ମାଓବାଦୀ ପରିଚୟ ଦେଇ କରୁଥିଲେ ଡକାୟତି

ନୂଆପଡ଼ା ଅଫିସ, ୪।୬: ନୂଆପଡା ସଦର ବ୍ଲକ ଧରବନ୍ଧା ଥାନା ଆମାନାରା ଗାଁରେ ମାଓବାଦୀ ପରିଚୟ ଦେଇ ଡକାୟତି କରୁଥିବା ଅଭିଯୋଗରେ ୬ ଆନ୍ତଃ ରାଜ୍ୟ ଡକାୟତଙ୍କୁ ନୂଆପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖରିଆର ରୋଡ ବଜାରପଡା ସୁନୀଲ ଚନ୍ଦ୍ରକାର (୩୨), ରାୟପୁରର ଦୀପକ ରାୟ (୨୬), ଖଲାରୀ ଗାଁର ମୁକେଶ ୟାଦବ (୩୦), ଖଲାରୀର ମହାବୀର ୟାଦବ (୨୨), ଭୀମଖୋଜର ଓମ ପ୍ରକାଶ ବରିହା (୨୩) ଓ ଖମତରାଇର ବଜରଙ୍ଗୀ ଔରଫ ଅବିନାଶ ସିଂ (୨୪)। ସେମାନଙ୍କଠାରୁ ସିଜି୦୬ଜିଟି ୪୯୪୩ ଏକ ବାଇକ୍‌, ଗୋଟେ କିପେଡ ମୋବାଇଲ ଫୋନ, ୨ଟି ଖଣ୍ଡା, ଗୋଟେ ଛୁରୀ, ଗୋଟେ ଭଙ୍ଗା ତାଲା, ଗୋଟେ ଆରି ପତି ଜବତ କରାଯାଇଛି ବୋଲି ଶନିବାର ସଦର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ଗତ ୩୦ରେ ଆମାନାରା ଗାଁର ମୋତିନବାଇ ସାହୁଙ୍କ ଦୋକାନ ଘର ଗ୍ରୀଲ ତାଲା କାଟି ଘରେ ପଶି ମାରଣା ଅସ୍ତ୍ର ଦେଖାଇ ଲାଲ ସାଲମ କହି ଏହି ଡକାୟତମାନେ ଭୟଭିତ କରି ଡକାୟତ ଉଦ୍ୟମ କରିଥିଲେ। ପରିବାର ଲୋକେ ଘେରି ଯିବାରୁ ସାଙ୍ଗରେ ଆଣିଥିବା ମାରଣା ଅସ୍ତ୍ର ସହ ଗାଡି, ମୋବାଇଲ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ ଧରମବନ୍ଧା ଥାନାରେ ମୋତିନ ବାଇ ସାହୁ, ସ୍ବାମୀ ପିଲାରାମ ସାହୁ ଅଭିଯୋଗ କରିଥିଲେ। ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା। ଏହି ଡକାୟତି ଦଳ ଖରିଆର ରୋଡ ସମେତ ଛତିଗଡ ରାୟପୁର ଓ ମହାସମୁଦ ଜିଲାର ଅଛନ୍ତି ବୋଲି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥିଲା। ଡକାୟତି ଦଳର ମାଷ୍ଟର ମାଇଣ୍ଡ ଖରିଆର ରୋଡ ବଜାର ପଡାର ସୁନୀଲ ଚନ୍ଦ୍ରକାରଙ୍କ ଘରେ ସବୁ ଯୋଜନା କରି ଓଡିଶା ସମେତ ଛତିଶଗଡରେ ଅନେକ ଘଟଣା ଘଟାଇ ଚାଲିଥିଲେ। ଏମାନଙ୍କ ନାମରେ ଛତିଶଗଡ ସମେତ ଖରିଆର ରୋଡ, ନୂଆପଡା, କୋମନା ଥାନାରେ ଅନେକ ମାମଲା ରହିଛି ବୋଲି ଏସ୍‌ପି ରାଘବେନ୍ଦ୍ର କହିଛନ୍ତି। ମାଷ୍ଟର ମାଇଣ୍ଡ ସୁନୀଲଙ୍କୁ କାବୁ କରିବା ପରେ ସମସ୍ତ ଡକାୟତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛିି। ଏ ନେଇ ଧରବନ୍ଧା ଥାନାରେ ଅଣ୍ଡରସେକସନ ୪୫୭/୩୯୨/୩୪ରେ ଏକ ମାମଲା (ନଂ.୩୫/୨୩) ରୁଜୁ କରି ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri