‘କପଡ଼ାଗନ୍ଦା’ ଶାଲ୍‌, ‘ଇଡିତାଲ’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ୍‌

ବିଷମକଟକ,୩।୯(ବିଭୂତି ଭୂଷଣ ନାୟକ)ରାୟଗଡ଼ା ଜିଲା ବିଷମକଟକ ବ୍ଲକସ୍ଥିତ ନିୟମଗିରି ପାହାଡ଼ ଉପରେ ରହୁଥିବା ଜନଜାତି ଡଙ୍ଗରିଆ କନ୍ଧଙ୍କ ‘କପଡ଼ାଗନ୍ଦା’ ଶାଲ ଓ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବ। ଖୁବ୍‌ଶୀଘ୍ର ଭୌଗୋଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍‌ ପାଇବ କପଡ଼ାଗନ୍ଦା ଓ ଇଡିତାଲ। ଏହି ଖବର ପ୍ରସାରିତ ହେବା ପରେ ଜିଲାରେ ଖୁସିର ଲହରି ଖେଳିଯାଇଛି। ଏହାର ବହୁଳ ବଜାରୀକରଣ ନିମନ୍ତେ ଜିଲା ପ୍ରଶାସନ ତରଫରୁ ବ୍ୟାପକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି।

ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା ବୁଣାଯାଉଥିବା ଆକର୍ଷଣୀୟ ଏମ୍ବ୍ରୋଡରି ଶାଲ୍‌ ‘କପଡ଼ାଗନ୍ଦା’କୁ ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏଶନ ଏବଂ ଗୁଣପୁର ଉପଖଣ୍ଡରେ ରହୁଥିବା ପୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରାଙ୍କ ଦ୍ୱାରା କାନ୍ଥରେ ଅଙ୍କାଯାଉଥିବା ସୁନ୍ଦର ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ଇଡଲ ଇଡିତାଲ ଆସୋସିଏଶନ ପକ୍ଷରୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ଆବେଦନ କରାଯାଇଥିଲା। ଡଙ୍ଗରିଆ କନ୍ଧଙ୍କ କପଡ଼ାଗନ୍ଦା ଶାଲ୍‌ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ନିମନ୍ତେ ୨୦୨୦-୨୧ରେ ଆବେଦନ କରାଯାଇଥିବା ବେଳେ ୨୦୨୧-୨୨ବର୍ଷରେ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ର ନିମନ୍ତେ ଆବେଦନ କରାଯାଇଥିଲା । ଏହି ଶାଲ୍‌ ଏବଂ ଚିତ୍ରକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଆଇ ଜର୍ନାଲରେ ପ୍ରକାଶିତ ହୋଇଛି । କପଡ଼ାଗନ୍ଦା ଶାଲ ଚାହିଦା ଅନ୍ତର୍ଜାତୀୟ ବଜାରରେ ରହିଥିବା ବେଳେ ଇଡିତାଲ ଚିତ୍ର ମଧ୍ୟ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିବାରେ ଲାଗିଥିବାରୁ ଉଭୟ ଆସୋସିଏଶନ ତରଫରୁ ଜିଆଇ ଟ୍ୟାଗ୍‌ ପାଇଁ ଦାବି ହୋଇ ଆସୁଥିଲା। ଏବେ ଚେନ୍ନାଇଭିତ୍ତିକ ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ପଞ୍ଜୀକରଣ ପାଇଁ ଜାତୀୟ ସଂସ୍ଥା ନିକଟରେ ଓଡ଼ିଶା ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କୋରାପୁଟର କଳାଜିରା ଭଳି ୭ଟି ଉତ୍ପାଦ ପାଇଁ ବିଜ୍ଞାପନ କରିଛି । ଯଦି କୌଣସି ବ୍ୟକ୍ତି ବା ସଂସ୍ଥାଙ୍କଠାରୁ ଏହି ୭ଟି ଉତ୍ପାଦକୁ ୪ ମାସ ଭିତରେ ବିରୋଧ ନ ହୁଏ ତେବେ ଏଗୁଡିକ ଜିଆଇ ରେଜିଷ୍ଟ୍ରିରେ ପ୍ରବେଶ ହେବ ଏବଂ ଉତ୍ପାଦ ସପକ୍ଷରେ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ସମସ୍ତ ଉତ୍ପାଦ ଖାଦ୍ୟ, ହସ୍ତତନ୍ତ ଏବଂ କୃଷି ବିଭାଗ ଅଧୀନରେ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri