Posted inଜାତୀୟ

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବଢ଼ିବ

ନୂଆଦିଲ୍ଲୀ, ୬ା୬: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ଚାଇନାର ଅର୍ଥନୀତି ବୃଦ୍ଧି ସାଙ୍ଗକୁ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଏହା ବାହାରେ ପ୍ରଭାବ ବିସ୍ତାର କରୁଥିବାରୁ ଦୁଇଦେଶ ଚିନ୍ତିତ ଅଛନ୍ତି। ସେଥିପାଇଁ ଶିଳ୍ପ ସହଯୋଗ ବଢ଼ାଇବା ଲାଗି କ’ଣ କରାଯାଇପାରିବ ତାହା ଆଲୋଚନାରେ ସ୍ଥାନ ପାଇଥିଲା। ନୂଆଦିଲ୍ଲୀରେ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ସହଯୋଗ ବୃଦ୍ଧି, ନୂଆ ପ୍ରଯୁକ୍ତିର ମିଳିତ ବିକାଶ ଓ ନୂଆ ତଥା ପ୍ରଚଳିତ ସିଷ୍ଟମ ନିର୍ମାଣ ଲାଗି ସୁଯୋଗ ଚିହ୍ନଟ ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନେଇ ଉଭୟ ଦେଶର ମିଳିତ ସ୍ବାର୍ଥ ଉପରେ ଦୁଇ ନେତା ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖରେ ଆମେରିକା ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଅଷ୍ଟିନ୍‌ ନୂଆଦିଲ୍ଲୀ ଆସିଥିବାରୁ ପ୍ରତିରକ୍ଷା ଚୁକ୍ତିନାମା ସମ୍ପର୍କିତ ସମ୍ଭାବ୍ୟ ଘୋଷଣା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଜେନେରାଲ ଆଟୋମିକ୍ସ ଏରୋନଟିକାଲ ସିଷ୍ଟମ୍ସଠାରୁ ଭାରତ ୧୮ଟି ସଶସ୍ତ୍ର ତଥା ଅତି ଉଚ୍ଚରେ ଉଡ଼ିପାରୁଥିବା ୟୁଏଭି ୧.୫ରୁ ୨ ବିଲିୟନ ଡଲାର ମୂଲ୍ୟରେ କିଣିବାକୁ ଚାହୁଁଛି। ଉକ୍ତ ୟୁଏଭିଗୁଡ଼ିକ ଚାଇନା ଓ ପାକିସ୍ତାନ ସୀମା ଏବଂ ଭାରତ ମହାସାଗର ରଣନୀତିକ କ୍ଷେତ୍ରରେ ମୁତୟନ କରାଯିବ। ଏହା ବ୍ୟତୀତ ଲଢ଼ୁଆ ବିମାନ ଇଞ୍ଜିନ, ସ୍ଥଳସେନାର ଲଢ଼ୁଆ ଯାନ, କମାଣ ଓ ଗୁଳିଗୋଳା ଦୁଇଦେଶ ମିଳିତ ଭାବେ ଉତ୍ପାଦନ କରିବା ନେଇ ଗତ ମାସରେ ଓ୍ବାଶିଂଟନରେ ଆମେରିକା-ଭାରତ ଡିଫେନ୍ସ ପଲିସି ଗ୍ରୁପ୍‌ ବୈଠକରେ ଆଲୋଚନା ହୋଇଥିଲା। ଭାରତ ଏହାର ଯୁଦ୍ଧବିମାନ ନିର୍ମାଣ କ୍ଷମତା ବଢ଼ାଇବା ପାଇଁ ପ୍ରଯୁକ୍ତି ହସ୍ତାନ୍ତରକ୍ରମେ ଭାରତରେ ଜେଟ୍‌ ଇଞ୍ଜିନ ନିର୍ମାଣ କରିବାକୁ ଚାହୁଁଛି। ୨୦୧୬ରେ ଭାରତକୁ ଆମେରିକା ଏହାର ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ଭାବେ ଘୋଷଣା କରିଥିଲା, ଯାହା ଗୁରୁତ୍ୱପୂର୍ଣ୍ଣ ସାମରିକ ଉପକରଣ ଓ ପ୍ରଯୁକ୍ତି ବିନିମୟର ବାଟ ଖୋଲିଥିଲା। ଭାରତକୁ ଅଷ୍ଟିନ୍‌ଙ୍କର ଏହା ଦ୍ୱିତୀୟ ଗସ୍ତ। ୨୦୨୧ ମାର୍ଚ୍ଚରେ ସେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ।
୨୦୦୮ରେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ଅତି ନଗଣ୍ୟ ଥିବାବେଳେ ୨୦୨୦ରେ ଏହା ୨୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ଏହି ସମୟରେ ଭାରତ ଆମେରିକାଠାରୁ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବିମାନ, ସି-୧୩୦ ପରିବହନ ବିମାନ, କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ କିଣିଛି। ଚାଇନାର ଶକ୍ତି ବୃଦ୍ଧି ଏବଂ ଭାରତ ସହ ସୀମା ବିବାଦ ବଢ଼ୁଥିବାରୁ ଗତ ୫ ବର୍ଷ ମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ବୃଦ୍ଧି ଘଟିଛି। କ୍ୱାଡ୍‌ ସୁରକ୍ଷା ଗ୍ରୁପ୍‌ର ଅଂଶବିଶେଷ ଭାବେ ଭାରତ ଓ ଆମେରିକା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବା ସହ ସହଯୋଗ ବଢ଼ାଇଛନ୍ତି। କ୍ୱାଡ୍‌ରେ ଆମେରିକା, ଭାରତ ସହ ଜାପାନ ଓ ଅଷ୍ଟ୍ରେଲିଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri