Posted inଫୁରସତ

ଚାନ୍ଦାରେ ଦେଇଥିଲି ପ୍ରଥମ ପାରିଶ୍ରମିକ

କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ଅନ୍ତର୍ଗତ କଳିଗାଁ ଗାଁରେ ମୋର ଜନ୍ମ। ଗାଁ ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଓ ପରେ କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟ, ପାଳିମୀରେ ନବମ ଓ ଦଶମ ପଢିଥିଲି। ତା’ପରେ ଯୁକ୍ତ ଦୁଇ ଭଦ୍ରକ ମହାବିଦ୍ୟାଳୟ ଓ ଯୁକ୍ତ ତିନି ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ଶେଷ କରିଥିଲି। ଏହାପରେ କେନ୍ଦୁଝରରେ ଡି.ଆଇ.ଇଟି ଟ୍ରେନିଂ ଶେଷକରି ୧୯୯୭ ମସିହାରେ ତେଲକୋଇ ବ୍ଲକ ଅନ୍ତର୍ଗତ ସୁବୁଦ୍ଧିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦେଲି; ଯେଉଁଠାରେ ମୋତେ ପ୍ରଥମ ମାସ ୩୫୦୦ ଟଙ୍କା ଦରମା ମିଳିଥିଲା। ଯେଉଁଦିନ ଦରମାଟି ପାଇଲି, ସେଦିନ ରାତିରେ ମୋ ଆଖିକୁ ଆଦୌ ନିଦ ଆସିଲା ନାହିଁ। କେମିତି ରାତି ପାହିବ ଆଉ ମୁଁ ଘରକୁ ଯାଇ ବାପାଙ୍କୁ ସବୁତକ ଟଙ୍କା ଦେଇଦେବି ସେଇ କଥା ଖାଲି ଭାବୁଥିଲି। ପରଦିନ ଘରକୁ ଗଲି। ହଠାତ୍‌ ମୋତେ ଘରେ ଦେଖି ବାପାବୋଉ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ୩/୪ ଦିନ ପୂର୍ବରୁ ହିଁ ମୁଁ ଘରୁ ତେଲକୋଇକୁ ଯାଇଥିଲି। ହଠାତ୍‌ ଏମିତି କାହାକୁ କିଛି ନ ଜଣାଇ ଘରକୁ ଆସିବାର କାରଣ କ’ଣ ହୋଇପାରେ ବୋଲି ବାପାବୋଉ ମନେମନେ ଚିନ୍ତା କରୁଥାନ୍ତି। ଠିକ୍‌ ଏତିକିବେଳେ ପକେଟ୍‌ରୁ ସବୁତକ ଟଙ୍କା କାଢି ବାପାଙ୍କ ହାତରେ ଧରେଇ ଦେଇ କହିଲି, ଏହା ମୋର ପ୍ରଥମ ଦରମା ଟଙ୍କା, ଗତକାଲି ପାଇଲି। ଏହା ଶୁଣି ବାପାବୋଉ ବହୁତ ଖୁସି ହୋଇଗଲେ ଆଉ ଅଜାଣତରେ ତାଙ୍କ ଆଖିରେ ଆସି ଯାଇଥିବା ଆନନ୍ଦାଶ୍ରୁକୁ ମୁଁ ସେଦିନ ଠିକ୍‌ ଅନୁଭବ କରିପାରୁଥିଲି। ତେବେ ଏଠାରେ ଗୋଟେ କଥା କହି ରଖିବାକୁ ଚାହେଁ ଯେ, ଚାକିରୀ କରିବାର ବହୁ ପୂର୍ବରୁ ଅର୍ଥାତ୍‌ ମୁଁ ଯେତେବେଳେ ହାଟଡିହୀ କଲେଜରେ ପଢୁଥିଲି ସେତେବେଳେ କଲେଜକୁ ପ୍ରତିଦିନ ଗାଁରୁ ଯିବାଆସିବା କରୁଥିଲି। ଆଉ ସେହି ସମୟରେ ଆମ ଗାଁ ଏମ୍‌.ଇ ସ୍କୁଲର ପ୍ରଧାନଶିକ୍ଷକଙ୍କ ପିଲାଙ୍କୁ ନୂଆକରି ଟ୍ୟୁଶନ କରୁଥିଲି। ପ୍ରଥମ ମାସ ଟ୍ୟୁଶନରୁ ୩୦ ଟଙ୍କା ଦରମା ପାଇଲି; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଅଭିନୟ ପ୍ରତି ରୁଚି ଥିବାରୁ ସେହି ବର୍ଷ ଆମେ କେତେଜଣ ପିଲା ମିଶି ଗାଁରେ ଏକ ଯାତ୍ରା ନାଟକ ମଞ୍ଚସ୍ଥ କରିଥିଲୁ। ଆଉ ସେହି ବାବଦରେ ମୋତେ ୩୦ ଟଙ୍କା ଚାନ୍ଦା ଦେବାର ଥିଲା। ଟ୍ୟୁଶନରୁ ମିଳିଥିବା ସେହି ୩୦ ଟଙ୍କାଟିକୁ ଚାନ୍ଦା ଆକାରରେ ଦେଇ ସେଦିନ ଭାରି ଖୁସି ହୋଇଥିଲି। ତେବେ କେବଳ ଅଭିନୟ ନୁହେଁ, ଗାଁ ସ୍କୁଲ୍‌ରେ ପଢୁଥିବା ସମୟରେ ସାହିତ୍ୟ ଶିକ୍ଷକ ନବକୁମାର ଲେଙ୍କାଙ୍କ ପ୍ରେରଣାରେ ମୁଁ ଛୋଟ ଛୋଟ କବିତା ଲେଖିବା ମଧ୍ୟ ଆରମ୍ଭ କରିଥିଲି। କଲେଜରେ ପଢିଲାବେଳେ ଆଧୁନିକ କବିତା ଲେଖିଲି। କିନ୍ତୁ ସମୟକ୍ରମେ ଶିଶୁ ସାହିତ୍ୟ ପ୍ରତି ମୋର ଶ୍ରଦ୍ଧା ବଢିଲା। ମୋ ଲେଖାଗୁଡ଼ିକ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକାଦୃତ ବି ହେଲା; ଯାହା ମୋତେ ପ୍ରେରଣା ଦେଲା ପୁସ୍ତକ ରଚନା କରିବାକୁ। ୟା’ ଭିତରେ ମୋ ଲିଖିତ ପ୍ରାୟ ୭/୮ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ଢେର ପାଠକୀୟ ପ୍ରଶଂସା ପାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri