେରାଇନ୍‌ ଏକ୍ସପୋର୍ଟସ ଏବଂ ପାରାଦୀପର ଆଇଏମ୍‌ବି ମେରାଇନ୍‌ ଏକ୍ସପୋର୍ଟ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ବ୍ରହ୍ମପୁରର ଡିକେଏସ୍‌ଆର୍‌ ସ୍ପେଶାଲିଷ୍ଟ କେମିକାଲ୍‌କୁ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧-୨୨ ପାଇଁ ଶ୍ରେଷ୍ଠ ରପ୍ତାନି ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା) ଓ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି(ଭୁବନେଶ୍ୱର)କୁ ମିଳିଛି । ଟ୍ରଫି ଉଇଥ୍‌ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ବର୍ଗରେ ପାରାଦୀପର ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଗାଲାସ୍କି ମେଡିକେୟାର, ଭୁବନେଶ୍ୱରର ଜେ. ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡ୍‌ସ, ଶ୍ରୀରାମ ଏକ୍ସପୋର୍ଟ,ଭୁବନେଶ୍ୱର, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ସମ୍ବଲପୁର, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱରକୁ ସର୍ବଶ୍ରେଷ୍ଠ ରପ୍ତାନି ପୁରସ୍କାର ମିଳିଛି।
ସାର୍ଟିଫିକେଟ୍‌ ଅଫ୍‌ ଏକ୍ସିଲେନ୍ସି ବର୍ଗରେ ଟେରାକ୍ଲକ୍‌ ମେସିନେରି, ଭୁବନେଶ୍ୱର, ଇମାମି ପେପର ମିଲ୍ସ ଲିମିଟେଡ୍‌, ବାଲେଶ୍ୱର, ଟିଆର୍‌ଏଲ୍‌ କ୍ରୋସାକି ରିଫ୍ରାକ୍ଟୋରିଜ୍‌, ଝାରସୁଗୁଡ଼ା, ସୁଦର୍ଶନ କ୍ରାଫ୍ଟସ୍‌ ମ୍ୟୁଜିୟମ୍‌, ପୁରୀ, ସାହି ଏକ୍ସପୋର୍ଟସ, ପୁରୀ, ବି.ଓ୍ବାନ୍‌ ବିଜ୍‌ନେସ୍‌ ହାଉସ୍‌, ଭୁବନେଶ୍ୱର, ଫ୍ଲାମିଂଗୋ ଶ୍ରୀମ୍ପ୍ଲେକ୍ସ, ଭୁବନେଶ୍ୱର, ଫାଲ୍‌କନ ମେରାଇନ୍‌ ଏକ୍ସପୋର୍ଟ, ଭୁବନେଶ୍ୱର, ଅର୍‌ଚିଡ୍‌ ମେରାଇନ୍‌ ଏକ୍ସପୋର୍ଟ, ବାଲେଶ୍ୱର, ଆଇଆର୍‌ଇଏଲ୍‌ ଇଣ୍ଡିଆ ଲିଃ, ଗଞ୍ଜାମ, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ ଭୁବନେଶ୍ୱର, ନାଲ୍‌କୋ, ଭୁବନେଶ୍ୱର, ଏଲ୍‌ଟିଆଇ ମାଇଣ୍ଡ ଟ୍ରି, ଭୁବନେଶ୍ୱର ପୁରସ୍କୃତ ହୋଇଛନ୍ତି । ସ୍ପେଶାଲ ସାର୍ଟିଫିକେଟ୍‌ ବର୍ଗରେ ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟ୍ରିଜ୍‌, ଖୋର୍ଦ୍ଧା ଓ ମାଷ୍ଟରଚେଫ୍‌ ଏକ୍ସପୋର୍ଟସ, ବାଲେଶ୍ୱର ପୁରସ୍କୃତ ହୋଇଛନ୍ତି ।
ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ଡିକେଏସ୍‌ଆର୍‌ ସ୍ପେସିଆଲିଟି କେମିକାଲ୍ସ, ବ୍ରହ୍ମପୁର, ଗଞ୍ଜାମ ପୁରସ୍କାର ଲାଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ରପ୍ତାନି ଓ ବାଣିଜ୍ୟ ଦିଲୀପ ସାହୁ ଏବଂ ସ୍ବତନ୍ତ୍ର ଶାସନ ସଚିବ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri