ବାପାଙ୍କୁ ଫାଶୀ, ପୁଅଙ୍କୁ ଆଜୀବନ

ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍‌ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାପା ନବୀନ ଦେହୁରିଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଫାଶୀଦଣ୍ଡ (ମୃତ୍ୟୁଦଣ୍ଡ) ସହ ୧ଲକ୍ଷ ଜରିମାନା ଏବଂ ତାଙ୍କୁ ସହଯୋଗ କରିଥିବା ପୁଅ ହେମାନନ୍ଦ ଦେହୁରିଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୩୪ମାସ ପରେ ରାୟ ପ୍ରକାଶ ପାଇଛି। ତତ୍‌କାଳୀନ ଏସ୍‌ପି ଡ. ବିଶାଳ କନଓ୍ବର ସିଂ ଏହି ମାମଲାକୁ ରେଡ୍‌ଫ୍ଲାଗ ଭାବେ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ରଞ୍ଜନ କୁମାର ଶର୍ମା ଓ ମୃତକ ପରିବାର ପକ୍ଷରୁ ସରକାରୀ ଓକିଲ ରବୀନ୍ଦ୍ର ନାଏକ ମାମଲା ପରିଚାଳନା କରୁଥିଲେ। ପୋଲିସ ସଂଗ୍ରହ କରିଥିବା ସମସ୍ତ ପ୍ରମାଣ ଓ ୨୦ଜଣ ସାକ୍ଷୀଙ୍କ ବୟାନ ଅଭିଯୁକ୍ତଙ୍କ ବିପକ୍ଷରେ ରହିଥିଲା।
ମାମଲାର ବିବରଣୀକୁ ପ୍ରକାଶ ଯେ, ପ୍ରାୟ ୧୦ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଲପଡା ଗ୍ରାମର ଅଭିଯୁକ୍ତ ନବୀନ ଓ ପଡୋଶୀ ପୀରବତୀ ବେହେରା (୫୫)ଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ପୀରବତୀ ଏକୁଟିଆ ରହୁଥିବାରୁ ତାଙ୍କ ସହିତ ଝିଅ ସାବିତ୍ରୀ (୩୦) ଓ ଜ୍ୱାଇଁ ଗିରିଧାରୀ ସାହୁ (୩୮) ରହୁଥିଲେ। କଳେବଳେ ଜମି ହାତେଇବା ପାଇଁ ନବୀନ ଓ ତାଙ୍କ ପୁଅ ହେମାନନ୍ଦ ଯୋଜନା କରିଥିଲେ। ଜମି ବିବାଦ କୋର୍ଟରେ ମଧ୍ୟ ବିଚାରାଧୀନ ରହିଥିଲା। ଏଭଳି ସମୟରେ ନବୀନ ଓ ହେମାନନ୍ଦ ପୀରବତୀଙ୍କ ପରିବାରକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ୨୦୨୦ ଅକ୍ଟୋବର ୨୧ ତାରିଖ ଅପରାହ୍ନରେ ଗିରିଧାରୀ ବିଲରେ ଚାଷ କରୁଥିବା ବେଳେ ନବୀନ ହଠାତ୍‌ ପହଞ୍ଚତ୍ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଚୋଟ ମାରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ପୀରବତୀ ଓ ଝିଅ ସାବିତ୍ରୀ ଗଁା ନଳକୂପରୁ ପାଣି ନେଇଯାଉଥିବା ବେଳେ ନବୀନ ପ୍ରଥମେ ପୀରବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମା’କୁ ବଞ୍ଚାଇବାକୁ ଯାଇ ସାବିତ୍ରୀ ମଧ୍ୟ ହତ୍ୟାର ଶିକାର ହୋଇଥିଲେ। ଏଥିରେ ନବୀନଙ୍କୁ ପୁଅ ହେମାନନ୍ଦ ସହଯୋଗ କରିଥିଲେ। ଘଟଣା ନେଇ ପୀରବତୀଙ୍କ ଅନ୍ୟଜଣେ ଝିଅ ପ୍ରତ୍ୟକ୍ଷଦର୍ଶୀ ମାଣିକ ପୃଷେଠଙ୍କ ଅଭିଯୋଗ ଆଧାରରେ ଥାନାରେ ୧୭୫/୨୦ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଖବର ପାଇ କୁଚିଣ୍ଡା ତତ୍‌କାଳୀନ ଏସ୍‌ଡିପିଓ ରାଜ କିଶୋର ମିଶ୍ର ଓ ମହୁଲପାଲି ଆଇଆଇସି ଜ୍ୟୋତ୍ସ୍ନାରାଣୀ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ବାପାପୁଅଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲେ। ଫୋରେନସିକ୍‌ ଟିମ୍‌ ମଧ୍ୟ ପହଞ୍ଚତ୍ ତଦନ୍ତ କରିଥିଲା। ତତ୍‌କାଳୀନ ଏସ୍‌ପି ସିଂ ଘଟଣାସ୍ଥଳ ପରିଦର୍ଶନ କରି ଅପରାଧର ଗମ୍ଭୀରତାକୁ ଦେଖି ରେଡ୍‌ଫ୍ଲାଗ ବର୍ଗରେ ତାଲିକାଭୁକ୍ତ କରିଥିଲେ। ସୂଚନାଯୋଗ୍ୟ, କୁଚିଣ୍ଡା ଅତିରିକ୍ତ ଜିଲା ଜଜ୍‌ କୋର୍ଟରେ ଏହା ତୃତୀୟ ଫାଶୀ ଦଣ୍ଡାଦେଶ। ଗୋବିନ୍ଦପୁର ଥାନା ମିଟୁପଡାରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କୁଚିଣ୍ଡା କୋର୍ଟରେ ୨୦୦୯ ମସିହାରେ ଫାଶୀ ଦଣ୍ଡାଦେଶ ହୋଇଥିଲା ା ତତ୍‌କାଳୀନ ଅତିରିକ୍ତ ଜିଲାଜଜ୍‌ ସରୋଜ ପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଅର୍ଜୁନ ତେଲିଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେହିପରି ଜମନକିରା ଥାନା ଅଞ୍ଚଳରେ ନାବାଳିକା ହତ୍ୟା ମାମଲାରେ ୨୦୧୦ ମସିହାରେ ତତ୍‌କାଳୀନ ଅତିରିକ୍ତ ଜିଲାଜଜ୍‌ ସରୋଜ ପତି ରାୟ ଶୁଣାଇ ଅଭିଯୁକ୍ତ ଶ୍ରୀ ହେମ୍ବ୍ରମଙ୍କୁ ଫାଶୀଦଣ୍ଡ ଦେଇଥିଲେ।
ଏ ସମ୍ପର୍କରେ ସରକାରୀ ଓକିଲ ରବୀନ୍ଦ୍ର ନାଏକ କହିଛନ୍ତି, ଅଭିଯୁକ୍ତ ପ୍ରଥମେ ବିଲରେ ଗିରିଧାରୀ ଏବଂ ପରେ ପୀରବତୀ ଓ ସାବିତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସାବିତ୍ରୀଙ୍କ ପୁଅ ସଚିନ ଓ ଝିଅ ଈପ୍‌ସିତାଙ୍କ ଆଖି ଆଗରେ ହତ୍ୟାକାଣ୍ଡ ଘଟିଥିଲା। ଘଟଣାରେ ସାବିତ୍ରୀଙ୍କ ଭଉଣୀ ଓ ଝିଅପୁଅ ସାକ୍ଷୀ ରହିଥିବା ବେଳେ ଗିରିଧାରୀଙ୍କୁ ହତ୍ୟା ବେଳେ ଗ୍ରାମର ଜଣେ ଚାଷୀ ସାକ୍ଷୀ ରହିଥିଲେ। ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ ରିପୋର୍ଟ ଓ ପ୍ରମାଣ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri