କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ…

ବାହାନଗା ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ମେଡିକାଲରେ ୩୫୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। ତେବେ ଗୁରୁତରଙ୍କ ମଧ୍ୟରୁ କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ। ପୁଣି ପ୍ରଚୁର ରକ୍ତସ୍ରାବ ଯୋଗୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ସ୍ଥିତିର ମୁକାବିଲା କରିବା ନିମନ୍ତେ ଗୁରୁତରଙ୍କୁ ରକ୍ତ ଦେବା ଜରୁରୀ ହୋଇପଡ଼ିଛି। ହେଲେ ଡାକ୍ତରଖାନା ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ଦେଖାଦେଇଛି। ତେଣୁ ଡାକ୍ତରଖାନାରେ ଡାକବାଜି ଯୋଗେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବୀଙ୍କୁ ରକ୍ତ ଦେବାକୁ ଅନୁରୋଧ କରାଯାଇଛି। ଅନେକ ଲୋକେ ଗୁରୁତରଙ୍କ ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ମୋଚିତ ହେଲା ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ ଲେଡି ଅଫ୍‌ ଓଡ଼ିଶା’

ଭୁବନେଶ୍ୱର,୧୧।୫(ଶର୍ମିଷ୍ଠା ପାଣିଗ୍ରାହୀ): ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି ସେ ତୁଳନାରେ ତାଙ୍କୁ କିଛି ମିଳିନି। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ...

‘ମୋର ମନେ ଅଛି କି ନାହିଁ ଓଡ଼ିଶାବାସୀ ଜାଣିଛନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ ୧୦ରେ ବି ନୁହେଁ ଆଉ ୧୦ ବର୍ଷ ପରେ...

ବିଜେଡି ଛାଡ଼ିଲେ ସାଧୁ ନେପାକ

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ତଥା ସାଧୁ ନେପାକ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ, ରହିଛି ଏମିତି ସବୁ କାର୍ଯ୍ୟସୂଚୀ…

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ, ହେଲିକପ୍ଟର...

ଚିତ୍ରକୋଣ୍ଡାରେ ବାବୁଶାନ, ଏଲିନାଙ୍କ ରୋଡ୍‌ ଶୋ’

ଚିତ୍ରକୋଣ୍ଡା,୧୧ା୫(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥିନୀ ଲଷ୍ମୀପ୍ରିୟା ନାୟକଙ୍କ ପାଇଁ ଓଲିଉଡ୍‌ ଷ୍ଟାର୍‌ ତଥା ଅଭିନେତା ବାବୁଶାନ ମହାନ୍ତି ଓ...

କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ‘ନନ୍ଦନ’ର ଦେହାନ୍ତ

ଭୁବନେଶ୍ୱର,୧୧।୫: ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ‘ନନ୍ଦନ’ ନାମକ ଏକ ରୟାଲ ବେଙ୍ଗଲ ଟାଇଗରର ମୃତ୍ୟୁ ହୋଇଛି। ଏନେଇ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ସୂଚନା...

ଧାରୁଆ କାତିରେ କାଟି ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ ପୁତୁରା

ଏମ୍‌ଭି-୭୯,୧୧ା୫(ଭିକି ବାରିକ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଇପିଗୁଡା ଗ୍ରାମରେ ଶନିବାର ଆଦିବାସୀଙ୍କ ଆମ୍ବପରବ ପୂଜା ଚାଲିଥିବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri