ଗ୍ରାମୀଣ ଜୀବନ

ବିପିନ ବିହାରୀ ମହାନ୍ତି

 

ଗ୍ରାମାଞ୍ଚଳର ବିଶାଳ କଇଁ ପୋଖରୀ କେଉଁଠି ପୋତିହୋଇ ଗଲାଣି ତ ଆଉ କେଉଁଠି କଇଁଫୁଲକୁ ସଫାକରି ମାଛଚାଷ କରାଗଲାଣି। କଦବା କ୍ୱଚିତ୍‌ ଯେଉଁଠି କଇଁଫୁଲ ପୋଖରୀଟିଏ ରହିଛି ତାହା ଧୀରେଧୀରେ ଗାଁ ଲୋକଙ୍କ ସଚେତନତା ଅଭାବରୁ ଅଳିଆଗଦାର ଭ୍ରମ ସୃଷ୍ଟି କଲାଣି। ନାଳ, ଖାଲ, ଖମା, ଯୋର ଗାଡ଼ିଆ ଯେଉଁଠି କଇଁଫୁଲ ଫୁଟୁଥିଲା ସେସବୁକୁ ଗ୍ରାମାଞ୍ଚଳରେ ସକ୍ରିୟ ଥିବା ଭୂ-ମାଫିଆ ମାନେ ନିଜ ଚାଷଜମିରେ ମିଶାଇ ସାରିଲେଣି ବା ପୋତି ପକାଇଲେଣି। ଗାଁ ମାଟିର କ୍ଷତାକ୍ତ ପରିବେଶକୁ ବର୍ଣ୍ଣନା କରିବା ପାଇଁ କଇଁଫୁଲର ଦୁର୍ଦ୍ଦଶା ଏଠାରେ ପ୍ରତିକାମତ୍କ ପ୍ରସଙ୍ଗଟିଏ।
ଗାଁ ଶେଷ ମୁଣ୍ଡରେ ଥିବା ବିସ୍ତୀର୍ଣ୍ଣ ପଡ଼ିଆର କଥା କୁହନ୍ତୁ କିମ୍ବା ଏହି ପଡ଼ିଆରେ ଥିବା ଘଞ୍ଚ କିଆବୁଦାର କଥା, ଗାଁଠାରୁ ଗହୀର ଆଡ଼କୁ ଲମ୍ବିଯାଇଥିବା ରାସ୍ତାର ମାଳ ମାଳ ତାଳଗଛର କଥା କୁହନ୍ତୁ କିମ୍ବା ଏଇ ତାଳଗଛରେ ଝୁଲୁଥିବା ବାଇଚଢ଼େଇର ବସାର କଥା; ସମସ୍ତେ ଯେମିତି ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ସଂଘର୍ଷରତ। ଆଉ କିଛିଦିନ ଗଲେ ହେଟାବାଘ, ବିଲୁଆ, ଶାଳିଆପତନି, କୋକି, ନେଉଳ ଇତ୍ୟାଦିଙ୍କୁ ଆମେ କେବଳ ନନ୍ଦନକାନନରେ ହିଁ ଦେଖିବାକୁ ପାଇବା। କାରଣ ଏମାନେ ବଞ୍ଚତ୍ରହିବା ପାଇଁ ଯେଉଁ ପରିବେଶର ଆବଶ୍ୟକତା ରହିଛି ତାହା ପ୍ରାୟ ଉଜୁଡ଼ି ଗଲାଣି। ଗ୍ରାମାଞ୍ଚଳରେ ଦେଖାଯାଉଥିବା ଅନେକ ପକ୍ଷୀ ଉଚ୍ଚବୃକ୍ଷର ଅଭାବରୁ ଆଉ ବସାବାନ୍ଧି ପାରୁନାହାନ୍ତି। ଫଳରେ ସେମାନେ ମଧ୍ୟ ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ବସିଲେଣି।
ସାଧାରଣତଃ ଗ୍ରାମାଞ୍ଚଳରେ ନିଶା ରାତିକୁ ଭୟ ଲାଗିଥାଏ। କିନ୍ତୁ ଆଜି ନିଶାରାତି ଅପେକ୍ଷା ନିଶାଡ଼ିମାନେ ଗ୍ରାମାଞ୍ଚଳରେ ବେଶି ଭୟର ବାତାବରଣ ସୃ୍‌ଷ୍ଟି କରୁଛନ୍ତି। କଥା କଥାକେ ଗଣ୍ଡଗୋଳ ମାରପିଟ। ଦିନଥିଲା ଗାଁର ବଡ଼ ବଡ଼ ବିବାଦ ଭାଗବତ ଟୁଙ୍ଗିରେ ସମାଧାନ ହେଉଥିଲା। କିନ୍ତୁ ଆଜି ବାଡ଼ିରୁ ଭେଣ୍ଡି, ବାଇଗଣ ଚୋରି ହେଲେ ଲୋକେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଗ୍ରାମୀଣ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ପ୍ରତ୍ୟେକ ଗ୍ରାମରେ ରାଜନୀତି ପ୍ରବେଶ କଲାଣି। ଲୋକେ ଆଉ ଆଗଭଳି ସତ୍ୟ ଏବଂ ନ୍ୟାୟର ସମର୍ଥନ କରୁ ନାହାନ୍ତି। ଫଳରେ ପ୍ରତିଟି ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରି ଗ୍ରାମୀଣ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଗାଁରେ ହେଉଥିତ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗଭଳି ଲୋକମାନଙ୍କ ମଧ୍ୟରେ ଏକତା କି ଆଗ୍ରହ ନାହିଁ। ପାଲା, ଦାସକାଠିଆ, ଧୁଡୁକି ନାଚ, ଘୋଡ଼ା ନାଚ, କଣ୍ଢେଇ ନାଚ ଭଳି ପ୍ରାଚୀନ ସାଂସ୍କୃତିକ କାର୍ଯ୍ୟକ୍ରମ କଥା ଶୁଣିଲେ ଗାଁ ଲୋକମାନେ ନାକ ଟେକୁଛନ୍ତି। ଆଗଭଳି ଗାଁର ପ୍ରତ୍ୟେକ ପରିବାରରେ ଗୋରୁ ପାଳୁ ନାହାନ୍ତି। ଏକଥା ସତ୍ୟ ଯେ, କୃଷି କ୍ଷେତ୍ରରେ ଟ୍ରାକ୍ଟରର ପ୍ରୟୋଗ ଫଳରେ ବଳଦଙ୍କର ଆଉ ଆବଶ୍ୟକତା ପଡୁ ନାହିଁ। କିନ୍ତୁ ଆମେ ଘରେ ଗାଈଟିଏ ତ ପାଳି ପାରିବା। ହେଲେ ଗାଁ ଲୋକମାନେ ଧୀରେ ଧୀରେ ଗୋପାଳନ ପ୍ରତି ବିମୁଖ ହେଲେଣି। ବାଡ଼ିରେ ହାଟ ବସାଇବା ଉକ୍ତିଟି ଆଜି ଗ୍ରାମାଞ୍ଚଳରେ ଅପ୍ରାସଙ୍ଗିକ ମନେହୁଏ। ଏକ ସମୟରେ ପ୍ରତ୍ୟେକ ପରିବାରର ବାଡ଼ିରେ ପନିପରିବା ଚାଷ ହେଉଥିଲା। କିନ୍ତୁ ଆଜି ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ। ଯେଉଁମାନେ ପରିବା ଚାଷ କରୁଛନ୍ତି ସେମାନେ ବ୍ୟବସାୟିକ ଦୃଷ୍ଟିରୁ କରୁଛନ୍ତି, ବାକି ଲୋକମାନେ ନିଜ ଆଳସ୍ୟଗୁଣ ତଥା କର୍ମ ବିମୁଖତା ପାଇଁ ହାଟରୁ ପନିପରିବା କିଣୁଛନ୍ତି। ଫଳରେ ବର୍ଷସାରା ପରିବା ମୂଲ୍ୟରେ ହାତ ମାରି ହେଉ ନାହିଁ। ଉପରୋକ୍ତ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଗ୍ରାମୀଣ ଜୀବନ ଆଜି ଅବକ୍ଷୟମୁଖୀ। ଏହାର କାରଣ ହେଲା ଭୌତିକ ସୁଖକୁ ଜୀବନର ସର୍ବୋଚ୍ଚ ସୁଖ ବୋଲି ଧରିନେବା ଏବଂ ଏହି ସୁଖ କେବଳ ସହରରେ ଉପଲବ୍‌ଧ ବୋଲି ଅନୁଭବ କରିବା। ଯେଉଁମାନେ ସହରକୁ ଚାଲିଗଲେ ସେମାନେ ସେହି ସୁଖର ଅଧିକାରୀ ବୋଲି ଗର୍ବ କଲେ ଆଉ ଯେଉଁମାନେ ନ ଯାଇପାରି ଗାଁରେ ରହିଗଲେ ସେମାନେ ସେହି ସୁଖକୁ ଅନୁକରଣ କଲେ। ଏହି ଦୁଇ ଗୋଷ୍ଠୀର ମଣିଷମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହିଁ ଗ୍ରାମ୍ୟ ପରିବେଶ ବା ଗ୍ରାମ୍ୟ ସଂସ୍କୃତିର ଧ୍ୱଂସର କାରଣ।
ସାହାଡ଼ା, ଜାନକାଦେଇପୁର, ବୋରିକିନା, ଜଗତ୍‌ସିଂହପୁର, ମୋ:୯୪୩୮୨୮୨୮୨୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri