ଏଇ ଭାରତରେ

ବ୍ୟାଙ୍କ ଚାକିରି ଛାଡ଼ି ଅମିତ କିଷାନ ଏବେ ଜଣେ ଆଗଧାଡ଼ିର କୃଷକ। ଚାଷ କରିବା ସହ ପାଖାପାଖି ୧୮ଟି ଗାଁର ୩୦୦୦ ମହିଳାଙ୍କୁ ସେ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ଅମିତ ବେଙ୍ଗାଲୁରୁରେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ ଓ ୨୦୧୬ରେ ୩୩ ବର୍ଷ ବୟସରେ ଏହାକୁ ଛାଡ଼ି ‘ହିବୁଭୁ ଫାର୍ମ’ ଆରମ୍ଭ କରି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଘିଅ ଓ ଅନ୍ୟ ଡାଏରି ଉପତ୍ାଦ ପ୍ରସ୍ତୁତ କରିବା ପାଇଁ ପ୍ରତିଦିନ ୨୫ ଲିଟର କ୍ଷୀର ଜଣେ ମହିଳାଙ୍କୁ ଦେଉଛନ୍ତି ଓ ଏହି କାମରୁ ପ୍ରତ୍ୟେକ ମହିଳା ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଫାର୍ମରୁ ଉପତ୍ାଦିତ ତଟକା ପରିବା, ଡାଲି ଏବଂ ଡାଏରି ଉପତ୍ାଦ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି। ସେ ଗୋବର ଓ ଗୋମୂତ୍ରରୁ ଖତ ଏବଂ କୀଟନାଶକ ପ୍ରସ୍ତୁତ କରୁଛନ୍ତି। ଯାନ୍ତ୍ରିକ ପଦ୍ଧତିରେ ନୁହେଁ, ବରଂ ବଳଦ ଦ୍ୱାରା ହଳ କରାଯାଉଛି। ଏହି ଫାର୍ମରେ ୪୦ ପ୍ରକାର ଖାଦ୍ୟ ଶସ୍ୟ ଓ ପରିବା ଉପତ୍ାଦନ ହେଉଛି। ପ୍ରତିଦିନ ୬ ଟନ ପରିବା ଓ ୧,୫୦୦ ଲିଟର କ୍ଷୀର ବିକ୍ରି କରାଯାଉଛି। ଫାର୍ମରେ ୭୦୦ ଦେଶୀ ଗାଈ ଓ ମଇଁଷି ଅଛନ୍ତି। ଫାର୍ମରେ ସୌର ଶକ୍ତି ବ୍ୟବହାର ହେଉଛି। ପ୍ରଥମେ ସେ ୧.୫ ଏକରରେ ଚାଷ ଆରମ୍ଭ କରିଥିଲେ। ଏବେ ତାହା ବିଭିନ୍ନ ଗାଁରେ ପ୍ରାୟ ୬୫୦ ଏକରରେ ପହଞ୍ଚିଛି। ଅମିତ ଚାଷରୁ ବର୍ଷକୁ ୨୧ କୋଟି ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri