କୃଷି ବୀମା ଅର୍ଥ ପ୍ରଦାନ, ଜଳସେଚନ ବ୍ୟବସ୍ଥା :ଦାବିଚାଷୀଙ୍କ ୬ ଘଣ୍ଟା ରାସ୍ତା ଅବରୋଧ

ନୂଆପଡ଼ା ଅଫିସ/ଖଡ଼ିଆଳ,୧୦।୮(ଡି.ଏନ.ଏ.)
ଗତବର୍ଷ ମରୁଡ଼ିର ଉଚିତ କୃଷିବୀମା ଟଙ୍କା ପ୍ରଦାନ ସହ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ଯୋଗାଣ ଦାବିରେ ଚାଷୀମାନେ ଖଡିଆଳ-ଭବାନୀପାଟଣା ରାସ୍ତାକୁ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରିଥିଲେ ା ଫଳରେ ଉପରୋକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲେ ା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତି ପଡିଥିଲା ା ଏଥିରେ ଉପରୋକ୍ତ ବ୍ଲକ ଅନ୍ତର୍ଗତ ଖାସବାହାଲ ଏବଂ ଦୋହେଲପଡା ପଞ୍ଚାୟତର ଚାଷୀମାନେ ସାମିଲ ହୋଇଥିଲେ।
ଶୁକ୍ରବାର ସକାଳ ୬ଟାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତିୱାରୀ, ଯୁବ କଂଗ୍ରେସର ହୀରାଧର ମେହେରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଦୋହେଲପଡା ନିକଟରେ ରାଜରାସ୍ତାକୁ ଆସିଥିଲେ। ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। ଫଳରେ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ହୋଇଥିଲା। ଏଥିରେ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ ପ୍ରଶାସନ ତରଫରୁ ତହସିଲଦାର ସିନ୍ଧୁସୁତା ପାତ୍ର, ବିଡ଼ିଓ ଉତ୍ତମ ବାଗ, ସ୍ଥାନୀୟ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲା କୃଷି ଅଧିକାରୀ ନରୋତ୍ତମ ବେହେରା ପ୍ରମୁଖ ଅବରୋଧ ସ୍ଥଳରେ ପହଞ୍ଚତ୍ ଥିଲେ। ଚାଷୀମାନେ ଗତବର୍ଷ ମରୁଡ଼ିର ଶିକାର ହୋଇଥିଲେ । ଏଥିପାଇଁ କୃଷି ବୀମା କରିଥିଲେ। ହେଲେ ଆଜିଯାଏଁ ସେମାନଙ୍କୁ ଉଚିତ ମୂଲ୍ୟ ମିଳିପାରି ନାହିଁ। ଫଳରେ ଦୁଇ ପଞ୍ଚାୟତ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷେ ଏହି ଅଞ୍ଚଳବାସୀ ବାରମ୍ବାର ମରୁଡ଼ିର ଶିକାର ହେଉଥିଲେ ମଧ୍ୟ ନିକଟରେ ଯାଇଥିବା ଲୋୟର ଇନ୍ଦ୍ର କେନାଲର ପାଣି ଦିଆଯାଉନାହିଁ। ଏହି ଦାବି ଉପରେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ସକାଶେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିବା ପରେ ଦିନ ୧୨ଟାରେ ଅବରୋଧ ହଟିଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରେମଲାଲ ବାଗ, ଫକୀର ମୋହନ ବେହେରା, ବେଣୁପାଣି ବେହେରା, କବି ଛତ୍ରିଆ, ଯଶୋବନ୍ତ ହଂସ, ଚନ୍ଦ୍ର ବେହେରା, ଜିମୁତ ବେହେରା, ଧରଣୀଧର ବେହେରା, ମନୋଜ ବେହେରା, ବଳରାମ ପଟେଲ, ବିରଞ୍ଚତ୍ ବେହେରା, କୁନାଲ ବେହେରା, କପିଳ ମାଝି ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri