Posted inଖେଳ

ଗଫ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୧ା୯(ପି.ଟି.): ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟ୍ରଫି ହାସଲ କରିଛନ୍ତି ଆମେରିକୀୟ କୋକୋ ଗଫ୍‌। ଦ୍ୱିତୀୟ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଗଫ୍‌ ୨-୬, ୬-୩ ଓ ୬-୨ ସେଟ୍‌ରେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି। ସୋମବାର ମହିଳା ସିଙ୍ଗଲ୍ସରେ ଏକ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଥିବା ସାବାଲେଙ୍କା ପ୍ରଥମ ସେଟ୍‌ ବିଜୟୀ ହେବା ସହିତ ଚମତ୍କାର ଆରମ୍ଭ କରିଥିଲେ। ତେବେ ଗଫ୍‌ ପରବର୍ତ୍ତୀ ଦୁଇ ସେଟ୍‌ ଜିତିବା ସହିତ ୧୯ ବର୍ଷ ବୟସରେ ୟୁଏସ୍‌ ଓପନ ବିଜୟୀ ହେବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହା ସହିତ ସେରେନା ଓ୍ବିଲିୟମ୍ସଙ୍କ ପରେ ସର୍ବକନିଷ୍ଠ ଆମେରିକୀୟ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହା ସହିତ ବିଶ୍ୱର ଦଶମ ସର୍ବକନିଷ୍ଠ ଖେଳାଳି ଭାବରେ ଗଫ୍‌ ୟୁଏସ୍‌ ଓପନ ବିଜୟୀ ହେବାର ରେକର୍ଡ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଦର୍ଶକ ଆରମ୍ଭରୁ ଶେଷ ଯାଏ ଗଫ୍‌ଙ୍କୁ ସମର୍ଥନ କରିଥିଲେ। ଏହା ସହ ନିଜର ଆଦର୍ଶ ସେରେନା ଓ୍ବିଲିୟମ୍ସ ଓ ଭେନସ୍‌ ଓ୍ବିଲିୟମ୍ସଙ୍କ ଲିଗ୍‌ରେ ସାମିଲ ହୋଇଛନ୍ତି କୋକୋ ଗଫ୍‌। ୧୯୯୯ରେ ଶେଷ ଥର ପାଇଁ ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନ ଜିତିଥିବା ବେଳେ ଏହା ପରଠାରୁ କୌଣସି ଆମେରିକୀୟ ଖେଳାଳି ଏହି ସଫଳତା ହାସଲ କରି ପାରି ନ ଥିଲେ। ୨୪ ବର୍ଷ ପରେ ଏହି ଟାଇଟଲ ଜିତି ଇତିହାସ ରଚିଛନ୍ତି ଗଫ୍‌।

ମାତ୍ର ୧୫ ବର୍ଷ ବୟସରେ ଓ୍ବିମ୍ବେଲଡନ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବରେ ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ରାଉଣ୍ଡରେ ସାମିଲ ହୋଇଥିଲେ। ଗ୍ରାଣ୍ଡସ୍ଲାମ ପଦାର୍ପଣରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଗଫ୍‌ ୨୦୨୨ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିବା ବେଳେ ରନରଅପ୍‌ ରହିଥିଲେ। ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଗଫ୍‌ ୟୁଏସ୍‌ ଓପନ ବିଜୟୀ ହେବା ସହିତ କ୍ରମାଗତ ୧୨ ମ୍ୟାଚ୍‌ରେ ବିଜୟୀ ହେବାର ରେକର୍ଡ ରଖିଛନ୍ତି। ପ୍ରଥମ ଦୁଇ ସେଟ୍‌ ପରେ ୧-୧ ସ୍ଥିତିରେ ରହିଥିବା ବେଳେ ଗଫ୍‌ ତୃତୀୟ ସେଟ୍‌ରେ ୪-୦ରେ ଆଗୁଆ ରହିଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ ବିଜେତା ସାବାଲେଙ୍କାଙ୍କ ଗ୍ରାଣ୍ଡସ୍ଲାମ ବିଜୟ ରେକର୍ଡ ୨୩-୨ ରହିଥିଲା। ଟୁର୍ନାମେଣ୍ଟ ପରେ ପ୍ରକାଶିତ ର଼୍ୟାଙ୍କିଙ୍ଗ ତାଲିକାରେ ସାବାଲେଙ୍କା ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବାକୁ ଯାଉଥିବା ବେଳେ ଗଫ୍‌ ୩ ନମ୍ବର ସ୍ଥାନକୁ ଫେରିବେ। ସେହିପରି ସେ ଡବଲ୍ସରେ ୧ ନମ୍ବର ସ୍ଥାନକୁ ଉନ୍ନୀତ ହେବେ।

ସର୍ବକନିଷ୍ଠ ମହିଳା ବିଜେତା
୧.ଟ୍ରେସି ଅଷ୍ଟିନ୍‌-୧୯୭୯, ୧୬ ବର୍ଷ ୮ ମାସ ୨୮ ଦିନ।
୨.ମାର୍ଟିନା ହିଙ୍ଗିସ୍‌- ୧୯୯୭, ୧୬ ବର୍ଷ ୧୧ ମାସ ୮ ଦିନ।
୩. ମୋନିକା ସେଲେସ୍‌-୧୯୯୧, ୧୭ ବର୍ଷ ୯ ମାସ ୫ ଦିନ।
୪. ସେରେନା ଓ୍ବିଲିୟମ୍ସ-୧୯୯୯, ୧୭ ବର୍ଷ ୧୧ ମାସ ୧୫ ଦିନ।
୫. ଏମା ରାଡୁକାନୁ-୨୦୨୧, ୧୮ ବର୍ଷ ୯ ମାସ ୨୯ ଦିନ।
୬. ଷ୍ଟେଫି ଗ୍ରାଫ୍‌-୧୯୮୮, ୧୯ ବର୍ଷ ୨ ମାସ ୨୬ ଦିନ।
୭. ସ୍ବେତଲାନା କୁଜ୍ନେତ୍ସୋଭା-୨୦୦୪, ୧୯ ବର୍ଷ ୩ ମାସ ୪ ଦିନ।
୮. ବିଆନ୍ସା ଆଣ୍ଡ୍ରିସ୍କ୍ୟୁ-୨୦୧୯, ୧୯ ବର୍ଷ ୨ ମାସ ୨୨ ଦିନ।
୯. ମାରିଆ ସାରାପୋଭା-୨୦୦୬, ୧୯ ବର୍ଷ ୪ ମାସ ୨୪ ଦିନ।
୧୦. କୋକୋ ଗଫ୍‌- ୨୦୨୩, ୧୯ ବର୍ଷ ୫ ମାସ ୨୭ ଦିନ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri