ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଗୁଣ୍ଡାରାଜ ଚଳାଇ ଲୋକଙ୍କୁ ଧମକଚମକ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପୋଲିସ ଲଗାଇ ପୁରୁଷମାନଙ୍କୁ ଉଠାଇନେଉଛନ୍ତି। ତେଣୁ ଗାଁର ଯୁବକମାନେ ଭୟରେ ଏଣେତେଣେ ଲୁଚି ବୁଲୁଛନ୍ତି ବୋଲି ଖଣି ଅଞ୍ଚଳର ମହିଳାମାନେ କହିଛନ୍ତି। ପୋଲିସ ଗୋଡ଼ାଇବା ସମୟରେ ପଡ଼ିଯାଇ କାହାର ଅଣ୍ଟା ଭାଙ୍ଗିଯାଇଥିବାବେଳେ ଆଉ କାହାର ଗୋଡ଼ ଓ ହାତ ଭାଙ୍ଗିଯାଇଛି। ପୋଲିସ ଭୟରେ ଦୌଡ଼ିବା ସମୟରେ ଦାନାରସିଂ ମାଝିଙ୍କ ଅଣ୍ଟା ଭାଙ୍ଗିଯିବାରୁ ସେ ଏବେ ଉଷାପଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଅନ୍ୟ ୩ ଜଣଙ୍କ ଅବସ୍ଥା ମଧ୍ୟ ଖରାପ ଥିବା କହିଛନ୍ତି ଅଞ୍ଚଳବାସୀ। ସେମାନଙ୍କ ଏହି ଦୁର୍ଦ୍ଦଶା ପାଇଁ କିଏ ଦାୟୀ ହେବ ବୋଲି ବନ୍ତେଜି, କଣ୍ଟାମାଳ, ସରାମବାଇ, ଆଲିଗୁଣା ଅଞ୍ଚଳର ମହିଳାମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ମୈତ୍ରୀ କମ୍ପାନୀ ସମ୍ପୂର୍ଣ୍ଣ ବେଆଇନ କାମ କରୁଛି ଏବଂ ପ୍ରଶାସନିକ ଅଧିକାରୀ ଏହାକୁ ସହଯୋଗ କରୁଥିବା ନାଗରିକ ସଚେତନ ଆଇନ ସହାୟତା କେନ୍ଦ୍ରର ଜିଲା ସଭାପତି ତଥା ଆଇନଜୀବୀ ରାଜୁ ମହାପାତ୍ର ଅଭିଯୋଗ କରିଛନ୍ତି। ମୈତ୍ରୀ କମ୍ପାନୀ ପେସା ଆଇନ ୧୯୯୬କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ମୈତ୍ରୀ କମ୍ପାନୀ ଆଇନଠାରୁ ଊର୍ଦ୍ଧ୍ୱରେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜନେତାମାନେ ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବେଆଇନ କାମକୁ କାହିଁକି ସମର୍ଥନ କରୁଛନ୍ତି ବୋଲି ରାଜୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରାକୃତିକ ଉତ୍ସକୁ ବ୍ୟବହାର କରିବା ପାଇଁ ହେଲେ ପେସା ଆଇନ ୧୯୯୬ ଅନୁସାରେ ସରପଞ୍ଚଙ୍କ ମାଧ୍ୟମରେ ଗ୍ରାମସଭା, ଜନ ଶୁଣାଣି ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ ରହିଛି। ଏସବୁ ନ କରି କେଉଁ ଉଦ୍ଦେଶ୍ୟରେ ଏହିଭଳି ବେଆଇନ କାର୍ଯ୍ୟ ଚାଲିଛି ଏବଂ ଏହାକୁ ନିର୍ବାଚିତ ପ୍ରତିନିଧି କାହିଁକି ବିରୋଧ କରୁନାହାନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏନେଇ ଏକ ବଡ଼ ଜନ ଆନ୍ଦୋଳନ ତେଜିବ ବୋଲି ରାଜୁ କହିଛନ୍ତି।
ଏହି ଖଣି ଖନନ ବିବାଦକୁ ନେଇ ଜଣେ ମାଇନିଂ ଅଫିସର ଓ ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ନାମ ଗୋପନ ରଖି ସେ କହିଛନ୍ତି, କୌଣସି ଖଣି ଅଞ୍ଚଳ ଟେଣ୍ଡର ମାଧ୍ୟମରେ ଏକ କମ୍ପାନୀ ପାଇବା ପରେ ଉକ୍ତ ଅଞ୍ଚଳରେ ସରପଞ୍ଚଙ୍କ ଦ୍ୱାରା ଗ୍ରାମସଭା ଅନୁଷ୍ଠିତ ହେବ। ପରେ ସମସ୍ତ ଗ୍ରାମର ସହମତି ଅନୁସାରେ ସରପଞ୍ଚ ଏ ନେଇ ଜିଲାସ୍ତରୀୟ ଅଧିକାରୀଙ୍କୁ ଜଣାଇବେ। ଏହାପରେ ଜିଲାପାଳ ଜନଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ କରିବା ସହ ସେଥିରେ ଯୋଗଦେବା ପାଇଁ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ସୂଚନା ଦେବେ। ଉକ୍ତ ଜନଶୁଣାଣିରେ ଆଲୋଚନା ପୂର୍ବକ ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରାଯାଇଥାଏ, ଯାହାର ଏକ ଡକ୍ୟୁମେଣ୍ଟ ଓ ଭିଡିଓ କପି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଥାଏ। ଏହାପରେ ସେଠାରୁ ଅନୁମତି ପୂର୍ବକ ପରିବେଶ ମଞ୍ଜୁରୀ (ଇସି) ମିଳିବା ପରେ ସମ୍ପୃକ୍ତ କମ୍ପାନୀ ମାଇନିଂ ପ୍ଲାନ୍ ଓ ଇସି ଦାଖଲ କରିଥାଏ। ଏହାପରେ ପରିବେଶ ପ୍ରଦୂଷଣ ବୋର୍ଡ ଅଧିକାରୀ ଉକ୍ତ ଅଞ୍ଚଳକୁ ଗସ୍ତକରି ସେଠାକାର ପରିବେଶ ଏବଂ ଆଖପାଖରେ ସ୍କୁଲ, ମନ୍ଦିର ଓ ବାସଗୃହ ଆଦି ରହିଛି କି ନାହିଁ ଏବଂ ଏହି ଖଣି ଖନନ ଦ୍ୱାରା ଅଞ୍ଚଳରେ କିଭଳି ପ୍ରଭାବ ପଡ଼ିବ, ସେ ସଂକ୍ରାନ୍ତରେ ତଦନ୍ତକରି ଏକ ରିପୋର୍ଟ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ। ଏହାପରେ ସମ୍ପୃକ୍ତ କମ୍ପାନୀକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ପ୍ରଥମେ କନ୍ସେଣ୍ଟ ଟୁ ଏଷ୍ଟାବ୍ଲିଶମେଣ୍ଟ (ମାଇନିଂ ପାଇଁ ରାସ୍ତା, ଯାନବାହନ ଚଳାଚଳ ଓ ଅନ୍ୟାନ୍ୟ ସୁବିଧା) କାର୍ଯ୍ୟ ପାଇଁ ଅନୁମତି ମିଳେ। ଏହି ପ୍ରକ୍ରିୟା ଶେଷକରି ରିପୋର୍ଟ ଦାଖଲ କରିବା ପରେ କନ୍ସେଣ୍ଟ ଟୁ ଅପରେଟ ଅନୁମତି ମିଳେ। ଏହା ମିଳିବା ପରେ କମ୍ପାନୀ ମାଇନ୍ସ ଖୋଳିବା ଆରମ୍ଭ କରିପାରିବ ବୋଲି ସମ୍ପୃକ୍ତ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି।
Posted inHome Left, ଆମ ଜିଲା ଖବର, ରାୟଗଡା View All
ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ୍ରେ ହଠାତ୍ ଲାଗିଲା ନିଆଁ: ଜଳିଗଲା ୨ ବଗି
ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍ର B1 ଏବଂ M2 ବଗିରେ ହଠାତ୍ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...
ହନିମୁନ୍ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…
ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍ଭିଙ୍କୁ ବିବାହ କରିଥିଲେ। ଗତ...
ସର୍ଭିସ ରୋଡ୍ ଜାମ୍, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର
ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍ଟି ବାରମ୍ବାର ଜାମ୍ ରହୁଥିବା ଦେଖିବାକୁ...
ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ
ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି
ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
Archives


