Odisha Elections 2024

କୋମାରେ ଜିଲାର ଶତାଧିକ ପରିଷଦ, ସଂଘ

ଜଗତ୍‌ସିଂହପୁର ଅଫିସ, ୩୧ା୫: ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା, ସଭା, ୟୁନିୟନ ଆଦି ସୃଷ୍ଟି କରାଯାଏ। ଏହା ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ କାମ ପାଇଁ ପ୍ରତିଶ୍ରୁତି ଦିଆଯାଏ। ଏହି ମାଧ୍ୟମରେ ସରକାର, କମ୍ପାନୀ କିମ୍ବା ଅନ୍ୟ ସଂସ୍ଥା ଉପରେ ଚାପ ପକାଯାଏ । କିନ୍ତୁ ସମୟ ଚକ୍ରରେ ଏଗୁଡିକ ମଧ୍ୟରୁ ଅଧିକାଂଶ କୋମାକୁ ଚାଲିଯାଏ। ପାରିପାର୍ଶ୍ୱିକ ଅବସ୍ଥା, ନେତୃତ୍ୱ ସଙ୍କଟ, ପଦପଦବୀ ହାତେଇବାକୁ କସରତ ଓ ଅନ୍ୟାନ୍ୟ କାରଣରୁ ଏପରି ହୋଇଥାଏ।
ଅତୀତକୁ ବଖାଣିଲେ ଜଣାଯାଏ ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୫୦୦ ସଙ୍ଗଠନ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଠପ୍‌ ହୋଇଯାଇଛି।
ଅତୀତରେ ଜିଲା ବିକାଶ ପାଇଁ ଜଗତ୍‌ସିଂହପୁର ଜିଲା ବରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଥିଲା। ସେତେବେଳେ ଏହା ଅନେକଙ୍କୁ ଖୁସି ଦେଇଥିଲା। ଉଦ୍ଦେଶ୍ୟ ଥିଲା ପ୍ରଶାସନ ଓ ରାଜନେତାଙ୍କ ଉପରେ ଚାପ ସୃଷ୍ଟି କରି ଅନେକ ସାମଗ୍ରିକ ଦାବି ହାସଲ କରିବା। ପ୍ରଥମ ବୈଠକ ପରେ ମଞ୍ଚ ଗଠନକୁ ନେଇ ବ୍ୟାପକ ପ୍ରଚାର ହୋଇଥିଲା କିନ୍ତୁ ନେତୃତ୍ୱକୁ ନେଇ ବିବାଦ ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଦେଇଥିଲା। ସେତେବେଳର ୨ ପ୍ରମୁଖ ରାଜନେତାଙ୍କ ବିବାଦରେ ମଞ୍ଚ ଛନ୍ଦି ହୋଇଯାଇଥିଲା। ମଞ୍ଚ ପଞ୍ଜୀକରଣ ହେବା ପୂର୍ବରୁ ଏହାର ପରିକଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏହା ପୂର୍ବରୁ ମଧ୍ୟ ପୂଜ୍ୟପୂଜା ସମିତି ଗଠନ ହୋଇଥିଲା। ବିଶେଷକରି ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଠିକ୍‌ ଭାବେ ପାଳନ କରିବା ମୂଳ ଉଦ୍ଦେଶ୍ୟ ଥିଲା। ତାହା ମଧ୍ୟ ଅଧାରେ ଅଟକି ଯାଇଛି। ଜଗତ୍‌ସିଂହପୁର ସମେତ ଜିଲାର ପାରାଦୀପ, ଏରସମା, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ ଓ ବାଲିକୁଦା ଆଦି ଅଞ୍ଚଳରେ ଏଭଳି ଅନେକ ସଙ୍ଗଠନ ତଥା ସମିତି ସୃଷ୍ଟି ହୋଇ ଉଭେଇଯାଇଛି। ସେଥିମଧ୍ୟରେ ପାରାଦୀପରେ ସର୍ବାଧିକ ରହିଛି। ପଞ୍ଜୀକରଣ ନ ହୋଇ ଅନେକ ସଙ୍ଗଠନ କୌଣସି ଇସ୍ୟୁକୁ ନେଇ ସୃଷ୍ଟି ହୁଏ ମାତ୍ର ପଞ୍ଜୀକରଣ ପୂର୍ବରୁ ଶୀତଳ ଭଣ୍ଡାରକୁ ଚାଲିଯାଏ । ଏପରିକି ପଞ୍ଜୀକରଣ ହୋଇ ମଧ୍ୟ ଶତାଧିକ ସମିତି, ସଂସ୍ଥା, ସଙ୍ଗଠନ ଆଗେଇ ପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାଖାପାଖି ୨୫୨ଟି ସମିତି ତଥା ସଂସ୍ଥା ବନ୍ଦ ହୋଇଯାଇଛି। ସେଗୁଡିକ ମଧ୍ୟରେ ପାରାଦୀପ ପୋର୍ଟ ଡକ୍‌ ୱାର୍କର୍ସ ଏମ୍‌ପିସିଏସ୍‌, ଇପ୍‌କୋ ଷ୍ଟାଫ କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି, ପାରାଦୀପ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି, ଇଷ୍ଟର୍ନ ଇଣ୍ଡିଆ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଫ୍ୟାମିଲିଜ୍‌ ୱେଲଫେୟାର କୋ-ଅପରେଟିଭ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଲ୍ୟାଣ୍ଡ ଲୁଜର୍‌ ୱେଲଫେୟାର ଲେବର କଣ୍ଟ୍ରାକ୍ଟ କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଡିସ୍‌ପ୍ଲେସ୍‌ଡ ପର୍ସନ ୱେଲଫେୟାର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଶ୍ରମିକ ସମବାୟ ସମିତି, ପାରାଦୀପ ଲେବର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଆଣ୍ଡ ଅନଏମ୍ପ୍ଲଏଡ୍‌ ଲାଣ୍ଡ ଲୁଜର୍‌ କୋ-ଅପରେଟିଭ୍‌ ସୋସାଇଟି ଇତ୍ୟାଦି। ଏଗୁଡିକ ବନ୍ଦ ପଛରେ ଯେ କୌଣସି କାରଣ ଥାଉ ନା କାହିଁକି ସମିତିଗୁଡିକ ଗଠନ ସମୟରେ ରହିଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ୨୦୧୮ ରେ ରାଜ୍ୟ ସରକାର ୨୦ଟି ଜିଲାରେ ୨୦ଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ବାଦ୍‌ ପଡିଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏପରି କି ଜିଲା ବିକାଶ ମଞ୍ଚ ଗଠନ କରାଯାଇଥିଲା। ରାଜନୀତି ହୋଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଜଗତ୍‌ସିଂହପୁର ଜିଲାରେ ଏଭଳି ହସ୍ପିଟାଲ ୨ୟ ପର୍ଯ୍ୟାୟରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ଦୁଃଖର କଥା ହେଲା ଏହି ମଞ୍ଚ ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri