ବାପାଙ୍କୁ ଘାରିଛି ପୁଅକୁ ଡାକ୍ତର କରିବା ଚିନ୍ତା

ରାଜକନିକା,୧।୬(ଡି.ଏନ.ଏ.): ସବୁ ଛାତ୍ରୀଛାତ୍ର ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି ଏକାଠି କରି ଦିଅନ୍ତି। ସେମାନେ କଠିନ ପରିଶ୍ରମ କରି ଭବିଷ୍ୟତ ପାଇଁ ବହୁ ସ୍ବପ୍ନ ଦେଖନ୍ତି। ହେଲେ ଅଧିକାଂଶ ସମୟରେ ସେମାନଙ୍କ ଚଲାପଥରେ ବାଧକ ସାଜେ ଦାରିଦ୍ର୍ୟତା। ଫଳରେ ଉଜୁଡି ଯାଏ ସ୍ବପ୍ନର ଫସଲ, ଭାଙ୍ଗିଯାଏ ଅସୁମାରୀ ସ୍ବପ୍ନ ଓ ଅଭିଳାଷ। ହେଲେ ଦାରିଦ୍ର୍ୟତା ଭିତରେ ଡାକ୍ତର ହେବାର ଇଚ୍ଛାକୁ ଜାହିର କରି ଆସିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପାରିନୂଆପଡା ପଞ୍ଚାୟତ ଉଜାଙ୍ଗ ଗାଁର ଜାନୁ ଜେନାଙ୍କ ପୁଅ ପ୍ରଭାତ। ତାଙ୍କର ନିଆର ପ୍ରସାୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।
୨୦୧୯ରେ ପ୍ରଭାତ ମାଟ୍ରିକ ପରୀକ୍ଷାରେ ୮୬% ନମ୍ବର ରଖି ପାସ୍‌ କରିଥିଲେ। ଏହାପରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ୮୬% ରଖି ପାସ୍‌ କରିବା ପରେ ଡାକ୍ତରୀ ପଢ଼ିବା ନିମନ୍ତେ ମନ ବଳାଇଥିଲେ। ୨୦୨୨ରେ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିଲେ। ହେଲେ ଖୁବ୍‌ କମ୍‌ ନମ୍ବର ବ୍ୟବଧାନରେ ଅକୃତ୍ୟକାର୍ଯ୍ୟ ହୋଇଥିଲେ ବି ସେ ଭାଙ୍ଗି ପଡି ନାହାନ୍ତି। ଆସନ୍ତା ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ବୋଲି ଆଶା ରଖିଛନ୍ତି ପ୍ରଭାତ। ତାଙ୍କ ବାପା ଜାନୁ ଜଣେ ଦିନ ମଜୁରିଆ। ପର ଘରେ ମୂଲ ମଜୁରୀ ଲାଗି ସେ ପରିବାର ପ୍ରତିପୋଷଣ କରିନ୍ତି। ଏମିତି କି ନିଜର ଜମିବାଡ଼ି ନ ଥାଇ ଅନ୍ୟ ଜମିରେ ଭାଗଚାଷ କରି ଘରର ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇଥାନ୍ତି ସେ। ତେଲଲୁଣର ସଂସାର ଚଳାଇବା ଯାହାପାଇଁ କଷ୍ଟକର ବ୍ୟାପର ସେ ପୁଅକୁ କିପରି ଡାକ୍ତରୀ ପାଠ ପଢ଼ାଇବେ ତାହା ଜାଣିପାରୁନାହାନ୍ତି। ପୁଅର ଡାକ୍ତରୀ ପଢ଼ିବା ନିଶା ତାଙ୍କ ଚିନ୍ତା ବଢାଇ ଦେଇଛି। ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା ପୁଅର ପ୍ରୟାସ ତାଙ୍କ ଗରିବୀ ପଣକୁ ଅଟ୍ଟହାସ୍ୟ କରୁଛି ବୋଲି ସେ ଅଭିମାନ ଛଳରେ କହିଛନ୍ତି। ହେଲେ ପୁଅର ଏକା ଜିଦ୍‌ ସେ ଡାକ୍ତରୀ ପାଠ ପଢ଼ିବ । ଏଥିପାଇଁ ପ୍ରଭାପ ବାପାଙ୍କ ଅସହାୟତାକୁ ଦେଖି ଭଲ କୋଚିଂ ସେଣ୍ଟରରେ ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି ା ବରଂ ୟୁଟ୍ୟୁବ୍‌ରେ ବିଭିନ୍ନ ସାଇଟ୍‌ ଖୋଲି ସେ ପାଠ ପଢ଼ୁଛନ୍ତି। ଏଥିପାଇଁ ତାଙ୍କୁ ଏକ ପୁରୁଣା ମୋବାଇଲ ବି ଯୋଗାଡ଼ କରିବାକୁ ପଡିଛି। ହେଲେ ପ୍ରତିମାସର ନେଟ୍‌ ପ୍ୟାକ୍‌ ପକେଇବାକୁ ସେ ଅସମର୍ଥ। ଏହା ସହିତ ଏନ୍‌ସିଇଆରଟି ନିଟ୍‌ ପାଠପଢା ନିମନ୍ତେ ଆବଶ୍ୟକ ବହି ନ ଥିବାରୁ ସେ କେବଳ ୟୁଟ୍ୟୁବ୍‌ ଉପରେ ଭରସା ରଖି ପାଠ ପଢୁଥିବା ପ୍ରଭାତ କହିଛନ୍ତି। କଟକ, ଭୁବନେଶ୍ୱର ଭଳି ସହରରେ ପାଠପଢାର ଆବଶ୍ୟକ ବହି ଲାଇବ୍ରେରୀରୁ ମିଳୁଥିବା ବେଳେ, ଗ୍ରାମାଞ୍ଚଳରେ ଏସବୁ ସୁବିଧା ନ ଥିବାରୁ ସେ ଏବେ ଫ୍ଲିପ୍‌ କାର୍ଡ ଯୋଗେ କିଛି ବହି ୬୦୦ ଟଙ୍କାର ମଗେଇଥିବା କହିଛନ୍ତି। ତାଙ୍କର ପାଠପଢା ପାଇଁ ବହୁତ ବହିର ଆବଶ୍ୟକତା ରହିଛି। ସୁତରାଂ ଏଭଳି ଜଣେ ମେଧାବୀ ଛାତ୍ରଙ୍କ ଡାକ୍ତରୀ ପାଠପଢ଼ା ପାଇଁ ରହିଥିବା ସ୍ବପ୍ନ ପୂରଣ ନିମନ୍ତେ କୌଣସି ସହୃଦୟ ବ୍ୟକ୍ତିଙ୍କ ସହଯୋଗର ଆବଶ୍ୟକତା ରହିଛି। ସରକାରୀ ଓ ବେସରକାରୀ ସହାୟତା ମିଳିଳେ ପ୍ରଭାତଙ୍କ ପାଠପଢା ସହଜ ଆଉ ସୁଗମ ହୋଇପାରନ୍ତା ବୋଲି ଜାନୁ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri