Posted inଜାତୀୟ

ଏଏପିକୁ ଆମେ ଭରସା କରିପାରିବୁ ନାହିଁ: ସନ୍ଦୀପ ଦୀକ୍ଷିତ

ନୂଆଦିଲ୍ଲୀ,୧୮।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ କରିବାକୁ ନେଇ କଂଗ୍ରେସ ଚିନ୍ତାରେ ଅଛି। ଏଏପି ସହ ମେଣ୍ଟ କରିବ ନ ଏକୁଟିଆ ଲଢିବ ସେନେଇ କଂଗ୍ରେସ ଏବେ ଅଡ଼ୁଆ ସ୍ଥିତିରେ ଅଛି। ନିକଟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କଂଗ୍ରେସ ଏକୁଟିଆ ଲଢିବ ବୋଲି ସୂଚନା ଦେଇଥିଲେ। ତାଙ୍କ ମନ୍ତବ୍ୟ ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ପ୍ରଶ୍ନବାଚୀ ଉଠିଛି। କାରଣ ଏହି ମେଣ୍ଟରେ ଉଭୟ କଂଗ୍ରେସ ଏବଂ ଏଏପି ଅଛନ୍ତି।
ଦୀକ୍ଷିତ ନିଜ ମନ୍ତବ୍ୟକୁ ସୁଧାରିବାକୁ ଯାଇ ଶୁକ୍ରବାର କହିଛନ୍ତି, ଦିଲ୍ଲୀର ସମସ୍ତ ୭ଟି ଆସନରେ ଲୋକ ସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କଂଗ୍ରେସ କହି ନାହିଁ। ଆମ ଦଳ କହିଛି ଯେ ଆମେ ସମସ୍ତ ୭ଟି ଆସନ ପାଇଁ ପ୍ରସ୍ତୁତ ହେବୁ। ପ୍ରତ୍ୟେକ ଦଳ ଦ୍ୱାରା ନିର୍ବାଚନ ପ୍ରସ୍ତୁତି କରାଯାଇଥାଏ। ମିଳିତ ମେଣ୍ଟ ପରେ, କେଉଁ ଆସନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ସ୍ଥିର ହେବ। ଦୁଇ ଦିନ ପୂର୍ବେ ହୋଇଥିବା କଂଗ୍ରେସ ନେତାଙ୍କ ବୈଠକ ଆମ ଦଳକୁ ମଜଭୁତ କରିବା ବିଷୟରେ ଥିଲା। ସେହି କଂଗ୍ରେସ ବୈଠକରେ ମିଳିତ ମେଣ୍ଟ ଉପରେ ଆଲୋଚନା ହୋଇ ନ ଥିଲା।
୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଆହୁରି କହିଛନ୍ତି ଯେ, ଆମେ ଏହି ଦଳ (ଏଏପି) ଉପରେ ଭରସା କରିପାରିବୁ ନାହିଁ। ସେମାନଙ୍କ ରାଜନୀତିରେ ଦୁର୍ନୀତି ରହିଛି। ଆମ ଆଦମୀ ପାର୍ଟି ଅବୁଝା। ସେ ଆମ ଭାଷା ବୁଝିପାରନ୍ତି ନାହିଁ।
ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀ ଦିଲ୍ଲୀର ବରିଷ୍ଠ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ସନ୍ଦୀପ ଦୀକ୍ଷିତ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri