ପ୍ୟାଲେସ୍‌ ଯିବି, ସୁରକ୍ଷା ଦିଅ

ବଲାଙ୍ଗୀର ଅଫିସ, ୩ା୬: ବଲାଙ୍ଗୀର ରାଜପରିବାର ସଦସ୍ୟ ତଥା ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ତାଙ୍କ ସ୍ତ୍ରୀ ଅଦ୍ରିଜା ମଞ୍ଜରୀ ସିଂଦେଓଙ୍କ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଏବେ ଅଦ୍ରିଜା ମଞ୍ଜରୀ ବଲାଙ୍ଗୀର ଏସ୍‌ପିଙ୍କୁ ଦେଇଥିବା ଏକ ଇ-ମେଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ଅଦ୍ରିଜା ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସକୁ ଆସିବା ପାଇଁ ଏସ୍‌ପିଙ୍କୁ ଲିଖିତ ଜଣାଇ ସୁରକ୍ଷା ଲୋଡିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ମେ ୧ ତାରିଖରେ ସେ ବଲାଙ୍ଗୀର ଏସ୍‌ପିଙ୍କୁ ଇ-ମେଲ କରି ସୁରକ୍ଷା ଲୋଡିଥିଲେ। ଶୈଳଶ୍ରୀ ପ୍ୟାଲେସ ତାଙ୍କ ବୈବାହିକ ଘର ହୋଇଥିବାରୁ ସେଠାରେ ତାଙ୍କର ବ୍ୟକ୍ତିଗତ ସାମଗ୍ରୀ ରହିଛି। ତାକୁ ସେ ସେଠାରୁ ନେବାକୁ ଚାହୁଁଛନ୍ତି। ଉକ୍ତ ଇ-ମେଲରେ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ତାଙ୍କ ସ୍ବାମୀ ଓ ତାଙ୍କ ଷ୍ଟାଫ୍‌ ଶାରୀରିକ ଆକ୍ରମଣ କରିଥିବାରୁ ଏବଂ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଆବଶ୍ୟକ। ଗତ ମେ ୧ ତାରିଖର ଇ-ମେଲକୁ ନେଇ ବଲାଙ୍ଗୀର ଏସପିଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇ ନ ଥିବାରୁ ୩୧ ମେ’ରେ ପୁଣି ଥରେ ଚିଠି ଲେଖିଥିବା ଦର୍ଶାଇଛନ୍ତି। ସେ ବଲାଙ୍ଗୀର ଆସି ତାଙ୍କ ସାମଗ୍ରୀ ନେବାବେଳେ ତାଙ୍କ ଶ୍ୱଶୁର ଘର ଲୋକଙ୍କଠାରୁ ଯେଭଳି କୌଣସି କ୍ଷତି ହେବନାହିଁ ସେଦିଗରେ ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ଏସପିଙ୍କୁ ଇ-ମେଲ କରିଥିବା ଉଲ୍ଲେଖ କରିଛନ୍ତି। ଗତ ମେ ୧ ତାରିଖରେ ପ୍ରଥମ ଇ-ମେଲ କରିଥିବାବେଳେ ବଲାଙ୍ଗୀରରେ ଏସ୍‌ପି ଦାୟିତ୍ୱରେ ନୀତିନି କୁଶଲକର ଥିଲେ। ଇତିମଧ୍ୟରେ ତାଙ୍କର ବଦଳି ହୋଇଯାଇ ନୂଆ ଏସ୍‌ପି ଭାବେ ଋଷିକେଶ ଖିଲାରି ଯୋଗଦାନ କରିଛନ୍ତି। ୩୧ ତାରିଖରେ ଅଦ୍ରିଜା ପୁଣି ଥରେ ଇ-ମେଲ କରି ସୁରକ୍ଷା ଲୋଡିଥିବାବେଳେ ନୂଆ ଏସ୍‌ପି ଏବେ ଛୁଟିରେ ଥିତ୍ବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏନେଇ ଭାରପ୍ରାପ୍ତ ଏସପି ଦାୟିତ୍ୱରେ ଥିବା ଆଡିଶନାଲ ଏସ୍‌ପି ସୁରେଶ ନାଏକଙ୍କୁ ଅଦ୍ରିଜାଙ୍କ ଇ-ମେଲ ସମ୍ପର୍କରେ ପଚରାଯିବାରୁ ଏ ସମ୍ପର୍କରେ ତାଙ୍କ ପାଖରେ ସୂଚନା ନାହିଁ ବୋଲି କହିଛନ୍ତି।
ଅର୍କେଶ-ଅଦ୍ରିଜା ବିବାଦକୁ ନେଇ ଉତ୍ତରାଖଣ୍ଡସ୍ଥିତ ଡେରାଡୁନର ରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଅଦ୍ରିଜା ରାଜପୁର ଥାନାରେ ସ୍ବାମୀ ଅର୍କେଶ ନାରାୟଣ, ଶ୍ୱଶୁର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ଶାଶୁ, ଦେଢ଼ଶୁର ପୂର୍ବତନ ଏମ୍‌ପି ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ଓ ବଡ ଯା’ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପାରିବାରିକ ହିଂସା ଓ ନିର୍ଯାତନାକୁ ନେଇ ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ବଲାଙ୍ଗୀର ରାଜପରିବାର ଡେରାଡୁନ୍‌ ସ୍ଥିତ ଘରେ କାମ କରୁଥିବା ଜଣ କର୍ମଚାରୀ ରବିତା ଝା ଅଦ୍ରିଜା, ତାଙ୍କ ବଡ ଭଉଣୀ ଋଚା ମଞ୍ଜରୀ ସିଂ, ବାପା ଅଜୟ ସିଂ ଏବଂ ଡ୍ରାଇଭର ସୋନୁଙ୍କ ବିରୋଧରେ ଡେରାଡୁନ୍‌ସ୍ଥିତ ରାଜପୁର ଥାନାରେ ଜାତିଗତ ପ୍ରସଙ୍ଗ ଓ ନିର୍ଯାତନାକୁ ନେଇ ଅଭିଯୋଗ କରିଛନ୍ତି। ଏହି ବିବାଦ ଥମିବାର ନଁା ନେଉ ନ ଥିବାବେଳେ ଅଦ୍ରିଜା ନିଜ ଶ୍ୱଶୁରାଳୟ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସକୁ ଆସିବା ପାଇଁ ଏସ୍‌ପିଙ୍କ ସୁରକ୍ଷା ଲୋଡିବା ପ୍ରସଙ୍ଗ ବିବାଦକୁ ଘନୀଭୂତ କରିବା ସହ ଚର୍ଚ୍ଚା ଓ ଆଲୋଚନାକୁ ସରଗରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri