ଏଲ୍‌ଏମ୍‌ଏମ୍‌ ୧ ନଂ. ଇଲେକ୍ଟ୍ରିକ୍‌ ୩ ଚକିଆ ଯାନ ନିର୍ମାତା

ଭୁବନେଶ୍ୱର,୧୪।୬: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରମୁଖ ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌) ୨୦୨୨-୨୩ ଆର୍ଥିକ ବର୍ଷରେ ୧ ନମ୍ବର ଇଲେକ୍ଟ୍ରିକ୍‌ ୩ ଚକିଆ ଯାନ ନିର୍ମାତା ଭାବେ ମାନ୍ୟତା ହାସଲ ସହ ସ୍ଥିତି ସୁଦୃଢ଼ କରିଛି। ଏପରିକି ଏହି ସମୟ ମଧ୍ୟରେ ଏଲ୍‌ଏମ୍‌ଏମ୍‌ ୩୬,୮୧୬ ଇଭି ବିକ୍ରି କରିଥିଲା ବେଳେ ଏହାର ବଜାର ଅଂଶ ୧୪.୬% ଥିଲା। ବିଶେଷକରି ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୧୭,୫୨୨ ୟୁନିଟ୍‌ ବିକ୍ରି କରିଥିଲା ବେଳେ ୭.୬% ବଜାର ଅଂଶ ହାସଲ କରିଥିଲା। ଏହା ୨୦୨୧-୨୨ ଆର୍ଥିକ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର କାରବାରଠାରୁ ଯଥେଷ୍ଟ କମ୍‌ ବୋଲି କୁହାଯାଉଛି। ସେହିଭଳି ସମଗ୍ର ଭାରତରେ ଏଲ୍‌ଏମ୍‌ଏମ୍‌ର ୧୧୫୦ଟି ଟଚ୍‌ ପଏଣ୍ଟ ରହିଥିବାବେଳେ ୧୦, ୦୦୦ ରୁ ଅଧିକ ଚାର୍ଜିଂ ଷ୍ଟେଶନ ରହିଛି। ବିଶେଷକରି ମହିନ୍ଦ୍ରା ବ୍ରାଣ୍ଡ୍‌ର ବିଶ୍ୱସନୀୟତା ଏଲ୍‌ଏମ୍‌ଏମ୍‌କୁ ତା’ର ୧ ନମ୍ବର ଇଭି ନିର୍ମାତା ସ୍ଥାନ ବଜାୟ ରଖିବାରେ ସାହାଯ୍ୟ କରିଛି। ଅପରପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏଲ୍‌ଏମ୍‌ଏମ୍‌ ଏକ ପାୱାର ପ୍ୟାକ୍‌ ଯୁକ୍ତ ୩ଚକିଆ ଇଭି, ଜୋର୍‌ ଗ୍ରାଣ୍ଡ ଯୋଡ଼ିଥିଲା ବେଳେ ଏହାର ଉନ୍ମୋଚନର ୧ ବର୍ଷ ମଧ୍ୟରେ ଉକ୍ତ ମଡେଲ ୨୩,୦୦୦ରୁ ଅଧିକ ଅର୍ଡର ବୁକିଂ କରିପାରିଥିଲା। ସେହିପରି ଜୋର୍‌ ଗ୍ରାଣ୍ଡ ବ୍ୟତୀତ ଏଲ୍‌ଏମ୍‌ଏମ୍‌ର ବୈଦ୍ୟୁତିକ ପୋର୍ଟଫୋଲିଓରେ ଟ୍ରେଓ ରେଞ୍ଜର ଯାନ ଏବଂ ଆଲଫା-ମିନି ଏବଂ କାର୍ଗୋ ଭଳି ମଡେଲ ସାମିଲ ରହିଛି। ବିଶେଷକରି ଗ୍ରାହକଙ୍କ ବିଶ୍ୱାସ ଆଧାରରେ ନିର୍ମିତ ଏଲ୍‌ଏମ୍‌ଏମ୍‌ ଏ ପର୍ଯ୍ୟନ୍ତ ୧ ଲକ୍ଷ ୩ଚକିଆ ଇଭି ବିକ୍ରି କରିସାରିଛି। ଏହାଦ୍ୱାରା କମ୍ପାନୀ ଉକ୍ତ ମଡେଲ ୧ ନମ୍ବର ୩ ଚକିଆ ଇଭି ନିର୍ମାତା ମାନ୍ୟତା ସୁଦୃଢ଼ ହୋଇଛି।
ଏ ସମ୍ପର୍କରେ ଏଲ୍‌ଏମ୍‌ଏମ୍‌ର ସିଇଓ ସୁମନ ମିଶ୍ର କହିଛନ୍ତି, ଗତ ଆର୍ଥିକ ବର୍ଷରେ ଆମେ ଇଲେକ୍ଟ୍ରିକ୍‌ ୩ଚକିଆ ଯାନରେ ଆମର ବଜାର ନେତୃତ୍ୱ ଜାରି ରଖିଥିଲୁ। ଏପରିକି ୨୦୨୩ ଜୁନ୍‌ରେ ମଧ୍ୟ ଆମେ ଏ କ୍ଷେତ୍ରରେ ଆମର ଗଭୀର ଅଭିଜ୍ଞତା ଏବଂ ନେତୃତ୍ୱକୁ ପ୍ରତିଫଳିତ କରି ୧ଲକ୍ଷ ଇଭି ବିକ୍ରିର ମାଇଲଖୁଣ୍ଟରେ ପହଞ୍ଚିଛୁ। ସେହିଭଳି ଲି-ଆୟନ ଚାଳିତ ମହିନ୍ଦ୍ରା ଟ୍ରେଓ ଅଟୋ ଅଗ୍ରଣୀ ଇଲେକ୍ଟ୍ରିକ୍‌ ୩ ହ୍ବିଲର ହୋଇଥିବା ବେଳେ ଏହାର କାର୍ଗୋ ଭର୍ସନ ଟ୍ରେଓ ଜୋର ଏବଂ ଜୋର ଗ୍ରାଣ୍ଡ ମଧ୍ୟ ଅଟୋଶିଳ୍ପରେ ୩୨% ଅଂଶଧନ ସହ ଇ ଅଟୋ ବର୍ଗରେ ଶୀର୍ଷତମ ସ୍ଥାନରେ ରହିଛି। ନିକଟରେ ହରିଦ୍ୱାର କାରଖାନାରୁ ୫୦,୦୦୦ତମ ମହିନ୍ଦ୍ରା ଇ-ଆଲ୍‌ଫାର ଉତ୍ପାଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri