ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ

ଖପ୍ରାଖୋଲ/ପାଟଣାଗଡ଼, ୨୦ା୬(ଅଭୟ ତ୍ରିପାଠୀ/ପ୍ରହଲ୍ଲାଦ ପାଢୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସମ୍ପର୍କୀୟଙ୍କ ସହ ମିଶି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଚୂଳବତୀ ସାହୁ (୨୮)। ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ବାମୀ ତେଜରାଜ ସାହୁ(୩୦), ଦେଡ଼ଶୁର ଟିକେଲାଲ ସାହୁ (୩୫)ଓ ମଉସା ଗୁଣନିଧି ସାହୁ(୪୫)ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏନେଇ ଖପ୍ରାଖୋଲ ଥାନାରେ ଦଫା ୪୯୮(କ), ୩୦୨, ୨୦୧ ଓ ୩୪ ଆଇପିସି ଏବଂ ଅନୁସୂଚିତ ଜାତି ଜନଜାତି ନିର୍ଯାତନା ନିରୋଧ ଆଇନରେ ଏକ ମାମଲା(୯୫/୨୩) ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ଗତ ୧୭ତାରିଖରେ ତେଜରାଜ ତାଙ୍କ ସ୍ତ୍ରୀ ଚୂଳବତୀଙ୍କ ଘରୁ ନିଖୋଜ ଥିବା ନେଇ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ। ଏଥିରେ ସନ୍ଦେହ ପ୍ରକାଶ କରି ତାଙ୍କ ଶ୍ୱଶୁର ଖପ୍ରାଖୋଲ ଥାନା କିନ୍ଦ୍ରିଟାଲ ଗାଁର ଶ୍ରୀପତି ଭୋଇ ଏ ନେଇ ଥାନାରେ ଝିଅ ନିରୁଦ୍ଦିିଷ୍ଟ ଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ଜ୍ବାଇଁ ଓ ତାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରିଥାଇପାରନ୍ତି ବୋଲି ପୋଲିସକୁ ଜଣାଇଥିଲେ। ଅଭିଯୋଗକୁ ଭିତ୍ତିକରି ଖପ୍ରାଖୋଲ ଥାନା ଦାୟିତ୍ୱରେ ଥିବା ଲାଠୋର ଥାନା ଅଧିକାରୀ ଝସକେତନ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ପୁତୁଲାମହୁଲ ଗାଁକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଚୂଳବତୀଙ୍କୁ ତାଙ୍କ ସ୍ବାମୀ ତେଜରାଜ କୌଣସି କାରଣରୁ ହତ୍ୟା କରିବା ପରେ ମୃତଦେହକୁ ଏକ ଅଖାରେ ପୂରାଇ ଦେଇଥିଲେ। ରାତିରେ ଗାଁଠୁ ଦୂର ଏକ ନାଳରେ ପେଟ୍ରୋଲ ଓ ଟାୟାର ପକାଇ ପୋଡ଼ିଦେଇଥିଲେ। ପରେ ପୋଡାଅଂଶକୁ ପାଣିରେ ଫୋପାଡି ଦେଇଥିବା ଜାଣିବାକୁ ପାଇଥିଲେ। ସ୍ବାମୀ ତେଜରାଜ, ଦେଢଶୁର ଟିକେଲାଲ ଓ ମଉସା ଗୁଣନିଧିଙ୍କୁ ଥାନାକୁ ଡାକି ପଚରାଉଚରା ପରେ ସବୁ କଥା ସାମ୍‌ନାକୁ ଆସିଥିଲା ବୋଲି ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ପାଟଣାଗଡ ଥାନାରେ ସୋମବାର ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଚୂଳବତୀ ଓ ତେଜରାଜ ନିଜ ନିଜ ପରିବାର ସହ ୮ ବର୍ଷ ତଳେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ସେଠାରୁ ଉଭୟେ ଫେରାର ହୋଇ ବରଗଡ଼ ଅଞ୍ଚଳରେ ରହିଥିଲେ। ପରେ ଉଭୟ ପରିବାରର ସହମତିରେ ନିଜ ଗାଁ ପୁତୁଲାମହୁଲ ଗାଁରେ ରହିଥିଲେ। ସେମାନଙ୍କର ଏକ ୪ ବର୍ଷର ଝିଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri