Posted inଜାତୀୟ

ସନାତନ ବିବାଦ ନିଆଁରେ ଘିଅ ଢାଲିଲେ ଏ.ରାଜା, କହିଲେ ସନାତନ ଧର୍ମ ଏଚଆଇଭି ଅବା ଲେପର୍ସି ଭଳି…

ଚେନ୍ନାଇ,୭।୯ : ସନାତନ ଧର୍ମକୁ ନେଇ ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ବିବୃତ୍ତି ଉପରେ ବିବାଦ ବନ୍ଦ ହେବାର ନା ଧରୁନି। ଏହି ସମୟରେ ତାଙ୍କ ଦଳ ଡିଏମକେର ଅନ୍ୟ ଜଣେ ନେତା ଏ. ରାଜା ମଧ୍ୟ ସନାତନ ବିବାଦ ନିଆଁରେ ଘିଅ ଢାଲିଛନ୍ତି। ସେ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଛନ୍ତି।
ରାଜା ଉଦୟାନିଧିଙ୍କ ବିବୃତ୍ତିକୁ ସୁରକ୍ଷା କରି କହିଛନ୍ତି ସେ ସନାତନ ପ୍ରତି ବିନମ୍ରତା ପ୍ରଦର୍ଶନ କରିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ସନାତନକୁ ଏଚଆଇଭି, ଏଡସ ଏବଂ ଲେିପର୍ସି ଭଳି ରୋଗ ସହ ତୁଳନା କରାଯିବା ଉଚିି। ଏବେ ରାଜାଙ୍କ ତାଙ୍କ ବକ୍ତବ୍ୟ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଡିଏମକେ ଇଣ୍ଡିଆ ମିଳିତ ମଞ୍ଚର ଏକ ସହଯୋଗୀ ଏବଂ ଏମ.କେ ଷ୍ଟାଲିନ ଏହାର ସମସ୍ତ ସଭାରେ ଯୋଗ ଦେଇଛନ୍ତି।

ଡିଏମକେ ଏମ କରୁଣାନିଧିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ସେ ଜଣେ ନାସ୍ତିକ ଥିଲେ। ତାଙ୍କ ପରମ୍ପରାକୁ ଅନୁସରଣ କରି ଏମ.କେ ଷ୍ଟାଲିନ ଏବଂ ତାଙ୍କ ପରିବାର ମଧ୍ୟ ନାସ୍ତିକ ବୋଲି ଦାବି କରନ୍ତି। କିନ୍ତୁ ବର୍ତ୍ତମାନ ସନାତନ ଧର୍ମ ଉପରେ ଏହି ପ୍ରକାର ଆକ୍ରମଣ ବିତର୍କକୁ ଆହୁରି ତୀବ୍ର କରିଛି। ଏହି ପ୍ରସଙ୍ଗରେ ଭାଜପା ଆକ୍ରମଣାତ୍ମକ ହୋଇ ସାରା ଦେଶରେ ଏହା ଉପରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବୁଧବାର କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ସନାତନ ଧର୍ମ ପ୍ରସଙ୍ଗରେ ଠୋସ ଯୁକ୍ତି ସହ ଉତ୍ତର ଦେବାକୁ କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗ ଏପରି ଏହାକୁ ଖୋଲାଖୋଲି ଭାବେ କହିବାକୁ ପଡିବ। କେବଳ ମନେରଖନ୍ତୁ ସମ୍ବିଧାନର ଆଭିମୁଖ୍ୟରେ ରହିବାବେଳେ, ଆମେ ଦୃଢ଼ ଯୁକ୍ତି ଏବଂ ତଥ୍ୟ ସହିତ କଥା ହେବା ଉଚିିତ।

ଗୋଟିଏ ପଟେ ଭାଜପାର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଅନ୍ୟ ପଟେ ଉଦୟାନିଧି ଏବଂ ତାଙ୍କ ଦଳର ଦୃଢ଼ ଼ ଆଭିମୁଖ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନାତନ ପ୍ରସଙ୍ଗରେ ଇଣ୍ଡିଆ ମିଳିତ ମଞ୍ଚକୁ କୋଣଠେସା କରିପାରିବେ ବୋଲି ଚର୍ଚ୍ଚା କରାଯାଉଛି। ସମଗ୍ର ଦେଶରେ ପ୍ରାୟ ୧୦୦ କୋଟି ହିନ୍ଦୁଙ୍କ ଜନସଂଖ୍ୟାକୁ ବିଚାରକୁ ନେଇ, ନିର୍ବାଚନକୁ ପୋଲାରାଇଜ କରିବାକୁ ଚେଷ୍ଟା କରାଯାଇପାରେ। ଯଦି ଏହିପରି କିଛି ଘଟେ ତେବେ କେବଳ ଭାଜପା ଉପକୃତ ହେବ।

ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟ ଉପରେ ଭାଜପା ଆକ୍ରମଣ କରୁଛି। ଆରଜେଡି, ଏଏପି ଏବଂ କଂଗ୍ରେସର କିଛି ନେତା ଉଦୟାନିଧିଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି। ଏହି କାରଣରୁ ସମଗ୍ର ମିଳିତ ମଞ୍ଚ ଭାଜପାର ଟାର୍ଗେଟରେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri