Posted inଖେଳ

ଚତୁର୍ଥ ରାଉଣ୍ଡରେ ସାବାଲେଙ୍କା, ପାଭ୍‌ଲ୍ୟୁଚେଙ୍କୋଭା

ପ୍ୟାରିସ, ୩।୬: ଆରିନା ସାବାଲେଙ୍କା, ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା, ଏଲିସ ମେର୍ଟେନ୍ସ, ଡାରିଆ କାସାଟ୍‌କିନା ପ୍ରମୁଖ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡ ମ୍ୟାଚରେ ସାବାଲେଙ୍କା ୬-୨, ୬-୨ ସେଟ୍‌ରେ କାମିଲା ରାଖିମୋଭା, ପାଭ୍‌ଲ୍ୟୁଚେଙ୍କୋଭା ୪-୬, ୬-୩, ୬-୦ରେ ଆନାସ୍ତାସିଆ ପୋଟାପୋଭାଙ୍କୁ ପରାସ୍ତ କରିଛନ୍ତି। ସେହିପରି ମେର୍ଟେନ୍ସ ୬-୧, ୬-୩ରେ ଜେସିକା ପେଗୁଲା, କାସାଟକିନା ୬-୦, ୬-୧ରେ ପେଟନ ଷ୍ଟିଅନର୍‌ସଙ୍କୁ ହରାଇ ଦେଇଛନ୍ତି। ଅନ୍ୟଏକ ମ୍ୟାଚରେ ଏଲିନା ସ୍ବିତୋଲିନା ୨-୬, ୬-୨, ୭-୫ ସେଟ୍‌ରେ ଆନା ବ୍ଲିଙ୍କୋଭାଙ୍କୁ ପରାସ୍ତ କରିଛନ୍ତି। ପରାଜିତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଆମେରିକାର ପେଗୁଲା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ହରାଇଥିବା ମେର୍ଟେନ୍ସ ୨୮ତମ ର଼୍ୟାଙ୍କ୍‌ରେ ଅଛନ୍ତି। ଗତ ୫ଟି ବଡ଼ ଟୁର୍ନାମେଣ୍ଟ ମଧ୍ୟରୁ ୪ଟିରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏହା ମଧ୍ୟରେ ଗତବର୍ଷର ଫ୍ରେଞ୍ଚ୍‌ ଓପନ ସାମିଲ। ଏହା ପୂର୍ବରୁ ୫ମ ସିଡ୍‌ କାରୋଲିନା ଗାର୍ସିଆ, ୮ମ ସିଡ୍‌ ମାରିଆ ସାକାରି ଓ ୧୦ମ ସିଡ୍‌ ପେଟ୍ରା କ୍ୱିଟୋଭା ମଧ୍ୟ ଶୀଘ୍ର ବିଦାୟ ନେଇଛନ୍ତି।
ଜୋକୋଭିଚ୍‌ ବିଜୟୀ
ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନୋଭାକ୍‌ ଜୋକୋଭିଚ୍‌ ୭-୬ (୭/୪), ୭-୬ (୭/୫), ୬-୨ ସେଟ୍‌ରେ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍‌ ଫୋକିନାଙ୍କୁ ପରାସ୍ତ କରିଛନ୍ତି। ୭ମ ସିଡ୍‌ ଆନ୍ଦ୍ରେ ରୁବ୍‌ଲେଭ୍‌ଙ୍କୁ ବିଦାୟ ପଥ ଦେଖାଇଛନ୍ତି ଲୋରେଞ୍ଜୋ ସୋନେଗୋ। ୫ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୋନେଗୋ ୫-୭, ୦-୬, ୬-୩, ୭-୬ (୭/୫), ୬-୩ ସେଟ୍‌ରେ ରୁବଲେଭଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ମ୍ୟାଚରେ ୧୧ତମ ସିଡ୍‌ କରେନ ଖାଚାନୋଭ ୬-୪, ୬-୧, ୩-୬, ୭-୬ (୭/୫) ସେଟ୍‌ରେ ଥାନାସି କୋକିନାକିସ୍‌ଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri