ରହସ୍ୟ ଖୋଲିଲେନି

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ହତ୍ୟାର ୧୧୮ଦିନ ପରେ ଅର୍ଥାତ୍‌ ଧାର୍ଯ୍ୟ ସମୟର ୨ଦିନ ପୂର୍ବରୁ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଛି। କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କୁ ହତ୍ୟା କରିଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଛି। ହେଲେ ଗୋପାଳଙ୍କ ବ୍ୟକ୍ତିଗତ ଆକ୍ରୋଶର କାରଣ କ’ଣ ତାହା ଦର୍ଶାଯାଇନାହଁି। କି ଶତ୍ରୁତା ରହିଥିଲା ଯେ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୋପାଳ ନିଜ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କଲେ, ତାହାର ରହସ୍ୟ କ୍ରାଇମ୍‌ବ୍ରାଞ୍ଚ ଖୋଲିଲା ନାହିଁ।

ସମ୍ବଲପୁର,୨୭ା୫(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ହତ୍ୟା ଘଟଣା ପରେ ଗୋପାଳ ପାଗଳ ବୋଲି ତାଙ୍କ ପରିବାର ଲୋକେ କହିଥିଲେ। ତାଙ୍କର ବାଇପୋଲାର ଡିଜ୍‌ଅର୍ଡର ଅଛି ଏବଂ ସେ ଔଷଧ ଖାଉଥିବା କଥା କହିଥିଲେ। ତେଣୁ ମାନସିିକ ରୋଗ ପରୀକ୍ଷା ପାଇଁ ମେଡିକାଲ ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ପରୀକ୍ଷା କରି ଗୋପାଳଙ୍କ ମାନସିକ ରୋଗ ନ ଥିବା କହିଥିଲେ। ସେହିପରି ସ୍ଥାନୀୟ ଲୋକ ଓ ଗୋପାଳଙ୍କ ସହକର୍ମୀମାନେ ମଧ୍ୟ ଗୋପାଳ ମାନସିକ ଭାବେ ସୁସ୍ଥ ଥିବା କହିଥିଲେ। ତଦନ୍ତ କାଳରେ ଗୋପାଳ ସହଯୋଗ କରୁଥିଲେ ଓ ପ୍ରଶ୍ନର ଉତ୍ତର ଦେଉଥିଲେ। ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ, ଗୋପାଳ ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ। ଗୋପାଳ ପାଗଳ ନୁହେଁ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବ୍ୟକ୍ତିଗତ କାରଣରୁ ଘଟଣା ଘଟିଥିବା ସୂଚନା ଦିଆଯାଇଛି। ଯଦି ବ୍ୟକ୍ତିଗତ କାରଣ ତେବେ ଏହା ପାରିବାରିକ ନା ଚାକିରି କ୍ଷେତ୍ରକୁ ନେଇ ତାହା କ୍ରାଇମ୍‌ବ୍ରାଞ୍ଚ ଦର୍ଶାଇନାହିଁ। ସେହିପରି ନବ ଦାସ କିମ୍ବା ତାଙ୍କ ସମର୍ଥକଙ୍କ ପକ୍ଷରୁ ଗୋପାଳଙ୍କ ଜୀବନ ପ୍ରତି ବିପଦ ଥିଲା କିମ୍ବା ତାଙ୍କ ସମ୍ମାନ ପ୍ରତି ଆଞ୍ଚ ଅଣାଯାଇଥିଲା ସେନେଇ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ନୀରବ ରହିଛି।
ମାମଲାରେ ୮୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ କହିଛି। ଏହାସତ୍ତ୍ୱେ ହତ୍ୟାର କାରଣ ଉପରୁ ପରଦା ଉଠିପାରିନାହିଁ। ତେଣୁ କ୍ରାଇମ୍‌ବ୍ରାଞ୍ଚ ପୁଣି ସନ୍ଦେହଘେରରେ ରହିଛି। ପୂର୍ବରୁ ତଦନ୍ତ ପ୍ରକ୍ରିୟା, ପାଇଖାନା ଟାଙ୍କି ଖୋଳିବା, ଭାଜପା ଶାସିତ ରାଜ୍ୟ ଗୁଜରାଟରେ ଲାଏ ଡିଟେକ୍ସନ ଟେଷ୍ଟ କରିବା, ମାନସିକ ରୋଗ ପରୀକ୍ଷା ପାଇଁ ବାରମ୍ବାର କୋର୍ଟଙ୍କ ଦ୍ୱାରସ୍ଥ ହେବା, ବିଭିନ୍ନ ସମୟରେ ବିଭ୍ରାନ୍ତିକର ତଥ୍ୟ ଦେବା, ଏପରି କି ପୋଲିସ ଡିଜି ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ବୟାନ ଦେଇଥିଲେ। ଏସବୁ ଘଟଣା ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ସନ୍ଦେହ ଘେରକୁ ଟାଣି ଆଣିଥିଲା। ଚାର୍ଜଶିଟ ଦାଖଲକୁ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କ ସରକାରୀ ଓକିଲ ଦୟାନିଧି ଚାନ୍ଦ କହିଛନ୍ତି, ଚୂଡାନ୍ତ ଚାର୍ଜଶିଟ ଦାଖଲ ହୋଇଛି। କେସ୍‌ ରେକର୍ଡ ପଢ଼ିବା ପରେ କାରଣ କହିହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଗାନ୍ଧୀ ଛକରେ ଜାନୁୟାରୀ ୨୯ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଆସିଥିବା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରୁ ଗୋପାଳଙ୍କୁ ଗିରଫ କରାଯିବା ପରେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜେଲରେ ରଖାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଥିଲା। ବିରୋଧୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ସମାଲୋଚନା କରିଥିଲେ। ବିରୋଧୀମାନେ ସିବିଆଇ ତଦନ୍ତ ଦାବି କରିଥିଲେ। ଇତିମଧ୍ୟରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଶେଷ ହୋଇଥିବାବେଳେ ନବଙ୍କ ଝିଅ ଦୀପାଳି ଦାସ ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri