Odisha Elections 2024

ବିଭାଗୀୟ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ୍‌

କଟକ,୪ା୧୦(କାର୍ତ୍ତିକ ସାହୁ)ଏସ୍‌ସିବି ମେଡିକାଲରେ କ୍ରମାଗତ ୨ ଦିନ ଧରି ବିଦ୍ୟୁତ୍‌ ବିଭ୍ରାଟ ଓ ତା’ପରେ ଗୋଟିଏ ଦିନ ଜଳଯୋଗାଣ ବିଭ୍ରାଟକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ବିଧାୟକ ସୌଭିକ୍‌ ବିଶ୍ୱାଳ। ଏଭଳି ବିଭ୍ରାଟ ଘଟଣାକୁ ନେଇ ବିଧାୟକ ସୌଭିକ୍‌ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସମୀକ୍ଷା ବୈଠକ କରି ଅଧିକାରୀମାନଙ୍କୁ ତାଗିଦ୍‌ କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ପାଇଁ ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ଏସ୍‌ସିବି ମେଡିକାଲ ନିନ୍ଦିତ ହେଉଛି ବୋଲି ସେ କହିଛନ୍ତି।
ବିଧାୟକ ବିଶ୍ୱାଳ ବୈଠକରେ ମେଡିକାଲର ବିଭିନ୍ନ ଅବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ ଭାବେ ନୂଆ ରୂପରେଖ ଦେବାକୁ ଚାହୁଁଥିବାବେଳେ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଦୁଃଖର ବିଷୟ କେତେଜଣ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ଅନେକ ସମୟରେ ଏସ୍‌ସିବି ମେଡିକାଲ ଚର୍ଚ୍ଚାର ପରିସରକୁ ଆସୁଛି। ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ଏସ୍‌ସିବି ମେଡିକାଲରେ ଅନେକ ସମୟରେ ପାନୀୟ ଜଳ, ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ବିଧାୟକ କହିଥିଲେ। ତେବେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ୨୪ ଘଣ୍ଟା ନିରବଚ୍ଛିନ୍ନ ପାନୀୟ ଜଳ ଓ ବିଦ୍ୟୁତ୍‌ ସେବା ଉପରେ ଗୁରୁତ୍ୱ ଦେବାକୁ ବିଧାୟକ କହିଥିଲେ। ଆଗାମୀ ଦିନରେ ଯେପରି କୌଣସି ବିଭ୍ରାଟ ନ ଘଟେ ବିଧାୟକ ସେନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ନେଇ ପୁଣି ବୈଠକ ବସିବା ନେଇ ବିଧାୟକ ସୂଚନା ଦେଇଛନ୍ତି। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର, କୁଳସଚିବ ଡ. ଅବିନାଶ ରାଉତଙ୍କ ସମେତ ୱାଟ୍‌କୋ, ଏସିବି ମେଡିକାଲ କଲେଜକୁ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ଏସ୍‌ଡିଓ, ପିଏଚ୍‌ଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଇଡିର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଏସ୍‌ସିବି ମେଡିକାଲରେ ରୋଗୀସେବା ପ୍ରଭାବିତ ହୋଇଥିଲା। ଶନିବାର ୮ ଘଣ୍ଟା ଓ ରବିବାର ନିଦାନ ବିଭାଗରେ ପ୍ରାୟ ୬ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଥିଲା। ଫଳରେ ରୋଗୀଙ୍କ ରକ୍ତ ପରୀକ୍ଷା ଓ ସିଟି ସ୍କାନ ହୋଇପାରି ନ ଥିଲା। ଏହାଦ୍ୱାରା ଗୁରୁତର ରୋଗୀମାନେ ପ୍ରଭାବିତ ହୋଇଥିଲେ। ରୋଗୀଙ୍କ ଚିକିତ୍ସାରେ ବହୁ ସମସ୍ୟା ହୋଇଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପୁଣି ସୋମବାର ପାଣି ପାଇପ୍‌ ଫାଟି ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହାଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଦୁର୍ଦ୍ଦଶା ଭୋଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri