Posted inଜାତୀୟ

ଭାରତୀୟ ରେଳରେ ଯୋଡି ହେଲା ନୂଆ ଅଧ୍ୟାୟ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଦେଶର ୧୩୦୯ ରେଳ ଷ୍ଟେଶନ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ରୂପାନ୍ତରଣ ହେବ। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂରେ ଏକକାଳୀନ ସମସ୍ତ ଷ୍ଟେଶନର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଛି। ଅମୃତକାଳ ଆରମ୍ଭରେ ଏହି ଐତିହାସିକ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟକୁ ପ୍ରଶଂସା କରୁଛି ଏବଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ପୁନର୍ବିକାଶ କରାଯିବ। ଏସବୁ ଷ୍ଟେଶନରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀଙ୍କ ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ। ଭାରତ କେବଳ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ସ୍ବିଡେନ, ବ୍ରିଟେନ ଭଳି ଦେଶର ରେଳ ନେଟ୍‌ୱାର୍କ ଭଳି ଟ୍ରାକ ନିର୍ମାଣ କରିଛି। ଚଳିତ ବର୍ଷ ରେଲ୍‌ଓ୍ବେକୁ ୨.୫ ଲକ୍ଷ କୋଟିରୁ ଅଧିକ ବଜେଟ ଦିଆଯାଇଛି, ଯାହାକି ୨୦୧୪ ମସିହା ତୁଳନାରେ ପାଞ୍ଚ ଗୁଣା ଅଧିକ ରହିଛି। ସେହିପରି ୧୦ ହଜାରରୁ ଊର୍ଦ୍ଧ୍ୱ ରେଳ ଓଭରବ୍ରିଜ୍‌ ନିର୍ମାଣ କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ଟ୍ରେନ୍‌ରେ ବାୟୋ ଟଏଲେଟ୍‌ ୨୮ ଗୁଣା ବୃଦ୍ଧି ପାଇଛି। ଆଗକୁ ଅନେକ ରେଳ ଷ୍ଟେଶନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ୨୦୩୦ ସୁଦ୍ଧା ଦେଶରେ ଭାରତୀୟ ରେଳ ନେଟ୍‌ଓ୍ବର୍କ ବିଶ୍ୱରେ ଏକ ନମ୍ବରରେ ସ୍ଥାନ ପାଇବ।
ସେହିପରି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ବିରୋଧୀଙ୍କ କାମ ହେଲା କେବଳ ବିରୋଧ କରିବା। ଭଲ କାମରେ ବି ସେମାନେ ବିରୋଧ କରନ୍ତି। ବିରୋଧୀ ନୂଆ ସଂସଦ ନିର୍ମାଣରେ ବିରୋଧ କରିଥିଲେ। ଏପରି କି ଦୀର୍ଘବର୍ଷ ଶାସନରେ ଶହୀଦଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରି ନ ଥିଲେ। କିନ୍ତୁ ଭାଜପା ସରକାର ଗତ ୯ ବର୍ଷ ଧରି ବିନା ରାଜନୀତିରେ ଲୋକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ବୋଲି ମୋଦି କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ସମସ୍ତ ଷ୍ଟେଶନର ମାଷ୍ଟର ପ୍ଲାନିଂ ହୋଇସାରିଥିବାବେଳେ ପୁନର୍ବିକାଶ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଏପଟେ ଓଡ଼ିଶାରେ ମଧ୍ୟ ବିଭିନ୍ନ ରେଳ ଷ୍ଟେଶନରେ ସ୍ବତନ୍ତ୍ର ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ବଲପୁରର ହୀରାକୁଦ୍‌ ରେଳ ଷ୍ଟେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ବିମାନବନ୍ଦର ଭଳି ଦେଶରେ ରେଳ ଷ୍ଟେଶନକୁ ଅତ୍ୟାଧୁନିକ ଷ୍ଟେଶନରେ ପରିଣତ କରିବା ପୂର୍ବରୁ କେବେ କଳ୍ପନା କରାଯାଇପାରି ନ ଥିଲା। ଏହା କେବଳ ମୋଦିଜୀ ହିଁ ଚିନ୍ତା କରିପାରନ୍ତି। ଆଜି ମୋଦି ସରକାରରେ ନୂଆ ରେଳ ଚଳାଚଳ, ରେଳ ଲାଇନ୍‌ ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ରେଳ ଷ୍ଟେଶନ କରିବାର କଳ୍ପନାକୁ ବାସ୍ତବରେ ସାକାର କରାଯାଇଛି। ସେହିପରି ପୂର୍ବତଟ ରେଳପଥ ପକ୍ଷରୁ ୩ଟି ଷ୍ଟେଶନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା।

ଖୋର୍ଦ୍ଧା ଷ୍ଟେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ। ସେହିପରି ଲିଙ୍ଗରାଜ ଷ୍ଟେଶନରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।
ସୂଚନଯୋଗ୍ୟ, ୫୦୮ ଷ୍ଟେଶନର ପୁନର୍ବିକାଶ ପାଇଁ ବିଭାଗ ପକ୍ଷରୁ ୨୫ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଛି। ତେବେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ପୂର୍ବତଟ ରେଳପଥର ୫୭ ରେଳ ଷ୍ଟେଶନ ମଧ୍ୟରୁ ଏବେ ଓଡ଼ିଶାର ୨୫ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ମୋଟ ୫୩୧.୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାର ୨୫ଟି ଷ୍ଟେଶନ ମଧ୍ୟରେ ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ମେରାମଣ୍ଡଳି , ବାଲୁଗାଁ, ଲିଙ୍ଗରାଜ ଷ୍ଟେଶନ ରୋଡ୍‌, ତାଳଚେର ରୋଡ୍‌, ଖୋର୍ଦ୍ଧା ରୋଡ୍‌, କଣ୍ଟାବାଞ୍ଜି, ବରଗଡ ରୋଡ୍‌, ହୀରାକୁଦ, ରେଢାଖୋଲ, ବରପାଲି , ମୁନିଗୁଡା , ବଲାଙ୍ଗୀର , ହରିଶଙ୍କର ରୋଡ୍‌, ଭବାନୀପାଟଣା, ଖରିଆର୍‌ ରୋଡ୍‌ , ଦାମନଯୋଡି, ବଡବିଲ , ରାଜଗାଙ୍ଗପୁର , ବାରିପଦା ଓ ଜଳେଶ୍ୱର ଷ୍ଟେଶନକୁ ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri