ନିଆଁ ଲଗାଇଲେ, ଲିଭାଇ ପାରିଲେନି

ମଣିପୁରରେ ଏପ୍ରିଲ ତୃତୀୟ ସପ୍ତାହରେ ମେତେଇ ଓ କୁକି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖାଦେଇଥିଲା। ମଣିପୁର ଉଚ୍ଚ ନ୍ୟାୟାଳୟ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ଏହି ହିଂସାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଥିଲା ଚୌରଚାନ୍ଦପୁର ଓ ଇମ୍ଫାଲ। ଏଥିରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୦ରୁ ଉର୍ଦ୍ଧ୍ୱ ଆହତ ଓ ୩୫,୦୦୦ ଲୋକ ସ୍ଥାନାନ୍ତରିତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଗଣ୍ଡଗୋଳର ନିଆଁ ଲଗାଇଛି ଭାଜପା। ଭାଜପା ଚାହଁିଲା ମେତେଇ ସମ୍ପ୍ରଦାୟକୁ ହାତକୁ ଆଣି ତାକୁ ଲାଭ ଦେଇ ସ୍ଥାୟୀ ଭାବେ ଭୋଟ ହାତେଇବ। ସେଥିପାଇଁ ଉଚ୍ଚନ୍ୟାୟାଳୟ ମାଧ୍ୟମରେ କୌଣସି ପ୍ରକାରେ ସେହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାରେ ସଫଳ ହେଲା। ଉଲ୍ଲେଖଯୋଗ୍ୟ ଯେ ମଣିପୁର ଜନସଂଖ୍ୟାର ପାଖାପାଖି ୫୩ ପ୍ରତିଶତ ହେଉଛନ୍ତି ମେତେଇ। ଏହାର ୮୩% ହିନ୍ଦୁ ଓ ସେମାନେ ସମତଳ ଅଞ୍ଚଳରେ ରୁହନ୍ତି। ସେମାନେ ଶିକ୍ଷିତ, ଧନୀ । ସେମାନଙ୍କର ବ୍ୟବସାୟିକ ଓ ପ୍ରଶାସନିକ କ୍ଷେତ୍ରରେ ଆଧିପତ୍ୟ ଅଛି। ଅନ୍ୟପକ୍ଷରେ ପାହାଡ଼ ଉପରେ ରହୁଥିବା କୁକି ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଗରିବ ଏବଂ ଶିକ୍ଷା କ୍ଷେତ୍ରରେ ସେମାନେ ବହୁ ପଛରେ। ଏଣୁ ଜନସଂଖ୍ୟାର ସିଂହଭାଗ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ସୁବିଧା ଦେବାକୁ ଭାଜପା ସବୁ ବଳ ଲଗାଇଦେଇଛି, ଯାହାକୁ ନେଇ ହିଂସାର ନିଆଁ ଲାଗିଯାଇଛି। ତେବେ ଉକ୍ତ ସାମ୍ପ୍ରଦାୟିକ ହିଂସା ପୂରା ନ ଥମୁଣୁ ଏବେ କୁକି ମିଲିଟାଣ୍ଟ ଗୋଷ୍ଠୀର ଉଗ୍ରବାଦୀମାନେ ସକ୍ରିୟ ହୋଇଉଠିଛନ୍ତି। ସେମାନେ ସେକମାଇ, ଫାୟେଙ୍ଗ, ଟୋର୍ବୁଙ୍ଗ, ସେରୋଉ ଓ ସୁଗ୍ନୁ ଆଦି ଅଞ୍ଚଳରେ ବ୍ୟାପକ ହିଂସା ଭିଆଇଛନ୍ତି। ସୁରକ୍ଷା ବଳ ଓ ଉଗ୍ରବାଦୀଙ୍କ ମଧ୍ୟରେ ସଂଘର୍ଷ ଲାଗିରହିଛି। ଏଥିରେ ଗତ ୩ରୁ ୪ ଦିନ ମଧ୍ୟରେ ୪୦ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ସୁରକ୍ଷାବଳର କେଉଁ ପ୍ରକାର କ୍ଷତି ହେଉଛି ତାହାର କୌଣସି ବିବରଣୀ ପଦାକୁ ଆସୁନାହିଁ। ଯେହେତୁ ମଣିପୁର ଏକ ସୀମାଞ୍ଚଳ ରାଜ୍ୟ ସେଥିପାଇଁ ଲଢୁଥିବା ମେତେଇଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ସୁରକ୍ଷାବଳ ସହିତ ଯେତେବେଳେ ଗୁଳି ବିନିମୟ ଲାଗୁଛି ସେତେବେଳେ ଉଭୟ ପଟର ପ୍ରାଣହାନି ହେବା ସୁନିଶ୍ଚିତ। କିନ୍ତୁ ରାଜନୀତି ପାଇଁ ନିଆଁ ଲଗାଇ ପାରୁଥିବା ଭାଜପାର ନେତୃତ୍ୱ ଏବେ ଅଡ଼ୁଆରେ ପଡ଼ିଛନ୍ତି। ପୂର୍ବରୁ କର୍ନାଟକ ନିର୍ବାଚନ ଦ୍ୱାହି ଦେଇ ମଣିପୁର କଥା କେହି ବୁଝିବା ପାଇଁ ସମୟ ଦେଲେ ନାହିଁ। ଏବେ ପରିସ୍ଥିତି ଅଣାୟତ ହେବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଅର୍ଥାତ ୨୯ ମେରେ ପ୍ରଥମ ଥର ଏଭଳି ଜଳୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୀମାଞ୍ଚଳ ରାଜ୍ୟରେ ଆସି ପହଞ୍ଚିଛନ୍ତି।
ଭାଜପା ଲଗାଇଥିବା ନିଆଁକୁ ମଣିପୁରରେ ବୀରେନ ସିଂଙ୍କ ସରକାର ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏ କ୍ଷେତ୍ରରେ ହାତ ବାନ୍ଧି ବସିଗଲେ। ମଣିପୁରରେ ସାମ୍ପ୍ରଦାୟିକ ସମ୍ପର୍କ ପୂର୍ବରୁ ମଧ୍ୟ ବିଗିଡ଼ି ଯାଇଥିବାର ଉଦାହରଣ ଅଛି। କିନ୍ତୁ ତାହା ଉଗ୍ର ରୂପ ନେଉ ନ ଥିଲା। ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ଯେ, ସ୍ଥାନାନ୍ତରିତ କ୍ଷତିଗ୍ରସ୍ତଙ୍କର ଥଇଥାନ କରାଯାଉଛି। ହେଲେ ଆରପଟେ ଖବର ମିଳୁଛି ଯେ, ସୁରକ୍ଷା ବାହିନୀ ସହ ଉଗ୍ରବାଦୀଙ୍କର ତୀବ୍ର ଲଢେଇ ଚାଲିଛି। ସମ୍ପୃକ୍ତ ହିଂସାଗ୍ରସ୍ତ ଅଞ୍ଚଳରେ ଅଲଗା ପ୍ରଶାସନ କଥା ଉଠାଉଥିବା ତଥା ସରକାରରେ ଥିବା ଭାଜପା ନେତା ଏବଂ ବିଚ୍ଛିନ୍ନତାବାଦକୁ ପ୍ରଶ୍ରୟ ଦେଉଥିବା ଉଗ୍ରବାଦୀ ଗୋଷ୍ଠୀ ଉଭୟ ଅଶାନ୍ତି ଓ ବିଭାଜନକୁ ଉସୁକାଉଥିବା ଭଳି ମନେହେଉଛି। ବାସ୍ତବରେ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଏହା ସେହି ରାଜ୍ୟ ଲାଗି ଭୟଙ୍କର ସ୍ଥିତି ସୃଷ୍ଟି କରିବ।

 

ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ଯେ, ସ୍ଥାନାନ୍ତରିତ କ୍ଷତିଗ୍ରସ୍ତଙ୍କର ଥଇଥାନ କରାଯାଉଛି। ହେଲେ ଆରପଟେ ଖବର ମିଳୁଛି ଯେ, ସୁରକ୍ଷା ବାହିନୀ ସହ ଉଗ୍ରବାଦୀଙ୍କର ତୀବ୍ର ଲଢେଇ ଚାଲିଛି। ସମ୍ପୃକ୍ତ ହିଂସାଗ୍ରସ୍ତ ଅଞ୍ଚଳରେ ଅଲଗା ପ୍ରଶାସନ କଥା ଉଠାଉଥିବା ତଥା ସରକାରରେ ଥିବା ଭାଜପା ନେତା ଏବଂ ବିଚ୍ଛିନ୍ନତାବାଦକୁ ପ୍ରଶ୍ରୟ ଦେଉଥିବା ଉଗ୍ରବାଦୀ ଗୋଷ୍ଠୀ ଉଭୟ ଅଶାନ୍ତି ଓ ବିଭାଜନକୁ ଉସୁକାଉଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri