ଅଟକିଛି ବହୁତଳ ପାର୍କିଂ କମ୍ପ୍ଲେକ୍ସ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସହରରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଯାନବାହାନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ସହରରେ ଗାଡି ପାର୍କିଂ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷ କରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଅନ୍ନପୂର୍ଣ୍ଣା ମାର୍କେଟ, ରାମଲିଙ୍ଗେଶ୍ୱର ରୋଡ, ଗିରି ମାର୍କେଟ ଆଦି ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ପାର୍କିଂ ସମସ୍ୟା ସୁଧାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ପୂର୍ବରୁ ଥିବା ୟୁ ମାର୍କେଟଠାରେ ବହୁତଳ ବିଶିଷ୍ଟ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରାଯାଇଛି। ଯାହାକି ଭୁବନେଶ୍ୱର ପରେ ବ୍ରହ୍ମପୁରରେ ରାଜ୍ୟର ଦ୍ୱିତୀୟ ପାର୍କିଂ କମ୍ପ୍ଲେକ୍ସ। ତେବେ ଏହି ପାର୍କିଂ କମ୍ପ୍ଲେକ୍ସ ପାଇଁ ୟୁ ମାର୍କେଟ ଦୋକାନ ଗୃହ ଉଚ୍ଛେଦ କରାଯାଇଥିଲେ ମଧ୍ୟ କାର୍ଯ୍ୟ ଅଗ୍ରଗତି ହେଉ ନ ଥିବାରୁ ସମସ୍ୟା କେବେ ସୁଧୁରିବ ତାହାକୁ ଅପେକ୍ଷା ରହିଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ) ପକ୍ଷରୁ ୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବିଶିଷ୍ଟ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେବ। ପ୍ରଥମ ମହଲାରେ ୟୁ ମାର୍କେଟ ବ୍ୟବସାୟୀଙ୍କ ନିମନ୍ତେ ଦୋକାନ ଗୃହ ଉପଲବ୍ଧ ରହିବ। ଅନ୍ୟ ମହଲାରେ ୨୦୦ କାର୍‌ ଓ ୨୦୦ ବାଇକ ପାର୍କିଂ ସୁବିଧା ରହିବ। ଏହି ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେବା ପରେ ଅନ୍ନପୂର୍ଣ୍ଣା ମାର୍କେଟ, ଗିରି ମାର୍କେଟ, ରାମଲିଙ୍ଗେଶ୍ୱର ପାର୍କ ଓ ବ୍ରହ୍ମପୁର ଷ୍ଟାଡିୟମକୁ ଆସୁଥିବା ଯାନବାହନ ସେଠାରେ ରହିପାରିବ। ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ପୂର୍ବରୁ ପୁରୁଣା ବସଷ୍ଟାଣ୍ଡରେ ୟୁ ମାର୍କେଟଠାରେ ରହିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦୋକାନ ଗୃହ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ବ୍ୟବସାୟୀଙ୍କୁ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମୁଖ୍ୟରାସ୍ତା ପାର୍ଶ୍ୱରେ ଦୋକାନ ଗୃହ ନିମନ୍ତେ ଜାଗା ପ୍ରଦାନ କରାଯାଇଛି। ବର୍ତ୍ତମାନ ବ୍ୟବସାୟୀମାନେ ଛୋଟ କ୍ୟାବିନ ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିଛନ୍ତି। ଅନ୍ୟପଟେ ପାର୍କିଂ ସ୍ଥଳ ନିର୍ମାଣ ନିମନ୍ତେ ବିଇଡିଏ ପକ୍ଷରୁ ଟେଣ୍ଡର ସହ ଏକ ଘରୋଇ ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟ ୧୫ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଆଜକୁ ପ୍ରାୟ ୭ ମାସ ହେବ ଉଚ୍ଛେଦ ସ୍ଥାନରେ ଇଞ୍ଚେ ବି କାର୍ଯ୍ୟ ହୋଇ ନାହିଁ। ଏପରିକି ଉକ୍ତ ସ୍ଥାନରେ ଉଚ୍ଛେଦ ସ୍ଥାନକୁ ସଂପୂର୍ଣ୍ଣ ଭଙ୍ଗାଯାଇ ନାହିଁ। ଅନେକ ଅର୍ଦ୍ଧ୍ୱଭଗ୍ନ କାନ୍ଥ ରହିଥିବା ଦେଖିବାକୁ ମିଳିଛି। ଫଳରେ ବିଇଡିଏର ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା ଦେଖାଦେଇଛି। ଏଥିସହ ପୁରୁଣା ବସ ଷ୍ଟାଣ୍ଡଠାରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଉଚ୍ଛେଦ ପାଇଁ ବିଇଡିଏ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏଠାକାର ଟ୍ୟାକ୍ସି ସଂଘ ଥଇଥାନ ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ବହୁତଳ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଇଡିଏ ସଚିବ ସମ୍ବିତ ରାଉତଙ୍କ ସହ ଯୋଗାଯୋଗ କରିବାର ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri