ମେଟ୍ରୋ ରେଲ୍‌ର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ)/ ବାରଙ୍ଗ (ଲିଙ୍ଗରାଜ ରାଉତ): ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେଶନ (ଡିଏମ୍‌ଆର୍‌ସି)ର ବିଶେଷଜ୍ଞମାନେ ସୋମବାର ଭୁବନେଶ୍ୱରରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟ ସର୍ଭେ ଆରମ୍ଭ କରିଛନ୍ତି। ତ୍ରିଶୂଳିଆ ଛକରେ ମେଶିନ ଲଗାଇ ମାଟି ପରୀକ୍ଷା କରାଯାଇଛି। ସୂଚନା ଅନୁଯାୟୀ, ଡିଏମ୍‌ଆର୍‌ସି ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ଡିପିଆର୍‌ (ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତି ଦାୟିତ୍ୱ ନେଇଛି। ଏବେ ଏହି ବିଶେଷଜ୍ଞ ଦଳ ପକ୍ଷରୁ ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେଶନ କାମ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପ୍ରତି ୧ କିଲୋମିଟର ଦୂରତାରେ ମୃତ୍ତିକା ପରୀକ୍ଷଣ (ସଏଲ ଟେଷ୍ଟିଂ) କରାଯିବ। ଫଳରେ ମୃତ୍ତିକାର କେଉଁ ସ୍ତରରେ ପଥର ଅଛି ତାହା ଜଣାପଡ଼ିବ। ଅନ୍ୟପକ୍ଷରେ ସଏଲ୍‌ ବିଅରିଂ କାପାସିଟି କେତେ ଅଛି ତାହା ମାଟି ନମୁନା ପରୀକ୍ଷଣରୁ ସ୍ପଷ୍ଟ ହେବ। ମେଟ୍ରୋର ଅଣ୍ଡରଗ୍ରାଉଣ୍ଡ ପଥ ଲାଗି ଯେଉଁ ପିଲାର୍‌ (ଖମ୍ବ) ନିର୍ମାଣ କରାଯିବ ତା’ର ଫାଉଣ୍ଡେଶନ ଡିଜାଇନ କିଭଳି ହେବ ସେ ସମ୍ପର୍କିତ ବିବରଣୀ ମୃତ୍ତିକା ପରୀକ୍ଷଣ ଅନୁସନ୍ଧାନ (ସଏଲ ଟେଷ୍ଟିଂ ଇନ୍‌ଭେଷ୍ଟିଗେଶନ୍‌) ରିପୋର୍ଟରୁ ଜଣାପଡ଼ିବ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଲ୍‌ ଲାଗି ଡିପିଆର୍‌ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରର ଅନ୍ୟ ଅଞ୍ଚଳକୁ ରୁଟ୍‌ ସହ ଯୋଡ଼ିବା ଏବଂ ଖୋର୍ଦ୍ଧା, ପୁରୀକୁ ଚାଲିବାକୁ ଥିବା ମେଟ୍ରୋ ଲାଗି ସମସ୍ତ ପ୍ଲାନ ଡିଏମ୍‌ଆର୍‌ସି ପ୍ରସ୍ତୁତ କରୁଛି। ବର୍ତ୍ତମାନର ଯୋଜନା ଅନୁଯାୟୀ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ୨୫ କିମି ଟ୍ରଙ୍କ ରୁଟ୍‌ରେ ୪୫୦ ସ୍ପାନ୍‌ ତିଆରି କରାଯାଉଛି। ବିମାନବନ୍ଦର, ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ଜୟଦେବବିହାର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର ଓ ନନ୍ଦନକାନନ ରୁଟ୍‌ ଦେଇ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଲ୍‌ ଯାତ୍ରା କରିବ। ପ୍ରତି ୫୦ ମିଟର ଦୂରତାରେ ଗୋଟିଏ ଲେଖାଏ ସ୍ପାନ୍‌ ନିର୍ମାଣ କରାଯିବ। ଟ୍ରଙ୍କ ରୁଟ୍‌ରେ ପ୍ରାୟ ୮ରୁ ୧୦ଟି ମେଟ୍ରୋ ଷ୍ଟେଶନ ନିର୍ମାଣ ହେବ। ପ୍ରତି ୧ କିମି ମେଟ୍ରୋ ରୁଟ୍‌ ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ସମସ୍ତ ପ୍ରକଳ୍ପରେ ପ୍ରାୟ ୮ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri