ଆତ୍ମହତ୍ୟା ସ୍ପଷ୍ଟ, କାରଣ ଖୋଜିପାଉନି ପୋଲିସ

ଭୁବନେଶ୍ୱର,୧୨।୮(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ରେ ଯୁକ୍ତ୨ ଛାତ୍ରୀ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ସପ୍ତାହେ ପୂରିଛି। ହେଲେ ଶୁଭଲକ୍ଷ୍ମୀ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ତାହା ଏବେ ରହସ୍ୟ ଘେରରେ ରହିଛି। ସେପଟେ ଶୁଭଲକ୍ଷ୍ମୀ ଏମ୍‌ଏମ୍‌ଏମ୍‌ଏସ୍‌ ପାଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବାକୁ ପ୍ରୟାସ ଜାରି ରଖିଛି। ଏଭଳିସ୍ଥିତିରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତରୁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ତେବେ ସେ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଲେ ଏବଂ ଏଥିପାଇଁ ଦାୟୀ କିଏ ଏନେଇ ତଦନ୍ତ ଚାଲୁରହିଛି। କୌଣସି ଭାଇରାଲ୍‌ ଭିଡିଓ ଏପର୍ଯ୍ୟନ୍ତ ଆମେ ପାଇନାହୁଁ। ଯଦି ସେଭଳି କିଛି ଭିଡିଓ ମିଳେ, ତେବେ ଆତ୍ମହତ୍ୟା ସହ ଏହାର କିଛି ଲିଙ୍କ୍‌ ଅଛି କି ନାହିଁ ସେ ନେଇ ତଦନ୍ତ କରାଯିବ ବୋଲି ଡିସିପି ସିଂ କହିଛନ୍ତି। ଅପରପକ୍ଷରେ ପୋଲିସ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ ଅନିଲ ଓ ପୂର୍ବତନ ପୁରୁଷବନ୍ଧୁ ସଞ୍ଜୟଙ୍କୁ ଜେରା କରି ବହୁ ତଥ୍ୟ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁଭଲକ୍ଷ୍ମୀ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ସହ ସମ୍ପର୍କ ତୁଟାଇ ଅନିଲଙ୍କ ସହ ଯୋଡ଼ି ହେବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ସଞ୍ଜୟ ଓ ଶୁଭଲକ୍ଷ୍ମୀଙ୍କ ସମ୍ପର୍କରେ ଅଧିକ ତିକ୍ତତା ସୃଷ୍ଟି ହୋଇଥିଲା। ଏହି ଝଗଡ଼ା ପାଇଁ ଶୁଭଲକ୍ଷ୍ମୀ ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ସୂଚନା ମିଳିଛି। ଏପଟେ ପୋଲିସ ପୁରୁଷବନ୍ଧୁ ଅନିଲଙ୍କ ମୋବାଇଲ ଜବତ କରି ତାହାକୁ ଅଧିକ ଯାଞ୍ଚ ଚଳାଇଛି। ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପଛରେ ଅନିଲଙ୍କ ପାଖରେ ଅନେକ ତଥ୍ୟ ଥିବାରୁ ପୋଲିସ ଏଥିରୁ ଗୁମର ଖୋଲିବା ପାଇଁ ପ୍ରୟାସ ଜାରି ରଖିଛି।
ସୂଚନାଯୋଗ୍ୟ, ଶୁଭଲକ୍ଷ୍ମୀ ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ହୋଟେଲକୁ ଆସି ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ରୁମ୍‌ରେ ରହିଥିଲେ। ହେଲେ ଶନିବାର କବାଟ ନ ଖୋଲିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ହୋଟେଲ ପକ୍ଷରୁ ଉକ୍ତ କବାଟ ଭଙ୍ଗାଯିବା ପରେ ଶୁଭଲକ୍ଷ୍ମୀ ଓଢଣି ଦ୍ୱାରା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା ବୋଲି ପୋଲିସକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri