ବଟି ନ ଦେବାରୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜଧାନୀରେ ପୁଣି ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ବଟି ନ ଦେବାରୁ ସମ୍ପୃକ୍ତ ଯୁବକମାନେ ଖଣ୍ଡା ଧରି ବ୍ୟବସାୟୀମାନଙ୍କୁ ଭୟଭୀତ କରାଇବା ସହ ଗୋଡ଼ାଇ ହାଣିଛନ୍ତି। ଭରତପୁର ଥାନା ଅନ୍ତର୍ଗତ ନୂଆଗାଁରେ ବୁଧବାର ରାତିରେ ଏଭଳି ଘଟଣା ଘଟିଛି। ଆକ୍ରମଣର ସିସିଟିଭି ଫୁଟେଜ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଆକ୍ରମଣରେ ଇଲେଟ୍ରୋନିକ୍ସ ଦୋକାନୀ ରାକେଶ ମୁଦୁଲିଙ୍କ ସମେତ ୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଅନ୍ୟ ଆହତମାନଙ୍କ ମଧ୍ୟରେ ନିତେଶ କୁମାର ସିଂ, ଆଲୋକ ବେହେରା, ସୋମନାଥ ବେହେରା, ସୁବ୍ରତ ବେହେରା ପ୍ରମୁଖ ରହିଛନ୍ତି। ଏହି ଘଟଣାରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ୟାମପୁରର ତୋଫାନ କୁମାର ଦାସ ଓ ଅବିନାଶ ବେହେରା। ପୋଲିସ ଏନେଇ ଏକ ମାମଲା (ନଂ. ୨୨୦/୨୩) ରୁଜୁ କରିଛି। ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ବୁଧବାର ରାତି ପ୍ରାୟ ୯ଟା ୧୦ ବେଳେ ଦୁଇଟି ବାଇକରେ ୫ଜଣ ଯୁବକ ହାତରେ ଖଣ୍ଡା ଓ ଭୁଜାଲି ଧରି ଆସିଥିଲେ। ସେମାନେ ବୁଲିବୁଲି ଦୋକାନୀଙ୍କୁ ବଟି ମାଗିଥିଲେ। ଯିଏ ଟଙ୍କା ଦେଉ ନ ଥିଲେ ସେମାନଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ। ରାକେଶ ନାମକ ବ୍ୟବସାୟୀ ବଟି ଦେବାକୁ ଅରାଜି ହେବାରୁ ତାଙ୍କୁ ଧମକଚମକ ଦେଇଥିଲେ। ପରେ ସେମାନଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଅଭିଯୋଗକାରୀ ମୁନା ମୁଦୁଲିଙ୍କ ବେକରୁ ଚେନ ଓ ପାଖରେ ଥିବା ଟଙ୍କା ନେଇ ଯୁବକମାନେ ପଳାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ଦୋକାନୀ କହିଛନ୍ତି, ଘଟଣା ବିଷୟରେ ପୋଲିସକୁ ତୁରନ୍ତ ଖବର ଦେଇଥିଲୁ। ହେଲେ ପୋଲିସ ଘଣ୍ଟାଏ ବିଳମ୍ବରେ ପହଞ୍ଚତ୍ଥିଲା। ପୋଲିସ ଆଗରେ ସେମାନେ ତାଙ୍କୁ ଆକ୍ରମଣ କରିଥିବା ଦୋକାନୀ ଜଣଙ୍କ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ହାତରେ ମାରଣାସ୍ତ୍ର ଥିବାରୁ ଭୟରେ ପୋଲିସ ହସ୍ତକ୍ଷେପ କରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା, ରାତି ମାତ୍ର ୯ଟାରେ ସମ୍ପୃକ୍ତ ଯୁବକମାନଙ୍କ ଏଭଳି କାଣ୍ଡ ଘଟାଇବାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେହିପରି ଏହି ଘଟଣା ସହରବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପଟେ ରାଜଧାନୀରେ ସେଫ୍‌ ସିଟି ଡ୍ରାଇଭ ଅଭିଯାନ କ୍ରମରେ କମିଶନରେଟ ପୋଲିସ ପକ୍ଷରୁ କରାଯାଉଥିବା ପାଟ୍ରୋଲିଂକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri