୧୫ ଜିଲାକୁ ଭୂମିକମ୍ପ ବିପଦ

ଭୁବନେଶ୍ୱର,୨୯ା୯(ଅନିଲ ଦାସ):ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ)ଙ୍କ ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍‌ ହାଜାର୍ଡ ଜୋନିଂ ଆଟଲାସ ଅଫ୍‌ ଇଣ୍ଡିଆ-୨୦୧୬ ତଥ୍ୟ ଅନୁଯାୟୀ ଉକ୍ତ ଜିଲାଗୁଡ଼ିକୁ ମଧ୍ୟମ ଧରଣ ଭୂମିକମ୍ପପ୍ରବଣ ଅଞ୍ଚଳ(ଜୋନ-୩) ଭାବେ ଘୋଷଣା କରାଯାଇଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୁରୁବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।
ତାରା ପ୍ରଶ୍ନ କରିଥିଲେ ଯେ ରାଜ୍ୟର କେଉଁ କେଉଁ ଜିଲାକୁ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହିସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସହରରେ ସହରାଞ୍ଚଳ ଭୂମିକମ୍ପ ବିପଦସଙ୍କୁଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହାବ୍ୟତୀତ ଏ ସମ୍ପର୍କରେ ବିଭିନ୍ନ ସ୍କୁଲରେ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ତାଲିମ ଇତ୍ୟାଦି ଦିଆଯାଉଛି। ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ରାଜମିସ୍ତ୍ରିମାନଙ୍କୁ ଭୂମିକମ୍ପ ସହଣୀୟ ନିର୍ମାଣ କାର୍ଯ୍ୟ ବିଷୟରେ ତାଲିମ ଦିଆଯାଉଛି। ଏହାଛଡ଼ା ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷା ପାଠ୍ୟ ଖସଡ଼ାରେ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଦାଉ ସାଧୁଛି ପ୍ରାକୃତିକ ବିପତ୍ତି
ରାଜ୍ୟରେ ପ୍ରାକୃତିକ ବିପଦ ଦାଉସାଧୁଛି। ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ବହୁମୂଲ୍ୟ ଜୀବନ ଓ ଧନସମ୍ପତ୍ତି ଉଜାଡି ଦେଉଛି। ଗତ ୫ ବର୍ଷରେ (୨୦୧୮-୧୯ରୁ ୨୦୨୨-୨୩) ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କ ମୃତ୍ୟୁ ଘଟିଛି। ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଗତ ୫ ବର୍ଷରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ନଦୀ, ପୋଖରୀ ଆଦିରେ ବୁଡ଼ି ସର୍ବାଧିକ ୭୮୭୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସାପ କାମୁଡ଼ାରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଛି।
ଗତ ୫ ବର୍ଷରେ ବଜ୍ରପାତରେ ୨୦୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ୭୫୯, ବାତ୍ୟାରେ ୧୪୦, ଡଙ୍ଗା ବୁଡ଼ିରେ ୪୬, ବନ୍ୟାରେ ୭୩, ଗ୍ରୀଷ୍ମପ୍ରବାହରେ ୧୪୧, ଚକ୍ରବାତରେ ୩୧ ଓ ପ୍ରବଳ ବର୍ଷାରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି।
ମୟୂରଭଞ୍ଜ ଜିଲାର ସର୍ବାଧିକ ୬୫୧ ଜଣ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ସେହିପରି ସାପ କାମୁଡ଼ାରେ ରାଜ୍ୟରେ ଗତ ୫ ବର୍ଷରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ଓ ଅଗ୍ନିକାଣ୍ଡରେ ମଧ୍ୟ ମୟୂରଭଞ୍ଜ ଜିଲାରେ ଯଥାକ୍ରମେ ସର୍ବାଧିକ ୨୧୦ ଓ ୮୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷାରେ ଏହି ଜିଲାରେ ଗତ ୫ ବର୍ଷରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୫ ବର୍ଷରେ ପାଣିରେ ବୁଡ଼ି ଅନୁଗୋଳ ଜିଲାରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରରେ ୧୦୩, ବାଲେଶ୍ୱରରେ ୫୯୨, ବରଗଡ଼ରେ ୧୧୫, ଭଦ୍ରକରେ ୪୦୪, ବୌଦ୍ଧରେ ୧୭, କଟକରେ ୩୬୪, ଦେବଗଡ଼ରେ ୯୭, ଢେଙ୍କନାଳରେ ୩୩୮, ଗଜପତିରେ ୫୨, ଗଞ୍ଜାମରେ ୬୦୫, ଜଗତ୍‌ସିଂହପୁରରେ ୧୫୦, ଯାଜପୁରରେ ୩୭୭, ଝାରସୁଗୁଡ଼ାରେ ୧୪୯, କଳାହାଣ୍ଡିରେ ୧୨୬, କନ୍ଧମାଳରେ ୧୦୯, କେନ୍ଦ୍ରାପଡ଼ାରେ ୩୮୭, କେନ୍ଦୁଝରରେ ୫୪୫, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୬୧, ମାଲକାନଗିରିରେ ୨୫୦, ନବରଙ୍ଗପୁରରେ ୨୮୨, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୭୭, ପୁରୀରେ ୨୯୫, ରାୟଗଡ଼ାରେ ୬୯, ସମ୍ବଲପୁରରେ ୨୮୯, ସୁବର୍ଣ୍ଣପୁରରେ ୬୮ ଓ ସୁନ୍ଦରଗଡ଼ରେ ୪୦୫ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri