Odisha Elections 2024

ଫ୍ୟାସନ ଡିଜାଇନର ପରେ ଏବେ ରାଜନୀତିରେ ସୁଜିତ

ଭବାନୀପାଟଣା,୧୯।୬: (ଉତ୍ତମ କୁମାର ଦାଶ)ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଳାହାଣ୍ଡି ଜିଲାରେ ଏବେଠୁ ରାଜନିତୀ ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳର ଆଶାୟୀ ନେତାମାନେ ବର୍ତ୍ତମାନ ଜନସମ୍ପର୍କରେ ଆଗାଇଛନ୍ତି। ଚା’ ଖଟିଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଦଳର ଗତିବିଧି ଉପରେ ରୋଚକ ଚର୍ଚ୍ଚା ଆରମ୍ଭ ହେଲାଣି। ଏଥିପାଇଁ ସମସ୍ତ ଦଳର ନେତାମାନେ ନିଜ ଦଳକୁ ସୁଦୃଢ଼ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି। ଏପରି ସ୍ଥଳେ କଳାହାଣ୍ଡି ରାଜନୀତିରେ ଏକ ନୂତନ ଚେହେରା ଭାବେ ସୁଜିତ ମେହେର ଆଗେଇ ଆସିଥିବା ଦେଖିବାକୁ ମିଳୁଛି।
ଏଥିପାଇଁ ସେ ଲଗାତାର ଭାବେ ଜନସମ୍ପର୍କରେ ଲାଗି ପଡିଥିବା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ଫେସନ ଡିଜାଇନର ଭାବେ ସେ ବେଶ ପରିଚିତ ରହିଥିବା ବେଳେ ଏବେ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କ ଦବଦବା ବେଶ ବଢ଼ିବାରେ ଲାଗିଛି। ସୋସିଆଲ ମିିଡିଆ ହଉ ଅବା ଗାଁକୁ ଗାଁ ଜନସମ୍ପର୍କ ସୁଜିତଙ୍କ ଚର୍ଚ୍ଚା ଜୋର ଧରିବା ଆରମ୍ଭ କରିଛି। ସେହିପରି ତୃତୀୟ ମହଲାରେ ଯୁବ ଚେହେରା ସୁଜିତଙ୍କ ନାଁ ଜୋର ଧରିଥିବା ଶୁଣିବାକୁ ମିଳୁଛି। କଳାହାଣ୍ଡି ଲୋକ ସଭା କିମ୍ବା ଧର୍ମଗଡ ବିଧାନସଭା କିମ୍ବା ଜୁନାଗଡ଼ ବିଧାନ ସଭାରୁ ତାଙ୍କ ଟିକେଟ ମିଳିବା ବହୁତ ସମ୍ଭାବନା ରହିଛି। ସୁୁଜିତ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ପୁତୁରା। ଯେଉଁ ପରିବାର କି କଳାହାଣ୍ଡି ଭାରତୀୟ ଜନତା ପାଟିର ମଙ୍ଗ ସବୁବେଳେ ଧରି ଆସିଛି। ଏହି କ୍ରମରେ ବିଜୁ ଜନତା ଦଳ ତାଙ୍କୁ ଦଳୀୟ ଟିକେଟ ଦେଇ କିଛି ମାତ୍ରାରେ ଭାଜପାର ପକେଟ ଭୋଟ ନିଜ ଖାତାକୁ ଆଣିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସୁଜିତ ହେଉଛନ୍ତି ଜଣେ ସୁନାମଧନ୍ୟ ଅନ୍ତର୍ଜାତୀୟ ଫେସନ ଡିଜାଇନର ତେଣୁ ସେ ସମସ୍ତଙ୍କ ମଧ୍ୟରେ ସୁପରିଚିତ ଓ ପଶ୍ଚିମ ଓଡିଶାର ଏକ ଜଣାସୁଣା ନାମ। ତାଙ୍କ ମାଧ୍ୟମରେ ବିଜୁ ଜନତା ଦଳ ପଶ୍ଚିମରେ ନିର୍ବାଚନ ବୈତରଣୀ ପାର ହେବାରେ ସାହାଯ୍ୟ କରିବ ବୋଲି ଜଣାପଡିଛି। ସୁଜିତ ବିଜୁ ଜନତା ଦଳରୁ ବିଧାୟକ ବା ଏମପି ପ୍ରାର୍ଥୀ ହେଲେ ଏହା କଳାହାଣ୍ଡି ରାଜନୀତିକୁ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ପଶ୍ଚିମ ଓଡିଶା ରାଜନୀତିକୁ ମଧ୍ୟ ପ୍ରଭାବ ପକାଇପାରେ। ଅନ୍ୟପକ୍ଷରେ ସୁଜିତ ବିଜୁ ଜନତା ଦଳରେ ଯଦି ଚେହେରା ହୁଅନ୍ତି ତାହେଲେ ସେ ମେହେର ସମ୍ପ୍ରଦାୟର ଭୋଟ ମଧ୍ୟ ବିଜୁ ଜନତା ଦଳ ଆଡକୁ ଯିବା ନିଶ୍ଚିତ, ଯେହେତୁ ସେ ହେଉଛନ୍ତି ମେହେର ସମ୍ପ୍ରଦାୟର ଏକ ବଡ ଚେହେରା। ଗତ ଦିନରେ ସୁଜିତ କଳାହାଣ୍ଡିର ଲୁପ୍ତ ପ୍ରାୟ ହସ୍ତତନ୍ତ ହାବସପୁରିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସଫଳ ହୋଇ କଳାହାଣ୍ଡିବାସୀଙ୍କ ପ୍ରିୟ ଭାଜନ ହେଇପାରିଛନ୍ତି। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ତାଙ୍କ ଡିଜାଇନ ହାବସପୁରି ୟୁନିଫ୍ରମ ପ୍ରଚଳନ ସହିତ ଯୁବ ପିଢ଼ି ମଧ୍ୟରେ ସେ ଆଦୃତ ହେଇପାରିଛନ୍ତି। ଅନ୍ୟପକ୍ଷରେ ସର୍ବଦା ଉପେକ୍ଷିତ ଓ ସମସ୍ୟା ଭରା ଅଞ୍ଚଳର ମଣ୍ଡିଗୁଡିକ ପରିଦର୍ଶନ କରି ଯଥା ସମ୍ଭବ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ସ୍ବରୂପ ଚାଷୀମାନଙ୍କ ପ୍ରିୟଭାଜନ ହେଇପାରିଛନ୍ତି। କଳାହାଣ୍ଡି ରାଜନୀତିର ଏହି ଉଦୟମାନ ଚେହେରା କେଉଁ ଆସନରୁ କ ରାଜନୀତି ର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri