ବର୍ଷାଋତୁ ଆସୁଛି: ଆଶଙ୍କାରେ ତଟାଞ୍ଚଳବାସୀ

କେନ୍ଦ୍ରାପଡ଼ା ଅଫିସ, ୪।୬: ବିଶ୍ୱତାପନ ଯୋଗୁ ସମୁଦ୍ର ଉପରେ ପ୍ରଭାବ ପଡୁଛି। ଏହାର ପ୍ରଭାବରେ ଉତ୍ତାଳ ଜୁଆର ପାଣି ଗ୍ରାମ ମଧ୍ୟକୁ ପଶୁଛି। ଲୁଣାବନ୍ଧ ଟପି ଚାଷବାସକୁ କ୍ଷତି ପହଞ୍ଚାଉଛି। ପ୍ରତିବର୍ଷ ସାମୁଦ୍ରିକ ଝଡ଼ ବର୍ଷା ପରି ପ୍ରାକୃତିକ ବିପତ୍ତି କେନ୍ଦ୍ରାପଡ଼ା ଜିଲାକୁ ରହିଛି। ଅପରପକ୍ଷରେ ସମୁଦ୍ର ଓ ନଦୀ ତଟାଞ୍ଚଳରେ ଚିଙ୍ଗୁଡ଼ି ଘେରି ସ୍ଥାନୀୟ ଅଞ୍ଚଳ ପାଇଁ ବିପତ୍ତି ସାଜିଛି। ସମୁଦ୍ର ଜୁଆରିଆ ସମୟରେ ତଟବର୍ତ୍ତୀ ସ୍ଥାନ ଓ ନଦୀତଟର ସର୍ବୋଚ୍ଚ ସୀମା ଚିହ୍ନଟ ପାଇଁ ହାଇକୋର୍ଟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଅଦ୍ୟାବଧି ଆଲୋଚନା ହୋଇନାହିଁ। ସେହିପରି ଜିଓ ଟ୍ୟୁବୱାଲର ସ୍ଥିତି ପରଖା ଯାଉନାହିଁ। ଆଗକୁ ବର୍ଷାଋତୁ ଆସୁଛି। ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପଦର ସମ୍ଭାବନା ଥିବା ତଟାଞ୍ଚଳକୁ ଏକ ବୈଷୟିକ ଟିମ୍‌ ଦ୍ୱାରା ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଛି।
ସାମାଜିକ କର୍ମୀ ପ୍ରଭାତ କୁମାର ଲେଙ୍କା କହିଛନ୍ତି, ଆଦ୍ରଭୂମି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଏକ ପିଆଇଏଲ ମାମଲାକୁ ଚିଫ ଜଷ୍ଟିସ ଏସ୍‌. ମୂରଲୀଧର ଓ ଜଷ୍ଟିସ ଆର. କେ. ପଟ୍ଟନାୟକଙ୍କ ଡିଭିଜନ ବେଞ୍ଚ ଶୁଣାଣି କରିଥିଲେ। ଏଥିରେ ସମୁଦ୍ର ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଦର୍ଶାଇଥିଲେ ଯେ, ବିଭିନ୍ନ କାରଣ ସହିତ ଚିଙ୍ଗୁଡ଼ି ଘେରି ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏହି ଘେରି ଯୋଗୁ ତଟାଞ୍ଚଳ ନଷ୍ଟ ହେଉଛି। ଡିଭିଜନ ବେଞ୍ଚର ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଜିଲାପାଳ ଦର୍ଶାଇଛନ୍ତି ଯେ, ରାଜକନିକା ବ୍ଲକ ଅଞ୍ଚଳର ଚିହ୍ନଟ ଚିଙ୍ଗୁଡ଼ି ଘେରି ମଧ୍ୟରୁ କିଛି ପରିମାଣରେ ଉଚ୍ଛେଦ ହୋଇଛି। ଅନ୍ୟ ଅଞ୍ଚଳରେ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ଜୀବନ ଜୀବିକା ଆଶଙ୍କାରେ ଜିଲାର ୬୪ ସୁନାମିପ୍ରବଣ ଚିହ୍ନଟ ଗ୍ରାମବାସୀ ଅଛନ୍ତି। ଜିଲାର ଥିବା ୭ ନଦୀକୁ ସଂଯୋଗୀକରଣ ସହ ୪୮ କିଲୋମିଟର ତଟାଞ୍ଚଳରେ ଘଞ୍ଚ ହେନ୍ତାଳବଣ ସୃଷ୍ଟି ପାଇଁ ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ପେଣ୍ଠର ପ୍ରସନ୍ନ କୁମାର ଦାସ କହିଛନ୍ତି, ଆଗକୁ ବର୍ଷାଋତୁ ଆସୁଛି। ପ୍ରତିବର୍ଷ ପରି ସାମୁଦ୍ରିକ ଝଡ଼ ପ୍ରଭାବ ତଟାଞ୍ଚଳ ଉପରେ ପଡ଼ିବ। ସମୁଦ୍ର ଜୁଆରିଆ ହେଲେ ସ୍ଥାନୀୟ ନଦୀ, ନାଳ ଉଚ୍ଛୁଳି ପଡୁଛି। ଅଧିକ ଜୁଆରିଆରେ ଲୁଣା ବନ୍ଧ ଟପି ଚାଷ ବାସ ନଷ୍ଟ କରୁଛି। ପେଣ୍ଠଠାରେ ପ୍ରତିବର୍ଷ ସମୁଦ୍ର ୧୨ ମିଟର ଗ୍ରାମ ଆଡ଼କୁ ମାଡ଼ି ଆସୁଥିଲା। ଏହାକୁ ଦୃଷ୍ଟିରେ ରଖାଯାଇ ୫୦୫ ମିଟର ଜିଓ ସିନ୍ଥେଟିକ ଟ୍ୟୁବୱାଲ ନିର୍ମାଣ ହୋଇଥିଲା। ତେବେ ପଥରର ଧାର ଗାବିଅନ ବକ୍ସର ରଶିକୁ ନଷ୍ଟ କରୁଛି। ଫଳରେ ପଥରଗୁଡ଼ିକ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସେହିପରି ଏହି ୱାଲ ନିର୍ମାଣରେ ଥିବା ବୈଷୟିକ ତ୍ରୁଟିକୁ ସଂଶୋଧନ କରାଯାଉନାହିଁ। ବର୍ଷାଋତୁ ଆସିଲେ ସ୍ଥାନୀୟ ସୁନାମି ପ୍ରବଣ ଚିହ୍ନଟ ୬୪ଟି ଗ୍ରାମର ଅଧିବାସୀଙ୍କ ଜୀବନଜୀବିକା ଉପରେ ଆଶଙ୍କା ବଢ଼ୁଛି। ବଗପାଟିଆର ନିରାକାର ସ୍ବାଇଁ କହିଛନ୍ତି, ଚିଙ୍ଗୁଡ଼ି ଘେରି ତଟକ୍ଷୟ ରୋକିବାରେ ବାଧକ ହୋଇଛି। ଏହି ଘେରି ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଲୁଣା ମାଡ଼ିବା ସହ ଗଛ ନଷ୍ଟ କରୁଛି। ହାଇକୋର୍ଟ ପକ୍ଷରୁ ବାରମ୍ବାର ସତର୍କ କରାଗଲେ ମଧ୍ୟ ଜିଲା ପ୍ରଶାସନ ଉପରେ ଏହାର ପ୍ରଭାବ ପଡ଼ୁନାହିଁ। ନାମକୁମାତ୍ର ହିଡ଼ ଭାଙ୍ଗି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଲା ବୋଲି ଜିଲା ପ୍ରଶାସନ ଦର୍ଶାଉଛି। ଅଧିକ ଜୁଆରିଆ ସମୟରେ କେତେଦୂର ପର୍ଯ୍ୟନ୍ତ ପାଣି ଯାଉଛି, ତାହା ଚିହ୍ନଟ ପରେ ୧ କିଲୋମିଟର ପରିଧିରେ ଚିଙ୍ଗୁଡ଼ି ଘେରିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ସାମାଜିକ କର୍ମୀ ମନ୍ମଥ ନାଥ ରାଉତ କହିଛନ୍ତି, ଉପକୂଳ କେନାଲର ଆବଶ୍ୟକତା ଅଛି। ସମୁଦ୍ର ତଟଠାରୁ ୧୦ କିଲୋମିଟର ଦୂରରେ ଏହାକୁ ନିର୍ମାଣ କରାଯାଇ ଜିଲାର ୭ ନଦୀକୁ ଏଥିରେ ସଂଯୋଗ କରାଯାଉ। ଫଳରେ ବନ୍ୟା ନିୟନ୍ତ୍ରଣ ହେବା ସହ ଚାଷ କାର୍ଯ୍ୟ ଓ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିବ। ସେହିପରି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହ ସାମଗ୍ରୀ ଜବତ କରି ଚାଷୀଙ୍କ ନାମରେ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri