Odisha Elections 2024
Posted inଖେଳ

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ୮ ଥର ଚାମ୍ପିୟନ ଓ ୪ ଥର ରନରଅପ୍‌ ହୋଇଛି। ୨୦୨୧ରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଟାଇଟଲ ହାସଲ କରିଥିଲା। ଅର୍ଥାତ୍‌ ଡିଫେଣ୍ଡିଂ ଚାମ୍ପିୟନଭାବେ ଭାରତ ଏହି ଟୁର୍ନାମେଣ୍ଟ ଖେଳୁଛି। ମାତ୍ର ଦଳ ପାଇଁ ଲକ୍ଷ୍ୟ ସହଜ ହେବନାହିଁ। କାରଣ କୁଏଟ୍‌ ଏକ ଶକ୍ତିଶାଳୀ ଦଳ। ଏହା ବିପକ୍ଷରେ ଭାରତର ରେକର୍ଡ ମଧ୍ୟ ଭଲ ନାହିଁ। ତେଣୁ ଆଗାମୀ ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଫୁଟବଲପ୍ରେମୀ ଆଶା ରଖିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତିଯୋଗିତାକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାପାଇଁ କୁଏଟ୍‌ ଓ ଲେବାନନ୍‌କୁ ଆମନ୍ତ୍ରଣୀୟ ଦଳଭାବେ ଏଥର ସୁଯୋଗ ମିଳିଛି।
ଫାଇନାଲ ପଥରେ ଭାରତ-କୁଏଟ୍‌
ଚଳିତ ସଂସ୍କରଣରେ ୨ଟି ଯାକ ଦଳ ଭାରତ ଓ କୁଏଟ୍‌ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିଲେ। ପାକିସ୍ତାନକୁ ୪-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ନେପାଳକୁ ୨-୦ ଗୋଲରେ ପରାସ୍ତ କରିଥିଲା। କୁଏଟ୍‌ ସହିତ ଅନ୍ତିମ ମୁକାବିଲା କିନ୍ତୁ ୧-୧ ଗୋଲରେ ଡ୍ର ରହିଥିଲା। ଅଧିନାୟକ ସୁନୀଲ ଛେତ୍ରୀଙ୍କ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମ୍‌ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧ ଇଞ୍ଜୁରି ଟାଇମ୍‌ରେ ଅନଓ୍ବର ଅଲୀଙ୍କ ଆତ୍ମଘାତୀ ଗୋଲ ଯୋଗୁ ଭାରତ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଥିଲା। ସେହିପରି ଭାରତ ବିପକ୍ଷ ଶେଷ ମ୍ୟାଚକୁ ଡ୍ର ରଖିବା ପୂର୍ବରୁ କୁଏଟ୍‌ ନିଜର ପ୍ରଥମ ଗ୍ରୁପ୍‌ ମ୍ୟାଚରେ ନେପାଳକୁ ୩-୧ ଓ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେମିଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୪-୨ ଗୋଲରେ ଲେବାନନକୁ ହରାଇଥିଲା ଏବଂ କୁଏଟ୍‌ ଅତିରିକ୍ତ ସମୟ (ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ)ରେ ଗୋଟିଏ ଗୋଲ ଦେଇ ବାଂଲାଦେଶକୁ ୧-୦ରେ ପରାସ୍ତ କରିଥିଲା।
ମହେଶ ଗାଓ୍ବଲିଙ୍କୁ ଗୁରୁଦାୟିତ୍ୱ
ଭାରତୀୟ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌ ୨ଟି ମ୍ୟାଚରୁ ବାସନ୍ଦ ହୋଇଛନ୍ତି। ତେଣୁ ସେମିଫାଇନାଲ ପରି ଫାଇନାଲରେ ମଧ୍ୟ ସହକାରୀ କୋଚ୍‌ ମହେଶ ଗାଓ୍ବଲିଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ”ଗତ କୁଏଟ୍‌ ଓ ଲେବାନନ୍‌ ବିପକ୍ଷ ମ୍ୟାଚ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେଣୁ ଫାଇନାଲରେ ଧୈର୍ଯ୍ୟର ସହ ଥଣ୍ଡା ମନରେ ଖେଳିବାକୁ ମୁଁ ଖେଳାଳିଙ୍କୁ ପରାମର୍ଶ ଦେଇଛି। ଏହା ଭିନ୍ନ ଧରଣର ଗେମ୍‌ ହୋଇଥିଲେ ହେଁ ଆମେ ଭଲ ପ୍ରଦର୍ଶନ ବଜାୟ ରଖିବାନେଇ ଆଶାବାଦୀ ଅଛୁ“ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଗାଓ୍ବାଲି ପ୍ରକାଶ କରିଛନ୍ତି। ତେବେ କୁଏଟ୍‌ କଡ଼ା ଟକ୍କର ଦେବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ଜଣେ ଖେଳାଳିଭାବେ ଗାଓ୍ବାଲି ୨୦୦୫ କରାଚୀ ଓ ୨୦୧୧ ନୂଆଦିଲ୍ଲୀରେ ଟ୍ରଫି ଜିତି ସାରିଛନ୍ତି। ମାତ୍ର କୋଚ୍‌ଭାବେ ପ୍ରଥମଥର ପାଇଁ ତାଙ୍କ ନିକଟରେ ଟ୍ରଫି ହାସଲର ସୁଯୋଗ ଆସିଛି। ସସ୍‌ପେଣ୍ଡ ଯୋଗୁ ସେମିଫାଇନାଲ ଖେଳିପାରି ନ ଥିବା ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ଆଗାମୀ ମ୍ୟାଚରେ ଖେଳିବେ। କ୍ୟାରିୟରରେ ପ୍ରଥମଥର ପାଇଁ ସାଫ୍‌ ଟାଇଟଲ ଜିତିବାକୁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ବୋଲ ପ୍ରକାଶ କରିଛନ୍ତି।
କୁଏଟ୍‌ ପାଇଁ ବଡ଼ ସୁଯୋଗ
ଲିଗ୍‌ ମ୍ୟାଚ ଅପେକ୍ଷା ଫାଇନାଲରେ ଭିନ୍ନ ଧରଣର ଗେମ୍‌ ହୋଇଥାଏ ବୋଲି କୁଏଟ୍‌ ମୁଖ୍ୟ କୋଚ୍‌ ରୁଇ ବେଣ୍ଟୋ ମଧ୍ୟ ସ୍ବୀକାର କରିଛନ୍ତି। ”ପାଇନାଲରେ ପହଞ୍ଚତ୍ବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଖେଳ ଉପରେ ଫୋକସ ରଖିବା ସହ ଉତ୍ତମ ପ୍ରଦର୍ଶନ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି। ଖେଳକୁ ଉପଭୋଗ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ“ ବୋଲି ବେଣ୍ଟୋ କହିଛନ୍ତି। ପର୍ତ୍ତୁଗାଲର ବେଣ୍ଟୋ ଗତବର୍ଷ କୁଏଟ୍‌ ଜାତୀୟ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶେଷଥର ପାଇଁ ୨୦୧୦ରେ କୁଏଟ୍‌ ଆରବିୟାନ ଗଲ୍ଫ କପ୍‌ ଜିତିଥିଲା। ସେତେବେଳେ ଏହି ଦଳ ଫାଇନାଲରେ ସାଉଦି ଆରବକୁ ପରାସ୍ତ କରିଥିଲା। ଦୀର୍ଘ ବ୍ୟବଧାନରେ ଏହି ଦଳ ଲାଗି ଏକ ଟ୍ରଫି ଜିତିବାର ସୁଯୋଗ ଆସିଛି। ଗତ ୨୧ ଦିନ ମଧ୍ୟରେ କୁଏଟ୍‌ ୭ଟି ମ୍ୟାଚ ଖେଳି ସାରିଛି। କମ୍‌ ଦିନ ମଧ୍ୟରେ ଏତେଗୁଡ଼ାଏ ମ୍ୟାଚ ଖେଳିଥିଲେ ହେଁ ଫାଇନାଲରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କୋଚ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri