୨ବର୍ଷ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଗାଁ ମୁଣ୍ଡରୁ ଜବତ

ଦଶମନ୍ତପୁର,୧୬।୭ (ଅରବିନ୍ଦ ନାୟକ )୨ ବର୍ଷ ୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତର କଟ୍ରାଆମ୍ବ ଗ୍ରାମ ନିକଟରୁ ଜବତ କରିଛି। ମୃତକ ହେଲେ କଡ୍ରୁ ମୁଦୁଲିଙ୍କ ଝିଅ କୁନି (୨୩)।
ଖବରରୁ ଜଣାପଡିଛି, ୨୦୨୧ରେ କୁନିଙ୍କର ଉକ୍ତ ପଞ୍ଚାୟତର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ଅନ୍ୟ ସମ୍ପ୍ରଦାୟର ଓ ପୂର୍ବରୁ ବିବାହିତ ହୋଇଥିବାରୁ ଏନେଇ ପରିବାର ଲୋକେ ପ୍ରତିବାଦ କରି ଦଶମନ୍ତପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ସେତେବେଳେ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଯୁବକ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଝିଅକୁ ନେବାକୁ ପରିବାର ଲୋକେ ରାଜି ନ ହେବାରୁ ତତ୍କାଳୀନ ଥାନା ଅଧିକାରୀ ତାଙ୍କୁ ଜିଲା ମହିଳା ସୁରକ୍ଷା କେନ୍ଦ୍ରକୁ ପଠାଇଥିଲେ। କିଛି ଦିନ ପରେ କୁନି ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଦଶମନ୍ତପୁର ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରଠାରୁ କୁନି କେଉଁଠି କାହା ସହ ରହୁଥିଲେ ତାହା ଜଣାପଡି ନ ଥିଲା। ତେବେ ଗାଁ ଆମ୍ବଗଛ ରାସ୍ତା ଦେଇ କେତେଜଣ ଚାଷୀ ଶନିବାର ସକାଳୁ ଚାଷ କରିବାକୁ ଯାଉଥିବା ବେଳେ ଏକ ପଥର ଉପରେ ଜଣେ ମହିଳା ପାଟିରୁ ଫେଣ ବାହାରୁଥିବା ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ଏ ସମ୍ପର୍କରେ ସେମାନେ ଚଣାବାଡ ସରପଞ୍ଚ ରାଜଲକ୍ଷ୍ମୀ ମାଝି ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ କଡ୍ରୁଙ୍କ ଝିଅ କୁନି ବୋଲି ଚିହ୍ନଟ କରିଥିଲେ। ମୃତଦେହ ପଡିଥିବା ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି, ସେକେଣ୍ଡ ଅଫିସର ନିର୍ମଳା ଲିମା ଗ୍ରାମରେ ପହଞ୍ଚତ୍ଥିଲେ। କୁନିଙ୍କ ମୃତଦେହ ନିକଟରୁ ଗୋଟିଏ ହାତ ବ୍ୟାଗ୍‌, ଗୋଟିଏ ଝୁଲା ବ୍ୟାଗ୍‌ ଏବଂ ଫ୍ଲିପ୍‌କାର୍ଟ ଦ୍ବାରା ଅର୍ଡର କରାଯାଇଥିବା ମହିଳାଙ୍କ ବ୍ୟବହାରଯୋଗ୍ୟ କିଛି ସାମଗ୍ରୀ ମିଳିଥିଲା। ମୃତଦେହ ଜବତ ପରେ ଏହାକୁ ବ୍ୟବଚ୍ଛେଦ ଲାଗି କୋରାପୁଟ ପଠାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ କୁନିଙ୍କ ବାପା କଡ୍ରୁ କହିଛନ୍ତି, ତାଙ୍କ ଝିଅ ଦୀର୍ଘ ୨ ବର୍ଷ ୩ ମାସ ହେଲା ନିଖୋଜ ହୋଇଯାଇଥିଲା। ତେବେ ଗ୍ରାମ ମୁଣ୍ଡକୁ ତା’ମୃତଦେହ କିପରି ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେସ୍‌ ନଂ. ୧୬/୨୩ରେ ଏକ ଅପମତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ମହାନ୍ତି କହିଛନ୍ତି। ଏପରି ରହସ୍ୟଜନକ ଘଟଣାର ଉଚିତ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri