୫୫ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ନୂଆଗାଁ,୮।୯(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ଥିବା ଅଙ୍ଗନଓ୍ବାଡି ଶିଶୁ ଓ କେନ୍ଦ୍ର ପ୍ରତି ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ହେଉଛି। କେଉଁଠି ଶିଶୁଙ୍କ ପାଖରେ ସରକାରଙ୍କ ଯୋଜନା ଠିକ୍‌ ଭାବେ ପହଞ୍ଚି ପାରୁନି ତ ଆଉ କେଉଁଠି ପ୍ରଶାସନ ଅବହେଳା ଯୋଗୁ ଶିଶୁମାନେ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ପୁଣି ଆଉ କେଉଁଠି ଶିଶୁମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ଶିଶୁମାନେ ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ମାନସିକ , ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସେହି ଯୋଜନା ଶିଶୁଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚି ପାରୁନାହିଁ । ନୂଆଗାଁ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୨ ପଞ୍ଚାୟତରେ ୧୬୮ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୧୧୩ କେନ୍ଦ୍ରର ନିଜସ୍ବ ଗୃହ ରହିଥିବା ବେଳେ ୫୫ କେନ୍ଦ୍ରର ଘର ନାହିଁ । ଉକ୍ତ କେନ୍ଦ୍ରଗୁଡିକ ନା ନା ଅସୁବିଧା ମଧ୍ୟରେ କେଉଁ କୋଠ ଘର ତ କାହା ବାରଣ୍ଡାରେ ଚାଲୁଛି । କୁସୁମଗାଡ଼ିଆରେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ଖାତାପତ୍ର ରଖିବାରେ ଅସୁବିଧା ହେଉଛି । ଖାଲମଡ଼ାରେ ଗୋଟିଏ କେନ୍ଦ୍ରର ଗୃହ କରାଯାଇ ନ ଥିବାରୁ ୨ କେନ୍ଦ୍ର ଗୋଟିଏ ଘରେ ଚାଲିଛି । ପୁଣି କେନ୍ଦ୍ରକୁ ଯିବା ପାଇଁ ପକ୍କା ରାସ୍ତା ନ ଥିବାରୁ ଶିଶୁ ଓ କର୍ମଚାରୀମାନେ କାଦୁଅ ପଚ ପଚ ହୋଇ ଯିବା ଆସିବା କରୁଛନ୍ତି।
ଅଧିକାଂଶ କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିବାରୁ ଖରା ସମୟରେ ଶିଶୁମାନେ ଘରେ ବସିବା କଷ୍ଟକର ହୋଇ ପଡୁଛି । ଅଙ୍ଗନଓ୍ବାଡି ଗୃହ ନିର୍ମାଣ ପାଇଁ ସରକାର ଅନୁଦାନ ଦେଇଥିଲେ ମଧ୍ୟ ପ୍ରଶାସନର ଅବହେଳାରୁ ଗୃହ ନିର୍ମାଣ ହୋଇ ପାରୁନି । ଅନେକ ସ୍ଥାନରେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ନିମ୍ନମାନର ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୃହର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୃହ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନର ଉଦାସୀନତା ଦେଖିବାକୁ ମିଳୁଛି । ଶିଶୁଙ୍କ ପାଇଁ ସରକାର ଜୋତା କିଣିବା ପାଇଁ ପ୍ରତି ଶିଶୁ ପିଛା ୧୦୦ ଟଙ୍କା ଦେଇଥିଲେ ମଧ୍ୟ ଅନେକ କେନ୍ଦ୍ରରେ ଜୋତା ଦିଆ ଯାଇ ନ ଥିବା ଅଭିଯୋଗ ହେଉଛି । ଅଙ୍ଗନଓ୍ବାଡି କେନ୍ଦ୍ରର ସମସ୍ୟା ବାବଦରେ ନୂଆଗାଁ ସିଡିପିଓ ଶୁଭ୍ରକେଶୀ ମଲିକଙ୍କୁ ପଚାରିବାରେ ଗୃହ ନିର୍ମାଣ କରିବା ଦାୟିତ୍ୱ ବ୍ଲକ ପ୍ରଶାସନର । ସେମାନେ ବିଳମ୍ବ କରିବା ଯୋଗୁ ଆମେ ସମସ୍ୟା ଭୋଗୁଛୁ ବୋଲି କହିଛନ୍ତି। ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଶୀଘ୍ର କାମ ସାରିବା ପାଇଁ ମୁଁ ଯନ୍ତ୍ରୀମାନଙ୍କୁ ତାଗିଦ୍‌ କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri