ବହୁ ବିଜେଡି ନେତା ଯୋଗାଯୋଗରେ ଅଛନ୍ତି: ଭାଜପା

ଭୁବନେଶ୍ବର, ୨ା୬(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଉ କମ୍‌ ସମୟ ଥିବାବେଳେ ବିଜେଡିର ଏକାଧିକ ନେତା ଓ ବିଧାୟକ ସମ୍ପର୍କରେ ଥିବା ନେଇ ବହୁ ଭାଜପା ନେତା ବାରମ୍ବାର ଦାବି କରିବା ଆରମ୍ଭ କରିଦେଇଛନ୍ତି। ତେବେ ନିର୍ବାଚନ ଆସିଲେ ବହୁ ନେତା ଦଳ ଅଦଳବଦଳ କରିଥାଆନ୍ତି। ସେହି ଦୃଷ୍ଟିରୁ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ଚର୍ଚ୍ଚା ପୁଣି ଚାଲିଲାଣି। ଭାଜପା ନେତାଙ୍କ ଏହି ଦାବି ପରେ ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। କେଉଁ ନେତାମାନେ ଭାଜପା ସମ୍ପର୍କରେ ଅଛନ୍ତି ଏବଂ ସେମାନଙ୍କ ଏହି ଦାବିର କେତେ ସତ୍ୟତା ରହିଛି ତାହା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ହେଲେ ଭାଜପା ଏହାକୁ ସେତେଟା ଗୁରୁତ୍ୱ ଦେଇ ନାହିଁ। ପ୍ରଥମେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିର ୧୧୭ ବିଧାୟକ ତାଙ୍କ ଦଳ ସହିତ ସମ୍ପର୍କରେ ଥିବା କଥା କହିଥିଲେ। ଏହାପରେ ଏହି କଥାକୁ ଭାଜପା ଏମ୍‌ପି ଜୁଏଲ୍‌ ଓରାମ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବେ ଦଳର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଜୁଏଲ୍‌ କହିଛନ୍ତି, ବିଜେଡିର ଏମ୍‌ପି ଏବଂ ବିଧାୟକମାନେ ସେମାନଙ୍କ ସରକାରର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି। ସରକାରୀ କାର୍ଯ୍ୟ ଉପରେ ସେମାନେ ବିଶେଷତଃ ଅସନ୍ତୁଷ୍ଟ। ସେହି ଅସନ୍ତୋଷ କେବେ ବିସ୍ଫୋରଣର ରୂପ ନେବ ତାହା କହିହେବ ନାହିଁ। ଯେଉଁମାନେ ବିଜେଡି ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ସାଙ୍ଗଠନିକସ୍ତରରେ କଥାବାର୍ତ୍ତା ଚାଲିଛି ବୋଲି ସେ କହିଛନ୍ତି। ପୃଥ୍ବୀରାଜ କହିଛନ୍ତି, ବିଜେଡି ସରକାରରେ ଯେପରି ଭ୍ରଷ୍ଟାଚାର, ଅନାଚାର ଏବଂ ଏକଚ୍ଛତ୍ରବାଦ ଚାଲିଛି ତାକୁ ଶେଷ କରିବାକୁ ସେମାନଙ୍କ ଦଳରୁ ୧୦୦ରୁ ଅଧିକ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ ଏବଂ ଧର୍ମର ସାଥ୍‌ ଦେବେ। ସେକଥା ସିଧାସଳଖ ଭାବେ ସେହି ରାସ୍ତାରେ ହିଁ ଚାଲିଛି। ବିଜେଡିରେ ୮୦ ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ଲାଗି ମାନସିକସ୍ତରରେ ପ୍ର୍‌ସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷେ ବିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ତାଙ୍କ ବିଧାୟକମାନେ ଆମ ଲିଙ୍କ୍‌ରେ ଏବଂ ଆମ ବିଧାୟକମାନେ ସେମାନଙ୍କ ସମ୍ପର୍କରେ ଅଛନ୍ତି। ନିର୍ବାଚନ ଯେତେବେଳେ ଆସିବ ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି ହେବ। ସେମାନେ ଆଗରୁ କହୁ ନ ଥିଲେ କି ୧୨୦ ଆସନ ନେବେ, ବଙ୍ଗୋପସାଗରରେ ପକେଇଦେବେ, ପୋଡ଼ା ଟ୍ରାନ୍ସଫର୍ମର ବି କହୁଥିଲେ। କ’ଣ ହେଲା, ପୋଡ଼ା ଟ୍ରାନ୍ସଫର୍ମର ବିଜୁଳି ଦେଲା। ୧୨୦ ସିଧା ୨୨ରେ ପରିଣତ ହେଲା। ଏବେ ସେମାନେ ସେହିଭଳି କଥା କହୁଛନ୍ତି ବୋଲି ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri