Posted inଜାତୀୟ

ଗୁଗୁଲର ଭାରତକୁ ଉପହାର: ଏହି ସହରରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର

ନୂଆଦିଲ୍ଲୀ,୨୪।୬: ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ପ୍ରତିଷ୍ଠା କରିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି। ପିଚାଇ କହିଛନ୍ତି ଯେ, ଆମେ ଗୁଜରାଟର ଗିଫ୍ଟ ସିଟିରେ ଆମର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ଖୋଲିବାକୁ ଘୋଷଣା କରୁଛୁ। ଏହା ଭାରତର ଫିଣ୍ଟେକ ନେତୃତ୍ୱକୁ ମଜବୁତ କରିବ, ଯେଉଁଥିରେ ୟୁପିଏ ଏବଂ ଆଧାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ସେହି ଭିତ୍ତିଭୂମି ଉପରେ ନିର୍ମାଣ କରି ଏହାକୁ ବିଶ୍ୱ ସ୍ତରରେ ନେଇଯିବା। ଗୁଗୁଲ ଖବର ଅନୁଯାୟୀ, ପିଚାଇ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ କମ୍ପାନୀ ୧୦ ବିଲିୟନ ଆମେରିକୀୟ ଡଲାରର ଇଣ୍ଡିଆ ଡିଜିଟାଇଜେଶନ ପାଣ୍ଠି ମାଧ୍ୟମରେ ଭାରତରେ ପୁଞ୍ଜି ବିନିଯୋଗ ଜାରି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ପରାଜିତ ନେତାମାନେ ସରକାରୀ ଆବାସ ଖାଲି ନ କଲେ ଗଣିବାକୁ ପଡ଼େ ୧୦ ଲକ୍ଷ ଯାଏ ଜରିମାନା, ଜାଣନ୍ତୁ କିଏ ଜାରି କରେ ନୋଟିସ?

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଏବେ ନୂଆ ସରକାର ମଧ୍ୟ ଗଠନ ହୋଇଛି। ଏମିତିରେ ଅନେକ ଏମ୍‌ପି ପୁଣିଥରେ ବିଜୟ ମୁକୁଟ ପିନ୍ଧିଥିବା...

ଯେବେ ଏନଡିଏର ଲୋକ ସଭା ବାଚସ୍ପତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବାକୁ ଦେଇଥିଲେ ଅନୁମତି, ଭାଙ୍ଗି ଯାଇଥିଲା ବାଜପେୟୀ ସରକାର

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ପିଏମ ମୋଦିଙ୍କ ନେତୃତ୍ୱ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିଛି। ଏବେ ଏନଡିଏର ସହଯୋଗୀ ଦଳ ଲୋକ...

ଜାତୀୟ ସୁରକ୍ଷା ପରାମର୍ଶଦାତା କ’ଣ? କିଏ କରିଥାଏ NSAର ନିଯୁକ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଜିତ ଡୋଭାଲଙ୍କ ଉପରେ ବିଶ୍ୱାସ ଦର୍ଶାଇ ତାଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଭାବେ ନିଯୁକ୍ତ କରିଛନ୍ତି। ଏହା...

ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୬।୬: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ପାଖ ଘର

ଇମ୍ଫାଲ,୧୬।୬: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ।...

ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ...

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri