Posted inଜାତୀୟ

ମହିଳାଙ୍କୁ ମହାସଂଘ ମୁଖ୍ୟ କରାଯାଉ

ନୂଆଦିଲ୍ଲୀ,୮ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ପଦରେ ଜଣେ ମହିଳା ରହିବା ଉଚିତ ବୋଲି ବିଦାୟୀ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା କୁସ୍ତିଯୋଦ୍ଧାମାନେ ବୁଧବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ଦାବି କରିଛନ୍ତି। ଅନୁରାଗ ମଙ୍ଗଳବାର ବିଳମ୍ବିତ ରାତିରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କୁ ଆଲୋଚନା ପାଇଁ ଡାକିଥିଲେ। ସେମାନେ ବୁଧବାର ପୂର୍ବାହ୍ନରେ ତାଙ୍କ ସରକାରୀ ବାସଭବନକୁ ଯାଇ ଆଲୋଚନା କରିଥିଲେ। ଏହା ଥିଲା ସରକାର ଓ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ୫ ଦିନ ଭିତରେ ଦ୍ୱିତୀୟ ବୈଠକ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ମଧ୍ୟ ରେସଲରମାନେ ଶନିବାର ରାତିରେ ଭେଟି ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଅନୁରାଗଙ୍କ ବାସଭବନରେ ଆଲୋଚନାବେଳେ ସେମାନେ ୫ ଦଫା ଦାବି ଉପସ୍ଥାପନ କରିଥିଲେ। ସେଗୁଡ଼ିକ ହେଲା ଡବ୍ଲ୍ୟୁଏଫ୍‌ଆଇର ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯାଉ। ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ପଦରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଉ। ମହାସଂଘର କୌଣସି ପଦପଦବୀରେ ବ୍ରିଜ୍‌ଭୂଷଣଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନ ଦିଆ ନ ଯାଉ। ସେହିପରି ଗତ ୨୮ରେ ନୂଆ ସଂସଦ ଭବନ ଉଦ୍‌ଘାଟନ ବେଳେ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ସମୟରେ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯାଉ। ଏଥିସହ ବ୍ରିଜ୍‌ଭୂଷଣ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ରେସ୍‌ଲରମାନେ ଦାବି ଦୋହରାଇଛନ୍ତି। ତେବେ ଭିନେଶ ଫୋଗଟ୍‌ ହରିୟାଣାସ୍ଥିତ ନିଜ ଗ୍ରାମ ବଲାଲିରେ ପୂର୍ବ ନିର୍ଦ୍ଧାରିତ ଖାପ୍‌ ପଞ୍ଚାୟତ ବୈଠକରେ ସାମିଲ ହୋଇଥିବାରୁ କ୍ରୀଡ଼ାମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ଉପସ୍ଥିତ ନ ଥିଲେ।
ଅଭିଯୁକ୍ତ ବ୍ରିଜ୍‌ଭୂଷଣଙ୍କୁ ସୁରକ୍ଷା ପ୍ରଦାନ କରୁଥିବା କେନ୍ଦ୍ର ସରକାରଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ଦୀପେନ୍ଦ୍ର ହୁଡ଼ା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, କ୍ରୀଡ଼ାମନ୍ତ୍ରୀ ଆଜି ଆମ କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି। ଏହାର ନିଷ୍ପର୍ଷ କ’ଣ ଆସୁଛି ତାକୁ ଆମେ ଅପେକ୍ଷ କରିବୁ। ନ୍ୟାୟ ପାଇଁ ଲଢ଼େଇ କରୁଥିବା ଝିଅମାନଙ୍କ ସହ ଆମେ ରହିଛୁ। ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ପ୍ରତି କଂଗ୍ରେସର ସମର୍ଥନ ଜାରି ରହିବ। ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସ୍ବରକୁ ଭାଜପା ଏବଂ କେନ୍ଦ୍ର ସରକାର ଚପାଇବାକୁ ଉଦ୍ୟମ କରୁଛନ୍ତି। ଭାଜପା ଏମ୍‌ପିଙ୍କୁ ଘଣ୍ଟ ଘୋଡ଼ାଯାଉଛି, ଯାହାକୁ ସାରା ଦେଶ ଦେଖୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ହୁଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri