‘କେନ୍‌ ନ ବସ୍‌ମୁଁ, କେନ୍‌ ନ ଖାଏମୁଁ’

ବଲାଙ୍ଗୀର,୧୨ା୯(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ବହୁ ଗ୍ରାମବାସୀ ଝାଙ୍କରପାଲି, ଗେଡାବାଞ୍ଜି, କୁସ୍‌ମେଲ ଥଇଥାନ କଲୋନୀ ଏବଂ ଅନ୍ୟ ଗାଁ ଗୁଡିକରେ ବଡ ଅସୁବିଧାରେ ରହୁଛନ୍ତି। ବିଶେଷକରି ଝାଙ୍କରପାଲି, ଗେଡାବାଞ୍ଜି ଏବଂ କୁସ୍‌ମେଲ କଲୋନୀରେ ଅସ୍ଥାୟୀ ଟିଣ ଘରେ ବର୍ଷାଦିନରେ ସେମାନଙ୍କ ଅବ୍ୟବସ୍ଥିତ ରହଣି ସମସ୍ତଙ୍କୁ ବ୍ୟଥିତ କରିଥିଲା। ନିମ୍ନମାନର ଘର, ଅସୁସ୍ଥକର ପରିବେଶ ଏବଂ ସ୍ଥାୟୀ ରହିବା ବ୍ୟବସ୍ଥା ନଥାଇ ଅକସ୍ମାତ୍‌ ବିସ୍ଥାପନ ବୁଡିଅଞ୍ଚଳର ସହସ୍ରାଧିକ ଲୋକଙ୍କୁ ମହାଅଡୁଆ ସ୍ଥିତିରେ ପକାଇଥିଲା। ଲଗାଣ ବର୍ଷା ସାଙ୍ଗକୁ ନିମ୍ନମାନର ଟିଣଘର ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଥିଲା। ରାଜନେତାଙ୍କ ଘନଘନ ପରିଦର୍ଶନ, ସମୀକ୍ଷା, ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍‌ କିଛି କାମ କରି ନ ଥିଲା। ଲୋକେ ବଡ କଷ୍ଟ ଭୋଗିଥିଲେ। ଏବେ ବର୍ଷା କମି ଆସିବା ପରେ ବି ବିସ୍ଥାପିତ କଲୋନୀରେ ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଏବେ ସାମାଜିକ ସ୍ତରରେ ବିସ୍ଥାପିତ ଲୋକେ ମାନସିକ ଚାପରେ ରହିଥିବା ଜଣାପଡିଛି।
ଆସନ୍ତା ୨୦ତାରିଖ ପଶ୍ମିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ଏଥିପାଇଁ ଉତ୍ସାହର ମାହୋଲ ଆରମ୍ଭ ହୋଇଗଲାଣି। ତେବେ ଲୋୟର ସୁକ୍‌ତେଲ ପ୍ରକଳ୍ପ ଯୋଗୁ ଭିଟାମାଟି ଛାଡି ଅସ୍ଥାୟୀ ଥଇଥାନ୍‌ କଲୋନୀରେ ରହୁଥିବା ସହସ୍ରାଧିକ ଲୋକ ଚଳିତ ତିହାରକୁ କିଭଳି ପାଳନ କରିବେ ଚିନ୍ତାରେ ପଡିଛନ୍ତି। ଝାଙ୍କରପାଲି ଥଇଥାନ କଲୋନୀରେ ଗଡଶଙ୍କର ଡୁଙ୍ଗୁରିପାଲି ଗଁାରୁ ବିସ୍ଥାପିତ ହୋଇଥିବା ପ୍ରାୟ ୫୨୫ ପରିବାରଙ୍କ ପାଇଁ ଘରଡିହ ବଣ୍ଟନ କରାଯାଇଛି। ଏହା ସହିତ ଏହି ଗଁାର ଅନ୍ୟ ୨୪୦ ପରିବାରକୁ ଘରଡିହ ବଣ୍ଟନ କରାଯାଇଛି। ଏମାନଙ୍କ ମଧ୍ୟରୁ ବହୁ ଲୋକ ଅସ୍ଥାୟୀ ଟିଣ ଘର ଥଇଥାନ କଲୋନୀରେ ରହୁଛନ୍ତି। ସେମାନଙ୍କ ପାଖରେ ସ୍ଥାୟୀ ଘର ନଥିବାରୁ କିଭଳି ନୂଆଖାଇ ପାଳନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂଆଖାଇ ତିହାର ପରିବାରର ସମସ୍ତ ସଦସ୍ୟଙ୍କୁ ଏକାକାର କରିଦିଏ। ଯିଏ ଯେଉଁଠି ଥିଲେ ବି ସେଦିନ ଘରକୁ ଫେରି ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରି ଏକାଠି ନୂଆକୁଣ୍ଡା ସେବନ କରିଥାନ୍ତି। ବିସ୍ଥାପିତ ଲୋକଙ୍କ ପାଖରେ ଏବେ ଘର ନାହିଁ। ଅସ୍ଥାୟୀ ଛୋଟିଆ ଟିଣ ଘରେ ସେମାନେ କିଭଳି ନୂଆଁଖାଇ ପାଳନ କରିବେ ଚିନ୍ତାରେ ପଡିଛନ୍ତି। ଅସ୍ଥାୟୀ ଟିଣ ଘରେ ପରିବାର ସଦସ୍ୟମାନେ କିଭଳି ରୁଣ୍ଡ ହେବେ, କେଉଁଠି ପୂଜା କରିବେ, କେଉଁଠି ରୋଷେଇ କରିବେ ଏବଂ କେଉଁଠି ଏକାଠି ବସି ଖାଇବେ ଏବେ ତାକୁ ନେଇ ଚିନ୍ତା ଘାରିଛି। ଗଡଶଙ୍କର ଡୁଙ୍ଗରିପାଲିର ମୀନକେତନ ଚାନ୍ଦ କହିଛନ୍ତି ଯେ, ଅସ୍ଥାୟୀ ଘରେ ସେମାନେ କିଭଳି ନୂଆଖାଇ ପାଳନ କରିବେ ତାକୁ ନେଇ ଚିନ୍ତିତ ଅଛନ୍ତି। ଚାଷଜମି, ଭିଟାମାଟି ବୁଡିଗଲା ପରେ ସେମାନଙ୍କ ପାଖରେ ନୂଆ କୁଣ୍ଡା ପାଇଁ ଧାନ ବି ନାହିଁ। ଏଭଳି ପରିସ୍ଥିତିରେ ସେମାନେ ଅଡୁଆ ସ୍ଥିତିରେ ଅଛନ୍ତି। ପୂଜକ ରାମପ୍ରସାଦ ଚାନ୍ଦ କହିଛନ୍ତି ଯେ, ମନ୍ଦିରରେ କିଭଳି ପୂଜାବିଧି କରାଯିବ ତାକୁ ନେଇ ଚିନ୍ତା ଘାରିଛି। ଲୋକଙ୍କ ବସିବା ପାଇଁ ଜାଗା ନଥିବାରୁ ମନ୍ଦିରରେ ଭୋଗ ଲଗାଇବା ପରେ ନୂଆକୁଣ୍ଡା ପ୍ରସାଦ ବାଣ୍ଟିଦେଇ ନୂଆଖାଇ ସାରିବାକୁ ହେବ ବୋଲି କହିଛନ୍ତି। ପାଞ୍ଚାଳି ପ୍ରଧାନ କହିଛନ୍ତି ଯେ, ଗୋଟି ଗୋଟିଏ ପରିବାରରେ ୧୦ରୁ ୨୫/୫୦ ଜଣ ସଦସ୍ୟ ବି ରହିଛନ୍ତି। ସେମାନେ ଗୋଟିଏ ଅସ୍ଥାୟୀ ଟିଣ ଘରେ କିଭଳି ନୂଆ ଖାଇବେ ବୋଲି ପ୍ରଶ୍ନ କରିଛନ୍ତି। ଚଳିତ ନୂଆଖାଇ ବିସ୍ଥାପିତଙ୍କ ଲାଗି ଉତ୍ସାହର ନୂଆଖାଇ ନହୋଇ ନିରାଶା ଏବଂ ମହାଚିନ୍ତାର ନୂଆଖାଇ ହୋଇ ଆସୁଛି ବୋଲି କହିଛନ୍ତି। ଅ୍ଯଯ ଲୋକଙ୍କ ଉନ୍ନତି ପାଇଁ ଭିଟାଭାଟି ଛାଡି ସେମାନେ କିଭଳି ଦୁଃଖ ଭୋଗୁଛନ୍ତି ତାହା ପ୍ରଶାସନ, ରାଜନେତା ଏବଂ ଅଧିକାରୀଙ୍କଙ୍କୁ ଜଣାନାହିଁ ବୋଲି କହିଛନ୍ତି। ଗଡଶଙ୍କର ଡୁଙ୍ଗୁରିପାଲି ଥଇଥାନ କଲୋନୀରେ କିଭଳି ସାମୂହିକ ନୂଆଖାଇ ପାଳନ ହେବ ସେଦିଗରେ ବିସ୍ଥାପିତ ଲୋକେ ଉଦ୍ୟମ ଆରମ୍ଭ କରିଥିବା ମୀନକେତନ ଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri