ପ୍ରତି ବର୍ଗକି.ମି.ରେ ୯୦ ପ୍ରାଣୀ

ସମ୍ବଲପୁର,୨୫।୬(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ଶେଷ ହୋଇଛି। ପ୍ରାୟ ୩୫୦ ବର୍ଗକିଲୋମିଟର ପରିମିତ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଏଥିରେ ଉଭୟ ତୃଣଭୋଜୀ ଓ ମାଂସାହାରୀ ବନ୍ୟପ୍ରାଣୀ ଗଣନା କରାଯାଇଥିଲା। ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ୬ଦିନ ଧରି ଗଣନା ଚାଲିଥିଲା। ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଗକିଲୋମିଟରରେ ତୃଣଭୋଜୀ ପ୍ରାଣୀ ଯଥା ହରିଣ, ବାର୍‌ହା, ସମ୍ବର, ଚଉସିଂହା, ଗୟଳ ପ୍ରଭୃତି ବନ୍ୟଜନ୍ତୁଙ୍କ ଘନତା ୪୬ ରହିଥିବା ବେଳେ ପ୍ରତି ବର୍ଗକିଲୋମିଟରରେ ଏହି ପ୍ରଜାତିର ହାରାହାରି ୯୦ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବିଚରଣ କରୁଛନ୍ତି। ସେହିପରି ୧୦୯୯ ମାଂସାହାରୀ ପ୍ରାଣୀଙ୍କ ଉପସ୍ଥିତି ସର୍ବେକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରେ ଭାଲୁ, କଲରାପତରିଆ (ଲିଓପାର୍ଡ଼) ସର୍ବାଧିକ ସଂଖ୍ୟାରେ ଆକଳନ କରାଯାଇଛି। ଗଣନା ସମୟରେ ଗୋଟିଏ ମହାବଳ ବାଘର ଉପସ୍ଥିତି ଠାବ କରାଯାଇଥିଲା। ବହୁ ଦଶନ୍ଧି ପରେ ମହାବଳ ବାଘ ଏଠାରେ ଥିବା ଜଣାପଡ଼ିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ଶନିବାର ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ୮୨ କଲରାପତରିଆ ବାଘ ଓ ୪୬ଟି ଅନ୍ୟାନ୍ୟ ବନ୍ୟଜନ୍ତୁ ଅଭୟାରଣ୍ୟର ପ୍ରତି ବର୍ଗକିଲୋମିଟରରେ ରହୁଛନ୍ତି। ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ଓ ସୁରକ୍ଷା ପାଇଁ ୧୨ଟି ଦଳ ଏବଂ ତିନୋଟି ନିୟନ୍ତ୍ରଣ କକ୍ଷ ଜରିଆରେ ୨୪ ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଛି। ନିୟନ୍ତ୍ରଣ କକ୍ଷରେ ଅଭୟାରଣ୍ୟ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ବାଘର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି। ଅଭୟାରଣ୍ୟ ସୀମାରେ ଥିବା ୪୮ ଗ୍ରାମରେ ସୂଚନା ସଂଗ୍ରହ ବନ୍ଦୋବସ୍ତ କରାଯାଇଥିବା ବେଳେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ବନ୍ୟପ୍ରାଣୀ ସଂରକ୍ଷଣ ନିୟମର ଉଲ୍ଲଂଘନକାରୀଙ୍କ ବାବଦରେ ସୂଚନା ଦେଲେ କର୍ତ୍ତୃପକ୍ଷ ଅର୍ଥ ପୁରସ୍କାର ବ୍ୟବସ୍ଥା କରିଛନ୍ତି। ଅଭୟାରଣ୍ୟ ମଧ୍ୟରେ ରହିଥିବା ଚାରିଗୋଟି ଗ୍ରାମର ୪୦୦ ପରିବାରକୁ ପରିପାର୍ଶ୍ୱରେ ଥଇଥାନ କରାଯିବା ପରେ ବନ୍ୟପ୍ରାଣୀଙ୍କ ପାଇଁ ଅଧିକ ପ୍ରାୟ ୫୦୦ ହେକ୍ଟର ଜମି ପ୍ରସ୍ତୁତ କରାଯାଇ ପାରିଛି। ସୂଚନାଯୋଗ୍ୟ, ଗତବର୍ଷ ଡ଼େବ୍ରିଗଡ଼ ଅଭୟାରଣ୍ୟକୁ ପ୍ରାକୃତିକ ପରିବେଶ ପାଇଁ ରେକର୍ଡ଼ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ କେନ୍ଦ୍ର ସରକାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri