Posted inଜାତୀୟ

ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି

ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍‌ ରେଳ ନେଟ୍‌ଓ୍ବର୍କ। ଭାରତର ମୋଟ ଟ୍ରେନ୍‌ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍‌ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍‌ ଚାଳକ ଲୋକୋ ପାଇଲଟ୍‌ ଅତି ଦୟନୀୟ ଅବସ୍ଥାରେ ଦାୟିତ୍ୱ ତୁଲାଉଛନ୍ତି। ପ୍ରାୟ ୧୪ ହଜାର ଇଞ୍ଜିନରେ ସେମାନଙ୍କ ଲାଗି ପାଣି ନାହିଁ କି ବସିବାକୁ ଚେୟାର ମଧ୍ୟ ନାହିଁ। ଲୋକୋ ପାଇଲଟ୍‌ଙ୍କୁ ୧୨ ଘଣ୍ଟା ଏପରି କି ବେଳେବେଳେ ୧୪ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ାହୋଇ ଡ୍ୟୁଟି କରିବାକୁ ପଡ଼ୁଛି। ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ପାଇଲଟ୍‌ ମଧ୍ୟ ଏହି ଅସୁବିଧା ଭୋଗୁଛନ୍ତି। ମାତ୍ର ୯୭ ଟ୍ରେନ୍‌ରେ ଟଏଲେଟ୍‌ ରହିଛି। ଯେତେବେଳେ ବି ଟ୍ରେନ୍‌ ଦୁର୍ଘଟଣା ଘଟିଥାଏ, ଲୋକୋ ପାଇଲଟ୍‌ଙ୍କ ତ୍ରୁଟି ଖୋଜିବାରେ ସମସ୍ତେ ଲାଗିପଡ଼ନ୍ତି। କିନ୍ତୁ ସେମାନଙ୍କ ଅସୁବିଧା ଉପରେ କେହି ଦୃଷ୍ଟି ଦିଅନ୍ତି ନାହିଁ। ଦୁର୍ଘଟଣା ଘଟିଲେ ଅଫିସରମାନେ ଏହି ଅସୁବିଧା ଉପରେ ଆଲୋଚନା କରି କିଛିଦିନ ସୁଧାର ପାଇଁ ଉଦ୍ୟମ କରନ୍ତି। ପରେ ସବୁ ପୁଣି ପୂର୍ବ ଭଳି ହୋଇଯାଏ। ୨୦୧୬ରେ ମାନବାଧିକାର କମିଶନ ଟ୍ରେନ୍‌ଗୁଡ଼ିକରେ ଏସି ଏବଂ ଟଏଲେଟ୍‌ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଉପରେ ଅଦ୍ୟାବଧି ପଦକ୍ଷେପ ନିଆଯାଇ ନାହିଁ। ରନିଂ ଷ୍ଟାଫ୍‌ଙ୍କୁ ୯ ଘଣ୍ଟାରୁ ଅଧିକ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଗାଇଡ୍‌ଲାଇନ୍‌ ଆସିଥିଲା। ତାକୁ ମଧ୍ୟ କାର୍ଯ୍ୟକାରୀ କରାଗଲା ନାହିଁ। ବିଳାସପୁର ରେଳମଣ୍ଡଳର ସିଂହପୁର ଷ୍ଟେଶନରେ ଏପ୍ରିଲ ୧୯ରେ ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହେବାରୁ ଜଣେ ଲୋକୋ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ମାଲଗାଡ଼ି ଚଳାଉଥିବା ଲୋକୋପାଇଲଟ୍‌ ଲଗାତର ୧୪ ଘଣ୍ଟା ଧରି ଡ୍ୟୁଟି କରି କ୍ଳାନ୍ତ ହୋଇଯାଇଥିଲେ। ଏହି ରିପୋର୍ଟ ମଧ୍ୟ ପୂର୍ବ ରିପୋର୍ଟଗୁଡ଼ିକ ଭଳି ନାଲିଫିତା ତଳେ ନିଖୋଜ ହେବାକୁ ବସିଲାଣି।
ଓଭରଟାଇମ୍‌ ଖଟଣି
ଉସ୍‌ଲାପୁର ଷ୍ଟେଶନ, ସମୟ ଅପରାହ୍ନ ୩ଟା। ଏକ ମାଲବାହୀ ଟ୍ରେନ୍‌ ପ୍ରାୟ ଘଣ୍ଟାଏ ଧରି ମିଡିଲ ଲାଇନ୍‌ ଉପରେ ଛିଡ଼ା ହୋଇଥିଲା। ଏହାର ଲୋକୋ ପାଇଲଟ୍‌ ରେଲଓ୍ବେର ନିୟମ ଅନୁସାରେ ସୂଚନା ଦେଇ ନ ଥିଲେ। ସେ କେବଳ ଏତିକି କହିଥିଲେ, ଷ୍ଟେଶନ, ଆଉଟର ବା ଘଞ୍ଚ ଜଙ୍ଗଲ-ପାହାଡ଼ଗୁଡ଼ିକରେ ଅପେକ୍ଷା କରିବା ଅଭ୍ୟାସ ହୋଇଗଲାଣି। ଲୋକୋ ପାଇଲଟ୍‌ଙ୍କ ସଂଖ୍ୟା ୫୦-୬୦ ହଜାରରେ ସୀମିତ ହୋଇଯାଇଛି। ଏଥିପାଇଁ ଓଭରଟାଇମ୍‌ କାମ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି।
ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ଯାଏ ପ୍ରତୀକ୍ଷା
ପାସେଞ୍ଜର ଟ୍ରେନ୍‌ଗୁଡ଼ିକର ଲୋକୋ ପାଇଲଟ୍‌ଙ୍କୁ ସିଗ୍‌ନାଲ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥାଏ। କିନ୍ତୁ ମାଲବାହୀ ଟ୍ରେନ୍‌ ଚଳାଉଥିବା ଲୋକୋ ପାଇଲଟ୍‌ଙ୍କୁ ସବୁଜ ସଙ୍କେତ ପାଇଁ ଅନେକ ଘଣ୍ଟା ଧରି ଖରା ଓ ରାତିର ଅନ୍ଧାରରେ ପ୍ରତୀକ୍ଷା କରିବାକୁ ପଡ଼ିଥାଏ। ସେମାନେ ଟ୍ରେନ୍‌ରୁ ଓହ୍ଲାଇପାରନ୍ତି ନାହିଁ। ଟ୍ରେନ୍‌ରେ ହିଁ ଥାଇ ସଜାଗ ହେବାକୁ ପଡ଼େ, କେତେବେଳେ ଗ୍ରୀନ୍‌ ସିଗ୍‌ନାଲ ଆସିବ ଏବଂ ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଆଡ଼କୁ ଅଗ୍ରସର ହେବ।

ମହିଳା ଲୋକୋ ପାଇଲଟ୍‌ କୁହନ୍ତି…

ଟଏଲେଟ୍‌ ବ୍ୟବହାର କରିବା ପାଇଁ ଆମକୁ ଇଞ୍ଜିନ୍‌ କ୍ୟାବିନେଟ୍‌ରୁ ଓହ୍ଲାଇ ପ୍ଲାଟ୍‌ଫର୍ମ କିମ୍ବା ନିକଟସ୍ଥ କୋଚ୍‌କୁ ଧାଇଁବାକୁ ପଡ଼ିଥାଏ। କିନ୍ତୁ ଟ୍ରେନ୍‌ର ସୀମିତ ରହଣି କାଳ ମଧ୍ୟରେ ଏହା ସାରିବାକୁ ପଡ଼େ। ତେଣୁ ଆମ ମଧ୍ୟରୁ ଅଧିକାଂଶ ଲୋକୋ ପାଇଲଟ୍‌ ଡ୍ୟୁଟି ସମୟରେ ଅଧିକ ପାଣି ପିଇବା ଓ ଖାଦ୍ୟ ଖାଇବାକୁ କୁଣ୍ଠାବୋଧ କରିଥାଆନ୍ତି। ଏକକାଳୀନ ୧୧ ଘଣ୍ଟିଆ ଡ୍ୟୁଟି ଭିତରେ ଖାଦ୍ୟ ଓ ପାନୀୟ ଉପରେ ନିୟନ୍ତ୍ରଣ କିଡ୍‌ନୀ ଷ୍ଟୋନ୍‌ ଭଳି ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ପାଲଟେ। ପରିସ୍ରା କରିବାକୁ ନ ଯିବା ଯୋଗୁ ମୂତ୍ରାଶୟରେ ସଂକ୍ରମଣ ମଧ୍ୟ ହୋଇଥାଏ। ରେଲଓ୍ବେ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri