Posted inଜାତୀୟ

ଭାରତର ବିକାଶ ଯାତ୍ରାରେ ଅବିସ୍ମରଣୀୟ ମୁହୂର୍ତ୍ତ: ମୋଦି

ନୂଆଦିଲ୍ଲୀ, ୨୯ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନରେ ନୂଆ ପାର୍ଲାମେଣ୍ଟ ଭବନର ଉଦ୍‌ଘାଟନ କରିଛନ୍ତି। ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ସୂର୍ଯ୍ୟୋଦୟର ସଙ୍କେତ, ଯାହା ଅନ୍ୟ ଦେଶଗୁଡ଼ିକର ପ୍ରଗତିକୁ ଅନୁପ୍ରାଣିତ କରିବ ବୋଲି ଉଲ୍ଲେଖ କରିଛନ୍ତି। ମୟୂର ଆକୃତିର ସୁସଜ୍ଜିତ ବିଶାଳ ଲୋକ ସଭା ପ୍ରକୋଷ୍ଠରୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ନୂତନ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଲାଗି ନୂଆ ପାର୍ଲାମେଣ୍ଟ ଭବନ ନୂତନ ଭାରତର ଆଶା ଆକାଂକ୍ଷା ଏବଂ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏଠାରେ ନିଆଯିବାକୁ ଥିବା ପ୍ରତ୍ୟେକ ନିଷ୍ପତ୍ତି ଭାରତର ଗୌରବମୟ ଭବିଷ୍ୟତର ମୂଳଦୁଆ ପକାଇବ, ଯାହା ଗରିବ, ଦଳିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବ। ଏହି ବିଲ୍ଡିଂର ପ୍ରତି ଇଟା ଓ କାନ୍ଥ ଗରିବମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ନୂତନ ସଂସଦ ଭବନର ସ୍ଥାପତ୍ୟରେ ଭାରତର ବିବିଧତା ଏବଂ ଉନ୍ନତ ସଂସ୍କୃତି ପ୍ରତିଫଳିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ଭୂୟସୀ ପ୍ରଶଂସା କରିଥିଲୋ। ନୂତନ ଭାରତ ଉପନିବେଶୀୟ ମାନସିକତା ତ୍ୟାଗକରି ନୂଆ ଯାତ୍ରା ଆରମ୍ଭ କରିଛି। ଆଗାମୀ ୨୫ ବର୍ଷରେ ଅର୍ଥାତ୍‌ ୨୦୪୭ରେ ଭାରତ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ୧୯୨୨ରେ ଶେଷ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଏବଂ ଦେଶର ସ୍ବାଧୀନତା ମଧ୍ୟରେ ୨୫ ବର୍ଷର ଅନ୍ତର ଥିଲା। ଗାନ୍ଧିଜୀଙ୍କ ଆନ୍ଦୋଳନ ଦେଶବାସୀଙ୍କ ମଧ୍ୟରେ ନୂତନ ଚେତନା ଆଣିଥିଲା, ଯାହା ସେମାନଙ୍କୁ ସ୍ବାଧୀନତା ପାଇଁ ଉତ୍ସଗର୍ର୍ୀକୃତ କରିବା ଲାଗି ଆତ୍ମବିଶ୍ୱାସ ଦେଇଥିଲା। ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ପାଇଁ ପ୍ରତ୍ୟେକ ନାଗରିକ ସେହିଭଳି କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ପାର୍ଲାମେଣ୍ଟ ଭବନ ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ଓ ସ୍ବପ୍ନର ପ୍ରତିଫଳନ। ଏହା ଗଣତନ୍ତ୍ରର ମନ୍ଦିର, ଯାହା ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ଦେଉଛି। ପ୍ରତି ରାଷ୍ଟ୍ରର ଇତିହାସରେ ଅଳ୍ପ କେତେକ ମୁହୂର୍ତ୍ତ ଚିରସ୍ମରଣୀୟ ହୋଇ ରହିଥାଏ। କେତେକ ତାରିଖ ଅଲିଭା ସ୍ବାକ୍ଷର ଛାଡ଼ିଯାଇଥାଏ। ୨୦୨୩ ମେ’ ୨୮ ସେହିଭଳି ଏକ ଦିନ ବୋଲି ମୋଦି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ ମୁଦ୍ରାକୁ ଉନ୍ମୋଚନ କରିଛନ୍ତି।
ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଲାଗି ପ୍ରଧାନମନ୍ତ୍ରୀ ପାରମ୍ପରିକ ପୋଷାକରେ ୧ ନମ୍ବର ଗେଟ୍‌ରେ ପହଞ୍ଚତ୍ବା ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ପାଛୋଟି ନେଇଥିଲେ। କର୍ନାଟକ ଶ୍ରୀଙ୍ଗେରି ମଠର ସନ୍ଥମାନଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ପ୍ରଧାନମନ୍ତ୍ରୀ ଗଣପତି ହୋମ କରିଥିଲେ। ସେ ସେଙ୍ଗୋଲ୍‌ ସମ୍ମୁଖରେ ପ୍ରଣିପାତ କରିବା ସହ ତାମିଲନାଡୁରୁ ଆସିଥିବା ବିଭିନ୍ନ ଆଧିନମ୍‌ର ସନ୍ଥମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମୋଦି ସେଙ୍ଗୋଲକୁ ଶୋଭାଯାତ୍ରାରେ ନୂଆ ସଂସଦ ଭବନକୁ ନେଇ ଲୋକ ସଭା ପ୍ରକୋଷ୍ଠରେ ବାଚସ୍ପତିଙ୍କ ଆସନର ଡାହାଣ ପାର୍ଶ୍ୱର ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରିଥିଲେ। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହା, ଏସ୍‌. ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡବ୍ୟ, ଜିତେନ୍ଦ୍ର ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପାର୍ଲାମେଣ୍ଟ ବିଲ୍ଡିଂ ନିର୍ମାଣରେ ସମ୍ପୃକ୍ତ କେତେଜଣ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଅଙ୍ଗବସ୍ତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀଙ୍କ ସହ ବାଚସ୍ପତି ଓ ଅନ୍ୟ କେତେଜଣ ବିଶିଷ୍ଟ ବ୍ୟକ୍ତି ପୁରୁଣା ପାର୍ଲାମେଣ୍ଟ ଭବନକୁ ଯାଇଥିଲେ। ରାଷ୍ଟ୍ର ମୁଖ୍ୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ କରାଯିବା ଆବଶ୍ୟକ ଥିଲା ବୋଲି କହି ଅନେକ ବିରୋଧୀ ଦଳ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri