Posted inଜାତୀୟ

ଚଢାଙ୍କ ଭବିଷ୍ୟବାଣୀ: ଖୁବ୍‌ଶୀଘ୍ର ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରିବାକୁ ଯାଉଛି ଭାଜପା ଏଜେନ୍ସି

ନୂଆଦିଲ୍ଲୀ,୧।୧୧: ଅବକାରୀ ନୀତି ପ୍ରସଙ୍ଗରେ ନଭେମ୍ବର ୨ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପଚରାଉଚରା ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛି। ପାର୍ଟି ଏମ୍‌ପି ରାଘବ ଚଢା ବୁଧବାର କହିଛନ୍ତି, ଯଦି ଇଣ୍ଡିଆ(ବିରୋଧୀ ଆଲାଇନ୍ସ)ର ଜଣେ ପ୍ରାର୍ଥୀ ଭାଜପା ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଭାଜପା ହାରିଯାଉଥିବା ଦେଖାଯାଉଛି। ଭାଜପାର ରଣନୀତି ହେଉଛି ବରିଷ୍ଠ ନେତାଙ୍କୁ ଜେଲରେ ରଖିବା। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଭାଜପା ଏଜେନ୍ସି ପ୍ରଥମ ଗିରଫ କରିବାକୁ ଯାଉଛି। କେଜ୍‌ରିୱାଲଙ୍କୁ ଜେଲରେ ରଖି ଦିଲ୍ଲୀର ୭ଟି ଆସନ ଭାଜପା ନିଜ ପକେଟରେ ରଖିବାକୁ ଯାଉଛି। ଝାଡଖଣ୍ଡରୁ ହେମନ୍ତ ସୋରେନ ସାହେବଙ୍କୁ ଦ୍ୱିତୀୟ ଗିରଫ କରାଯିବ। ଏଠାରେ ୧୨ଟି ଲୋକ ସଭା ଆସନ ଅଛି।
ବିହାରରେ ୪୦ଟି ଆସନ ଅଛି ନୀତୀଶ କୁମାର ଭାଜପା ଛାଡିବା ପରେ ନୀତୀଶଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତା’ପରେ ସେମାନେ ତେଜସ୍ବୀ ଯାଦବଙ୍କୁ ଗିରଫ କରିବେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା କଷ୍ଟସାଧ୍ୟ। ତେଣୁ ସେମାନେ ତାଙ୍କୁ ଏବଂ ଅଭିଷେକ ବାନାର୍ଜୀଙ୍କୁ ଜେଲରେ ରଖିବେ। ପରେ କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ଅନେକ ନେତାଙ୍କୁ ଗିରଫ କରାଯିବ।
ରାଘବ ଚାଧା କହିଛନ୍ତି ଯେ ୨୦୧୪ ରୁ ୨୦୨୨ମଧ୍ୟରେ ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲା ମଧ୍ୟରୁ ୯୫ ପ୍ରତିଶତ ଭାଜପାର ରାଜନୈତିକ ବିରୋଧୀଙ୍କ ବିରୋଧରେ ଥିଲା। ଏହି ସମୟ ମଧ୍ୟରେ ୧୨୫ ବଡ ନେତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା, ଯେଉଁଥିରୁ ୧୧୮ଟି ଭାଜପାର ରାଜନୈତିକ ବିରୋଧୀ। ଇଣ୍ଡିଆ ମିଳିତ ମଞ୍ଚ ଗଠନକୁ ନେଇ ଭାଜପା ସମ୍ପୂର୍ଣ୍ଣ ଭୟଭୀତ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri