ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ୫୭୦୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୫୧ କୋଟି ୫୦ ଲକ୍ଷ

ଛତ୍ରପୁର, ୨।୧୧(ଦିଲୀପ ସାମଲ): ରାଜ୍ୟ ସରକାରଙ୍କର ଗ୍ରାମାଞ୍ଚଳର ସାମଗ୍ରିକ ଭିତିଭୂମି ଉନ୍ନୟନ ଏବଂ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ୱାରା ଓଡିଶାର ରୂପାନ୍ତରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଜନାରେ ପ୍ରତି ପଞ୍ଚାୟତକୁ ଯୋଗାଇଦେବେ ୫୦ ଲକ୍ଷ ଟଙ୍କା । ଏହି ଯୋଜନା ମାଧ୍ୟମରେ ଗାଁ ଠୁ ସହର ସବୁଠି ବିକାଶର କାର୍ଯ୍ୟ ତ୍ୱରାନ୍ବିତ ହେବ ।
ଏହି ପରିପ୍ରେକ୍ଷିରେ ଗୁରବାର ଗଞ୍ଜାମ ଜିଲାର ୨୨ଟି ବ୍ଲକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ସେନେଇ ଜିଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ବ୍ଲକରେ ଏହି କାର୍ଯ୍ୟକ୍ରମ ହେବ । ୨୨ଟି ବ୍ଲକର ୫୦୩ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ପାଇଁ ୨୫୧ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ । ଆସିକା ନିର୍ବାଚନ ମଣ୍ଡଳୀର ୩୯ ପଞ୍ଚାୟତରେ ୩୬୭ଟି ପ୍ରକଳ୍ପ ପାଇଁ ୧୯ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତରେ ୫୨୪ଟି ପ୍ରକଳ୍ପ ପାଇଁ ୨୩ କୋଟି ୫୦ ଲକ୍ଷ, ଛତ୍ରପୁର ନିର୍ବାଚନ ମଣ୍ଡଳିର ୩୩ଟି ପଚାଂୟତରେ ୩୩୬ଟି ପ୍ରକଳ୍ପ ପାଇଁ ୧୬ କୋଟି ୫୦ଲକ୍ଷ, ଚିକିଟି ନିର୍ବାଚନ ମଣ୍ଡଳୀର ୪୦ ଟି ପଞ୍ଚାୟତରେ ୩୮୫ଟି ପ୍ରକଳ୍ପ ପାଇଁ ୨୦ କୋଟି, ଦିଗପହିଣ୍ଡି ନିର୍ବାଚନ ମଣ୍ଡଳୀର ୪୨ଟି ପଞ୍ଚାୟତରେ ୫୪୩ ପ୍ରକଳ୍ପ ପାଇଁ ୨୧ କୋଟି , ଗୋପାଳପୁର ନିର୍ବାଚନ ମଣ୍ଡଳୀର ୩୭ ପଞ୍ଚାୟତରେ ୪୫୨ ପ୍ରକଳ୍ପ ପାଇଁ ୧୮ କୋଟି ୫୦ ଲକ୍ଷ, ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୪୩ଟି ପଞ୍ଚାୟତରେ ୫୦୮ ପ୍ରକଳ୍ପ ପାଇଁ ୨୧ କୋଟି ୫୦ଲକ୍ଷ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ୪୩ଟି ପଞ୍ଚାୟତର ୫୦୧ ପ୍ରକଳ୍ପ ପାଇଁ ୨୧ କୋଟି ୫୦ ଲକ୍ଷ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୪୪ ପଞ୍ଚାୟତର ୫୦୮ ପ୍ରକଳ୍ପ ପାଇଁ ୨୨ କୋଟି, ପୋଲସରା ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତରେ ୪୯୫ଟି ପ୍ରକଳ୍ପ ପାଇଁ ୨୩ କୋଟି ୫୦ ଲକ୍ଷ, ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୪୪ଟି ପଞ୍ଚାୟତର ୪୮୨ଟି ପ୍ରକଳ୍ପ ପାଇଁ ୨୨କୋଟି, ସୋରଡା ନିର୍ବାଚନ ମଣ୍ଡଳୀର ୪୪ଟି ପଞ୍ଚାୟତର ୬୦୫ଟି ପ୍ରକଳ୍ପ ପାଇଁ ୨୨ କୋଟି ଖର୍ଚ୍ଚ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri