ବୈତରଣୀ ବାଲିଘାଟ ପରିଦର୍ଶନ

ଧାମନଗର, ୧୯ା୮(ସନ୍ତୋଷ କୁମାର ମହାପାତ୍ର): ଖଣି ବିଭାଗ, ତହସିଲ, ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ମିଳିତ ଟିମ୍‌ ଗୁରୁବାର ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ସଇରାତ ଉତ୍ସ ବୁଲି ଦେଖିଛନ୍ତି। ଭଦ୍ରକ ଓ ବାଲେଶ୍ୱର ଜିଲା ଭୂତତ୍ତ୍ୱବିତ୍‌ ସନ୍ତୋଷୀପ୍ରଭା ସେଠୀଙ୍କ ନେତୃତ୍ୱରେ ଧାମନଗର ତହସିଲଦାର ସ୍ନିଗ୍ଧାରାଣୀ ଦେବୀ, ଅତିରିକ୍ତ ତହସିଲଦାର ସାଇ ସିଲୋନା ପ୍ରମୁଖ ମିଳିତ ଭାବେ ଆନନ୍ଦପୁରର ପଣସମାହାରା ଘାଟରେ ପହଞ୍ଚତ୍ ଆନନ୍ଦପୁର-୧ ବୈତରଣୀ ନଦୀ ବାଲିଘାଟ ପରିଦର୍ଶନ କରିଛନ୍ତି। ସେହିପରି ଉତେଇପୁର-୨ ବାଲିଘାଟ ବୁଲି ଦେଖିଥିଲେ।
ନଦୀରେ ପାଣି ଥିବାରୁ କେବଳ ନଦୀପଠାରୁ ବାଲିଘାଟ ବୁଲି ଦେଖି ଟିମ୍‌ ଫେରିଯାଇଛି। ଏହାପରେ ସଇରାତ ଉତ୍ସଗୁଡ଼ିକର ଭୌଗଳିକ ସ୍ଥିତି, ଜିପିଏସ୍‌ ଲୋକେସନ ପ୍ରସ୍ତୁତ କରୁଥିବା ଓରସାକ୍‌ ଟିମ୍‌ ଆସି ଅନୁଧ୍ୟାନ କରିବ ବୋଲି ଭୂତତ୍ତ୍ୱବିତ୍‌ ସେଠୀ କହିଛନ୍ତି। ଅପରପକ୍ଷେ ଏଠାରେ ଆଉ ବାଲିଘାଟ ନିଲାମ ନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ବୈତରଣୀ ନଦୀର ବାଲିଘାଟ ୧୯୯୫ରୁ ଚାଲି ଆସୁଥିଲା। ୨୦୧୫ରୁ ୨୦୨୦ ମଧ୍ୟରେ ଧାମନଗର ତହସିଲ ପକ୍ଷରୁ ଏହାକୁ ୫ ବର୍ଷିଆ ନିଲାମ ଦିଆଯାଇଥିଲା। ସେତେବେଳେ ନିଲାମ ନେଇଥିବା ବ୍ୟକ୍ତି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିଲେ। ବାର୍ଷିକ ପ୍ରାୟ ୭ ହଜାର ଟନ୍‌ ବାଲି ଉତ୍ତୋଳନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସେ ଦିନକୁ ହଜାରେ ଟନ୍‌ରୁ ଅଧିକ ବାଲି ଉଠାଇ ବିକ୍ରି କରୁଥିଲେ। ଆନନ୍ଦପୁର ଅଞ୍ଚଳରେ ବାଲିଘାଟକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଛି। ପଞ୍ଚାୟତର ଜଣେ ବ୍ୟକ୍ତି ପୂର୍ବରୁ ବାଲିଘାଟ ନିଲାମ ନେଇଥିଲେ। ୨୦୨୨ ମାର୍ଚ୍ଚ ୩୧ରୁ ତାଙ୍କ ନିଲାମ ଅବଧି ସରିଥିଲେ ବି ସେ ବେଆଇନ ଭାବେ ବାଲି ଉଠାଇ ଚାଲିଛନ୍ତି। ଏନେଇ ଆନନ୍ଦପୁରର ଅନେକ ଲୋକ ତହସିଲଦାର, ଉପଜିଲାପାଳ ଓ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇ ଆସିଛନ୍ତି। ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ବେଆଇନ ଭାବେ ସମ୍ପୃକ୍ତ ବ୍ୟକ୍ତି ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଧାମନଗର ତହସିଲ ଅଫିସର ସୂଚନା ଅନୁସାରେ ଉତେଇପୁର ବାଲିଘାଟର ନିଲାମ ୨୦୧୭ରେ ହୋଇଥିଲା। ହେଲେ ମାଇନିଂ ପ୍ଲାନ ଓ ପରିବେଶ ଅନୁମତି ବିଳମ୍ବରେ ମିଳିବାରୁ ବାଲି ଉତ୍ତୋଳନ ଲାଗି ୨୦୧୯ ଡିସେମ୍ବରରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଏଣୁ ବାଲିଘାଟର ନିଲାମ ଅବଧି ୨୦୨୪ ଯାଏ ରହିଛି। ହେଲେ ୨୦୨୨ ମାର୍ଚ୍ଚ ୩୧ରେ ଘାଟର ସିଟିଓ ଅବଧି ଶେଷ ହୋଇଛି। ସେହିପରି ୨୦୨୨ ଆର୍ଥତ୍କ ବର୍ଷ ଯାଏ ଘାଟରୁ ୪ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ବାକି ରହିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri