ନାଇଜରରେ ନୂଆ ଯୁଦ୍ଧର ପଦଧ୍ୱନୀ: ସୁନା ଭଣ୍ଡାର ମୋହରେ ରୁଷିଆ-ଆମେରିକା…

ଅବୁଜା,୬।୮ : ସାମରିକ କ୍ଷମତା ଦଖଲ ପରଠାରୁ ନାଇଜର ବିଶ୍ୱର ମହାଶକ୍ତି ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ନାଇଜରକୁ ଦଖଲ କରିବାକୁ ରୁଷିଆ ଏବଂ ଆମେରିକା ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ମାମଲା ଏତେ ଗମ୍ଭୀର ଆମେରିକାର ସମର୍ଥକ ପଡୋଶୀ ଦେଶର ଏକ ମିଳିତ ମେଣ୍ଟ ଯେକୌଣସି ସମୟରେ ନାଇଜର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଛି। ତେବେ ନାଇଜର ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନର ଭୟଙ୍କର ପରିଣାମ ବିଷୟରେ ରୁଷିଆ ଚେତାବନୀ ଦେଇଛି। ରୁଷିଆର ସମର୍ଥନରେ ବୁର୍କିନା ଫାସୋ ଏବଂ ମାଲି ପରି ଆଫ୍ରିକୀୟ ଦେଶ ଖୋଲାଖୋଲି ଭାବେ ନାଇଜରକୁ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ନାଇଜର ବିରୋଧରେ ଚାଲିଥିବା ଯୁଦ୍ଧ ଆଫ୍ରିକାରେ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ ପ୍ରଶ୍ନ ଉଠିଛି ବର୍ଷ ବର୍ଷ ଧରି ଅବହେଳିତ ହୋଇଆସୁଥିବା ନାଇଜରରେ କ’ଣ ଅଛି ? କେଉଁ ଆମେରିକା ଏବଂ ରୁଷିଆ ନାଇଜରକୁ ନେଇ ପରସ୍ପରର ଶତ୍ରୁ ପାଲଟିଛନ୍ତି।

୨୬ ମେରେ ନାଇଜରରେ ଏକ ସାମରିକ କ୍ଷମତା ଦଖଲ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଗାର୍ଡର କମାଣ୍ଡର ଜେନେରାଲ ଅବଦୋରାହମାନ ଟଚିଆନି ନାଇଜରର ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବହିଷ୍କାର କରି କ୍ଷମତା ଦଖଲ କରିଥିଲେ। ସେବେଠାରୁ ନାଇଜରର ସାଧାରଣ ଲୋକମାନେ ରୁଷିଆ ଏବଂ ଚାଇନା ପତାକା ହାତରେ ଧରି ଉତ୍ସବ ପାଳନ କରୁଛନ୍ତି। ଏହି ସମୟ ମଧ୍ୟରେ ନାଇଜରରେ ବହୁ ସଂଖ୍ୟାରେ ଆମେରିକା ବିରୋଧୀ ଏବଂ ଫ୍ରାନ୍ସ ବିରୋଧୀ ପ୍ରଦର୍ଶନ ମଧ୍ୟ ହୋଇଛି। ନାଇଜରର ଲୋକମାନେ ଏହାକୁ ଦ୍ୱିତୀୟ ସ୍ବାଧୀନତା ବୋଲି କହୁଛନ୍ତି। ସେମାନେ ଦାବି କରିଛନ୍ତି ନାଇଜର ବର୍ତ୍ତମାନ ପାଶ୍ଚାତ୍ୟର ଦାସତ୍ୱରୁ ମୁକ୍ତ।

ଆଫ୍ରିକାର ଆମେରିକାର ବନ୍ଧୁ ଭାବରେ ବିବେଚନା କରାଯାଉଥିବା ପଶ୍ଚିମ ଆଫ୍ରିକୀୟ ରାଜ୍ୟଗୁଡିକର ଅର୍ଥନୈତିକ ସମ୍ପ୍ରଦାୟ(ଇକୋଓ୍ବାସ) ନାଇଜର ବିରୁଦ୍ଧରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଧମକ ଦେଇଛନ୍ତି। ଇକୋଓ୍ବାସ ସଦସ୍ୟ ଦେଶଗୁଡିକ ମଧ୍ୟରେ ବେନିନ, ବୁର୍କିନା ଫାସୋ, କାବୋ ଭର୍ଡେ, କୋଟେ ଡି ଆଇଭୋରେ, ଗାମ୍ବିଆ, ଘାନା, ଗୁଇନିଆ, ଗୁଇନିଆ ବିସାଉ, ଲାଇବେରିଆ, ମାଲି, ନାଇଜର, ନାଇଜେରିଆ, ସିଆରପିଏଫ, ସେନେଗାଲ ଏବଂ ଟୋଗୋ ଅନ୍ତର୍ଭୁକ୍ତ। ଇକୋଓ୍ବାସ ବର୍ତ୍ତମାନ ନାଇଜେରିଆ ଦ୍ୱାରା ପରିଚାଳିତ। ଏହି ସମୟରେ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦ ବାଜୁମ ତାଙ୍କ ଦେଶର ସଂସଦକୁ ନାଇଜର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସହମତି ଦେବାକୁ କହିଛନ୍ତି। ଅନ୍ୟପକ୍ଷରେ ଆଫ୍ରିକୀୟ ୟୁନିଅନ ମଧ୍ୟ ଆମେରିକା ସହିତ ନାଇଜର ବିରୋଧରେ ଅସନ୍ତୁଷ୍ଟ ଅଛନ୍ତି।
ପ୍ରକୃତରେ ନାଇଜରର ପ୍ରାକୃତିକ ସମ୍ପଦ ଅଧିକାର ପାଇଁ ଆମେରିକା ରୁଷିଆ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।

ନାଇଜର ଚାରିପଟେ ଅନ୍ୟ ଦେଶ ଘେରି ରହିଛନ୍ତି। ଏହାର ପଶ୍ଚିମ ଆଫ୍ରିକା, ଦକ୍ଷିଣ-ପୂର୍ବରେ ଆଲଜେରିଆ ଅବସ୍ଥିତ। ଏହି ଦେଶର ମୋଟ କ୍ଷେତ୍ରଫଳ ହେଉଛି ୧,୨୬୭ ହଜାର ବର୍ଗ କିଲୋମିଟର। ୧୯୬୦ରେ ନାଇଜର ଏକ ସ୍ବାଧୀନ ରାଷ୍ଟ୍ର ହେଲା। ଦେଶ ଜାତିଗତ ଅଶାନ୍ତି, ଭୟଙ୍କର ମରୁଡ଼ି ପରିସ୍ଥିତି ଏବଂ ରାଜନୈତିକ ଅସ୍ଥିରତା ଭୋଗୁଛି । ଏହା ବିଶ୍ୱର ସବୁଠାରୁ ଗରିବ ଦେଶ ଭାବରେ ପରିଗଣିତ ହୋଇଛି। ବଢୁଥିବା ଜନସଂଖ୍ୟା ମଧ୍ୟ ଏହି ଦେଶର ସମସ୍ୟାକୁ ବୃଦ୍ଧି କରିଛି। ଜିଡିପିର ୪୦ ପ୍ରତିଶତ ହିସାବରେ ନାଇଜରର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ନାଇଜରର ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ କୃଷି ଉପରେ ନିର୍ଭର କରିଥାନ୍ତି। ନାଇଜରରେ ବିପୁଳ ପରିମାଣର ପ୍ରାକୃତିକ ସମ୍ପଦ ଭଣ୍ଡାର ରହିଛି। ତେଣୁ ନାଇଜରର ଅଧିକାର ପାଇଁ ରୁଷିଆ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିଯୋଗୀତା ଏହାର ମୁଖ୍ୟ କାରଣ।

ନାଇଜରର ପ୍ରାକୃତିକ ସମ୍ପଦ ମଧ୍ୟରେ ୟୁରାନିୟମ, କୋଇଲା, ସୁନା, ଲୁହାପଥର, ଟିଣ, ଫସଫେଟ, ପେଟ୍ରୋଲିୟମ, ମଲାଇବେଡେନ୍ମ, ଲୁଣ ଏବଂ ଜିପସମ ଅନ୍ତର୍ଭୁକ୍ତ। ନାଇଜରରେ ବିଶ୍ୱର ସର୍ବବୃହତ ୟୁରାନିୟମ ଭଣ୍ଡାର ଅଛି । ନାଇଜରରେ ମଧ୍ୟ ତେଲର ଭଲ ଭଣ୍ଡାର ଅଛି। ବିଶେଷଜ୍ଞମାନେ କହିଛନ୍ତି ଯଦି ନାଇଜର ନିଜର ସ୍ଥିତିକୁ ବଜାୟ ରଖେ, ତେବେ ଆଗାମୀ ଦଶନ୍ଧିରେ ଆଫ୍ରିକାର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇ ପାରିବ।
ନାଇଜରର ସମିରା ହିଲ ଖଣି କାନାଡାର ସେମାଫୋ ଇଙ୍କର ମାଲିକାନାରେ ଥିଲା। କାନାଡାର କମ୍ପାନୀ ଖଣିର ୮୦ ପ୍ରତିଶତ ମାଲିକ ଥିବାବେଳେ ନାଇଜର ସରକାର ୨୦ ପ୍ରତିଶତ ମାଲିକାନା ରଖିଥିଲେ। ସମିରା ହିଲ ଖଣି ହେଉଛି ଦେଶର ଏକମାତ୍ର ଶିଳ୍ପ ସୁନା ଖଣି। ୨୦୦୯ ରେ ଏହି ଖଣିରୁ ୧,୭୭୦ କିଲୋଗ୍ରାମ ସୁନା ଏବଂ ୨୦୧୦ ରେ ୧,୫୯୬ କିଲୋଗ୍ରାମ ସୁନା ବାହାର କରାଯାଇଥିଲା। ସେମାଫୋ ସମିରା ହିଲ, ଲିବଡୋରାଡୋ ଉତ୍ତର ପଶ୍ଚିମ ଏବଂ ବୁଲନ ଜୁଙ୍ଗା ଉତ୍ତରରେ ଦୁଇଟି ନୂତନ ସୁନା କ୍ଷେତ୍ର ଆବିଷ୍କାର କରିଥିବା ଦାବି କରିଛି ।

ସୁନା ଭଣ୍ଡାର ମୋହରେ ଏବେ ଆମେରିକା ରୁଷିଆ ନାଇଜରରେ ପହଞ୍ଚିଛନ୍ତିି। ଫଳରେ ନୂଆ ଯୁଦ୍ଧର ପଦଧ୍ୱନୀ ନାଇଜରରେ ଶୁଭିବାରେ ଲାଗିଛି। ଆଗାମୀ ଦିନରେ ନାଇଜର ଯୁଦ୍ଧସ୍ଥଳରେ ପରିଣତ ହେବାର ଆଶଙ୍କା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri