Posted inଖେଳ

ମଲାନଙ୍କ ଶତକ: ଇଂଲଣ୍ଡର ବୃହତ୍‌ ବିଜୟ

ଧର୍ମଶାଳା, ୧୧।୧୦: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଗତଥରର ଚାମ୍ପିୟନ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଦାଓ୍ବିଦ ମଲାନଙ୍କ ଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶକୁ ବୃହତ୍‌ ବ୍ୟବଧାନରେ ୧୩୭ ରନରେ ପରାସ୍ତ କରିଛି। ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ ହରାଇ ୩୬୪ ରନ କରିଥିବାବେଳେ ବାଂଲାଦେଶ ୪୮.୨ ଓଭରରେ ୨୨୭ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଶତକୀୟ ଇନିଂସ ପାଇଁ ମଲନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ୨ ମ୍ୟାଚରୁ ଏହା ଇଂଲଣ୍ଡର ପ୍ରଥମ ବିଜୟ ହୋଇଥିବାବେଳେ ବାଂଲାଦେଶର ପ୍ରଥମ ପରାଜୟ। ଇଂଲଣ୍ଡ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଥିବାବେଳେ ବାଂଲାଦେଶ ପ୍ରତିପକ୍ଷ ଆଫଗାନିସ୍ତାନକୁ ପରାସ୍ତ କରିଥିଲା।
ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଦଳର ବୋଲରମାନେ ଆରମ୍ଭରୁ ସେମିତି କିଛି କରିସ୍ମା ଦେଖାଇପାରି ନ ଥିଲେ। ଫଳରେ ଇଂଲଣ୍ଡ ଓପନିଂ ଯୋଡ଼ିରେ ୧୧୫ ରନ ଯୋଗକରି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲା। ନିଜର ଶତକ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ ଜନି ବେୟାରଷ୍ଟୋ। ସେ ୫୯ ବଲରୁ ୫୨ (୮ ଚୌକା) ରନକରି ପ୍ୟାଭିଲିୟନ ଫେରିଥିଲେ। ମଲାନ କିନ୍ତୁ ହାସଲ କରିଥିଲେ କ୍ୟାରିୟରର ୬ଷ୍ଠ ଦିନିକିଆ ଶତକ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୦୭ ବଲ୍‌ରୁ ୧୬ ଚୌକା ଓ ୫ ଛକା ସହାୟତାରେ ୧୪୦ ରନ କରିଥିଲେ। ନିର୍ଭରଯୋଗ୍ୟ ଜୋ ରୁଟ୍‌ ଶତକର ନିକଟତର ହୋଇଥିଲେ ହେଁ ଦୁର୍ଭାଗ୍ୟଜନକଭାବେ ୮୨ ରନକରି ଶୋରିଫୁଲ୍‌ ଇସଲାମଙ୍କ ଏକ ସୁଇଂ ବଲ୍‌କୁ ଖେଳିବାକୁ ଯାଇ ଉଇକେଟ କିପର ମୁଶଫିକର ରହିମଙ୍କୁ କ୍ୟାଚ ଦେଇଥିଲେ। ମିଡିଲ୍‌ ଏବଂ ଟେଲ୍‌ ଏଣ୍ଡରଙ୍କ ବିଫଳତା ସତ୍ତ୍ୱେ ଇଂଲଣ୍ଡ ୩୬୪ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ବାଂଲାଦେଶ ପକ୍ଷରୁ ମେହଦି ହାସନ ସର୍ବାଧିକ ୪ଟି, ଶୋରିଫୁଲ ଇସଲାମ ୩ଟି ଏବଂ ତାସକିନ ଅହମଦ ଓ ଶାକିବ ଅଲ୍‌ ହାସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ଟାର୍ଗେଟର ଚାପ ବାଂଲାଦେଶ ଇନିଂସ ଆରମ୍ଭରୁ ପ୍ରତିଫଳିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ୪୯ ରନ ମଧ୍ୟରେ ୪ ଉଇକେଟ ହରାଇ ବ୍ୟକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଇଂଲଣ୍ଡର ରିସି ଟୋପ୍‌ଲେ ବାଂଲାଦେଶର ଏହି ବିପର୍ଯ୍ୟୟ ଘଟାଇଥିଲେ। ଓପନର ଲିଟନ ଦାସ (୭୬ ରନ) ଓ ମିଡିଲ ଅର୍ଡରରେ ମୁଶଫିକର ରହିମ (୫୧) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ତାହା ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବାପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ତୋହିଦ ହ୍ରିଦୟ ୩୯ ରନ କରିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ରିସି ଟୋପଲେ ୪ଟି, କ୍ରିସ୍‌ ଓ୍ବକ୍ସ ୨ଟି ଏବଂ ସାମ୍‌ କୁରାନ, ମାର୍କ ଉଡ୍‌, ଆଡିଲ ରଶିଦ ଓ ଲିଆମ ଲିଭିଂଷ୍ଟୋନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୫୦ ଓଭରରେ ୩୬୪/୯(ଦାଓ୍ବିଦ ମଲାନ-୧୪୦, ଜୋ ରୁଟ୍‌-୮୨, ଜନି ବେୟାରଷ୍ଟୋ-୫୨, ମେହଦି ହାସନ-୪/୭୧, ଶୋରିଫୁଲ ଇସଲାମ-୩/୭୫, ତାସକିନ ଅହମଦ-୧/୩୮, ଶାକିବ ଅଲ୍‌ ହାସନ-୧/୫୨)। ବାଂଲାଦେଶ ୪୮.୨ ଓଭରରେ ୨୨୭/ଅଲ୍‌ଆଉଟ (ଲିଟନ ଦାସ-୭୬, ମୁଶଫିକର ରହିମ-୫୧, ରିସି ଟୋପ୍‌ଲେ-୪/୪୩, କ୍ରିସ୍‌ ଓ୍ବକ୍ସ-୨/୪୯, ଲିଆମ ଲିଭିଂଷ୍ଟୋନ-୧/୧୩, ମାର୍କ ଉଡ୍‌-୧/୨୯, ଆଡିଲ ରଶିଦ-୧/୪୨, ସାମ୍‌ କୁରାନ-୧/୪୭)।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri