ଅଢ଼େଇଘଣ୍ଟା ଧରି ଏସ୍‌ଟିଏର ଅନୁଧ୍ୟାନ

ଅନୁଗୋଳ, ୫।୭ (ଅମିତ କୁମାର ସାମଲ): ଅନୁଗୋଳ କରଡ଼ାଗାଡ଼ିଆଠାରେ ଗତ ରବିବାର ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା। ୨ ଟ୍ରକ୍‌ ମଝିରେ ଚାପି ହୋଇ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରାଙ୍କ ଜୀବନ ଯାଇଥିଲା। ଏହି ଦୁର୍ଘଟଣା ପରେ ଦୀର୍ଘ ସାଢ଼େ ୬ ଘଣ୍ଟା ଧରି ୫୫ନଂ. ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ସେ ନେଇ ମଙ୍ଗଳବାର ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ର ୪ ଜଣିଆ ଟିମ୍‌ ଅନୁଗୋଳ ଗସ୍ତରେ ଆସି ଦୀର୍ଘ ଅଢ଼େଇ ଘଣ୍ଟା କାଳ ଅନୁଧ୍ୟାନ କରିଛନ୍ତି। ରୋଡ୍‌ ସେଫ୍ଟି ବିଭାଗର ୨ ଜଣ ଅଧିକାରୀ, ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଇଞ୍ଜିିନିୟର ଓ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ଏହି ଟିମ୍‌ରେ ସାମିଲ ଥିଲେ।
ସଦର ଥାନା ପୋଲିସ ସହ ଘଟଣାସ୍ଥଳକୁ ଯାଇଥିବା ଏସ୍‌ଟିର ଅଧିକାରୀମାନେ ଦୁର୍ଘଟଣାର ଟିକିନିଖି କାରଣ ଖୋଜିଥିଲେ। କେଉଁ କାରଣରୁ ଦମ୍ପତିଙ୍କୁ ଟ୍ରକ୍‌ ଧକ୍କା ଦେଲା, ଦୁର୍ଘଟଣା ସମୟରେ ଜାତୀୟ ରାଜପଥର ସ୍ଥିତି କ’ଣ ଥିଲା, ରାସ୍ତା ଅବସ୍ଥା କିଭଳି ରହିଛି, ଟ୍ରକ୍‌ ଚାଳକ ବ୍ରେକ୍‌ ଲଗାଇଥିଲେ କି ନାହିଁ, ଟ୍ରକ୍‌ର ବେଗ କେତେ ଥିଲା, ଏ ସମସ୍ତ ଦିଗକୁ ଏସ୍‌ଟିଏ ସଦସ୍ୟମାନେ ତର୍ଜମା କରିଥିଲେ। ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ହୁଲୁରିସିଂହା ଛକକୁ ଆସି ମଧ୍ୟ ଅନୁଧ୍ୟାନ କରିଥିଲେ। ପରେ ସଦର ଥାନାକୁ ଯାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଅବସ୍ଥା ତନଖି କରିଥିଲେ। ସମସ୍ତ ତଥ୍ୟ ଲିଖିତ ଭାବେ ନେବା ସହ ପାରିପାର୍ଶ୍ୱିକ ପରିସ୍ଥିତି ସମ୍ପର୍କରେ ଫଟୋ ଉତ୍ତୋଳନ କରି ନେଇଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ଉଠାଣି ଥିଲା। ହୁଲୁରିସିଂହା ଛକରେ ଥିବା ଟ୍ରାଫିକ୍‌ ପୋଷ୍ଟରେ ସିଗନାଲ୍‌ ଦିଆଯାଇ ନ ଥିଲା। ଫଳରେ କରଡ଼ାଗାଡ଼ିଆ ପେଟ୍ରୋଲ ପମ୍ପ ଯାଏ ଭାରିଯାନର ଲମ୍ବା ଲମ୍ବା ଲାଇନ ଲାଗିଥିଲା। ଏହି ସମୟରେ ସମ୍ପୃକ୍ତ ଦମ୍ପତି ଗାଡ଼ିର ବେଗ କମାଇ ଦେବାରୁ ପଛରୁ ଆସୁଥିବା ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ସେହିପରି ରାଜପଥ ପାର୍ଶ୍ୱରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଲଗାଯାଇଥିବା ବେଗ ସମ୍ପର୍କିତ ସୂଚନା ବୋର୍ଡ ଜଙ୍ଗଲରେ ଲୁଚି ଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ସମ୍ପର୍କରେ ସମସ୍ତ ଅନୁଧ୍ୟାନ ପରେ ଏସ୍‌ଟିଏ ଟିମ୍‌ କଟକ ଫେରିଯାଇଥିବା ସୂଚନା ମିଳିଛି। ଏହି ଏସ୍‌ଟିଏ ଟିମ୍‌ରେ ସବ୍‌ ମ୍ୟାଟର ସ୍ପେଶାଲିଷ୍ଟ ଅଭିଷେକ ଜେନା, ପ୍ରଦୀପ୍ତ କୁମାର ବାରିକ, ଏନ୍‌ଏଚଏଆଇ ଠିକା କାର୍ଯ୍ୟ କରୁଥିବା ସଂସ୍ଥାର ସାଇଡ୍‌ ଇଞ୍ଜିନିୟର ଅମିତ କୁମାର ବିଶୋଇ, ସଚ୍ଚିନାଥ ସାହୁ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଦିବ୍ୟଜ୍ୟୋତି ମହାନ୍ତ, ଅନୁଗୋଳ ସଦର ଥାନା ଏସ୍‌ଆଇ ତୁଷାରକାନ୍ତ ମହାନ୍ତିଙ୍କ ସହ ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ। ଏମ୍‌ଭିଆଇ ଦିବ୍ୟଜ୍ୟୋତି ମହନ୍ତ କହିଛନ୍ତି, ଟିମ୍‌ ଆସି ଅନୁଧ୍ୟାନ କରି ଫେରିଛି। ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri